Home Posts tagged Sundargarh (Page 2)
Odisha News
ସୁନ୍ଦରଗଡ଼,୨୪/୯: ସୁନ୍ଦରଗଡ଼ରେ ଆଉ ୯ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ୨୩୦ ଜଣ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହଟ ହୋଇଛନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୦ଟି ରକ୍ତନମୁନା ପରୀକ୍ଷା ହେବା ପରେ ସେଥିରୁ ୯ ଜଣଙ୍କଠାରେ ସ୍କ୍ରବ୍ ଟାଇଫସ୍ ରୋଗ ଚିହଟ ହୋଇଛି।ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗତକାଲି ଜିଲ୍ଲାରେ ୫୧ଜଣଙ୍କ ରକ୍ତ ନମୁନା ପରୀକ୍ଷା Continue Reading
Odisha News
ସୁନ୍ଦରଗଡ,୧୮/୯ : ସୁନ୍ଦରଗଡକୁ ଘାଇଲା କଲାଣି ସ୍କ୍ରବ ଟାଇଫସ୍ ଚିନ୍ତା। ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୩ ପଜିଟିଭ । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀ ଛାନିଆ ହୋଇ ଯାଇଛନ୍ତି।ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ନମୁନା ପଜିଟିଭ୍ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଏବେ ଜିଲ୍ଲାରେ ସ୍କ୍ରବ୍ Continue Reading
Odisha News
ସୁନ୍ଦରଗଡ଼,୩/୭: ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଶାନ୍ତ ରାଉତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ।ଭିଜିଲାନ୍ସ ୫ ଦିନିଆ ରିମାଣ୍ଡରେ ପ୍ରଶାନ୍ତଙ୍କୁ ନେଇଥିଲା। ଦୀର୍ଘ ୫ ଦିନ ଧରି ଭିଜିଲାନ୍ସର କଟକ ଅଫିସରେ ଜେରା ଚାଲିଥିଲା। ଦୀର୍ଘ ୫ ଦିନ ଧରି ଭିଜିଲାନ୍ସ ପ୍ରଶାନ୍ତ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ତା ଉପରେ ତଦନ୍ତ କରିଛି Continue Reading
Odisha News
ସୁନ୍ଦରଗଡ଼,୨୪/୬: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ସୁଖାବନ୍ଧ ନିକଟରେ ୨୧୫ ନମ୍ବର ଜାତୀୟ ରାଜପଥରେ ଏକ କାରକୁ ଏକ ହାଇୱା ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ମୃତାହତମାନେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳର। ସେମାନେ ଏକ ବିବାହ ଭୋଜି ଖାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗକୁ ଯାଇଥିଲେ। ତେବେ କୌଣସି କାମରେ ସେମାନେ କେ. ବଲାଙ୍ଗରୁ ଲହୁଣୀପଡ଼ା ଯାଇଥିଲେ। ସେଠାରୁ ଦିନ ପ୍ରାୟ ୨ଟା ବେଳେ […]Continue Reading
Odisha News
ସୁନ୍ଦରଗଡ଼,୬/୬: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି।ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା Continue Reading
Odisha News
ସୁନ୍ଦରଗଡ଼,୧୬/୪: ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ କାଲୋବାହାଲର ଚୈତନ୍ୟ ତନ୍ତୀ, ମାମଲାର ମୁଖ୍ୟ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ସୁନ୍ଦରଗଡ଼ ମିଶନରୋଡର ଆଶିଷ ନାଏକ ରହିଛନ୍ତି। ମିଶନ ରୋଡସ୍ଥିତ ଆଶିଷଙ୍କ ଜେରକ୍ସ ଦୋକାନରୁ କମ୍ପ୍ୟୁଟର୍, ପ୍ରିଣ୍ଟର ଓ ବହୁ ଜାଲି ଦସ୍ତାବିଜ୍ Continue Reading
Odisha News
ସୁନ୍ଦରଗଡ଼,୨୨/୩ : ମାତ୍ର ବର୍ଷେ ତଳେ ଗଢ଼ିଥିଲେ ସଂସାର। ପରସ୍ପରକୁ ଭଲ ଭାବେ ବୁଝିବା ପୂର୍ବରୁ ପାରିବାରିକ କଳହ ଯୋଗୁ ଉଜୁଡ଼ିଗଲା ସଂସାର। ସାମାନ୍ୟ କଥାରେ କ୍ରୋଧ୍ୱାନ୍ୱିତ ସ୍ୱାମୀ ନିଜ ହିତାହିତ ଜ୍ଞାନ ହରାଇ ବସିଲା।ଯାହା ହାତ ଧରି ନିଜ ଘରକୁ ବୋହୂ ସଜାଇ ଆଣିଥିଲା ଛଟପଟ କରି ତା’ ଜୀବନ ହେଲା। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜ ଭୁଲ ବୁଝିପାରିଥିବା ସ୍ୱାମୀ ନିଜେ ବି ଉକ୍ତ ଘରେ ଝୁଲି ପଡ଼ିଲା।ଏପରି ଏକ […]Continue Reading
Odisha News
ରାଉରକେଲା,୧୯/୨ : ସୁନ୍ଦରଗଡ ଜିଲ୍ଲା ବଣାଇର ମହୁଲପଦା ଥାନା ଅନ୍ତର୍ଗତ ମରଚିଢିହି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତୋଳା ନାଏକକୁ ପଥରରେ ଛେଚି ହତ୍ୟା କରାଯାଇଛି। ପରେ ପ୍ରାୟ ଏକ କିଲୋମିଟର ଦୂରର ଜଙ୍ଗଲରେ ଟାଙ୍ଗି ଦେଇଛି ଅଭିଯୁକ୍ତ ବାବୁଲୁ ଗିରି।ଘଟଣାରୁ ପ୍ରକାଶ ଯେ ଗତକାଲି ଦୁଇ ଜଣ ତୋଳା ନାଏକ ଓ ବାବୁଲୁ ଗିରି ମିଶିକି ଜଙ୍ଗଲ ଆଡ଼କୁ ଯାଇଥିଲେ। ସନ୍ଧ୍ୟାରେ ଅଭିଯୁକ୍ତ ବାବୁଲୁ ଗିରି ଗ୍ରାମରେ ଆସିକି କହିଲା ମୁଁ […]Continue Reading
Odisha News
ସୁନ୍ଦରଗଡ଼,୩୦/୧: ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୁଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ।ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଗୋପାଳ ହତ୍ୟା ସମ୍ପର୍କରେ କଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଗଣମାଧ୍ୟମ ଆଗରେ ମୁହଁ Continue Reading
Odisha News
ରାଜଗାଙ୍ଗପୁର,୩୦/୧୨: ବିବାହ ବନ୍ଧନରେ ବାନ୍ଧି ହେଲେ ଅନ୍ତର୍ଜାତୀୟ ହକି ଖେଳାଳି ଲିଲିମା ମିଞ୍ଜ। ଆଜି ସେ ତାଙ୍କର ବାଲ୍ୟ ସାଥୀ ତଥା ପୂର୍ବତନ ଜାତୀୟ ହକି ଖେଳାଳି ଷ୍ଟାନୀଲ ଭିକ୍ଟରଙ୍କ ହାତ ଧରିଛନ୍ତି।ମୟୂରଭଞ୍ଜ ଜିଲ୍ଲା ରାଜଗାଙ୍ଗପୁର ଅନ୍ତର୍ଗତ ବିହାବନ୍ଦ ନିକଟସ୍ଥ ଟାନାଟୋଲୀ ଗ୍ରାମରେ ଏକ ଚର୍ଚରେ ଖ୍ରୀଷ୍ଟିଆନ୍ ପରମ୍ପରା ଅନୁଯାୟୀ ଦୁହିଁଙ୍କ ବିବାହ ହୋଇଛି। ଏହି ବାହାଘର ପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା ଲିଲିମାଙ୍କ ଗାଁ ଟାନାଟୋଲୀ।ରାଇରଙ୍ଗପୁର Continue Reading