Home Posts tagged Sambalpur (Page 8)
Odisha News
ସମ୍ବଲପୁର,୨୫/୪: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ତାଙ୍କ ଭିସେରା ରିପୋର୍ଟ୍ ପୁଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ଛାତ୍ରଜଣକ ଇଥାଇଲ୍ ଆଲକୋହଲ ସେବନ କରିଥିବାର ପ୍ରମାଣ ମିଳିଛି।ଅର୍ଥାତ୍ ଚିନ୍ମୟୀ ସେହି ରାତିରେ ମଦ୍ୟପାନ କରିଥିଲେ। ସେ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ହୋଟେଲରେ ମଦ ପିଇଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏନେଇ ସମ୍ବଲପୁର ଏସ୍ ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, ଗତ Continue Reading
Odisha News
ସମ୍ବଲପୁର,୧୯/୪ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା ପ୍ରତିବାଦରେ ରାଜ୍ୟର ୧୪ ଜିଲ୍ଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱହିନ୍ଦୁ ପରିଷଦ। ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ଆଜି ସକାଳୁ ସକାଳୁ ଏହି ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି।ବଲାଙ୍ଗିରରେ Continue Reading
Odisha News
ସମ୍ବଲପୁର,୧୮/୪: ସମ୍ବଲପୁର ଦଙ୍ଗାରେ ମୃତ ଯୁବକଙ୍କ ଭେଟିବାକୁ ଯାଉଥିବା ବିଜେପି ଟିମ୍କୁ ଅଧା ବାଟରୁ ଅଟକାଇ ଠେଲକୁଲି ଥାନାକୁ ଟେକିନେଲା ପୁଲିସ୍। ବିଜେପି ଟିମ୍ରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ପରି ଜନ ପ୍ରତିନିଧି ଥିଲେ ବି ସେମାନଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍। ଅଟକ ରଖିବାର କାରଣ ପୁଲିସ୍ ନିଜେ କହି ପାରୁ ନ ଥିବା ବେଳେ ଛାଡ଼ିବା ନାଁ ବି ଧରୁନି। ଏହି ଘଟଣାକୁ ସଂସଦରେ ଉଠାଇବେ ବୋଲି ଚେତାବନୀ ଦେଇଛନ୍ତି ସାଂସଦ ସୁରେଶ […]Continue Reading
Odisha News
ସମ୍ବଲପୁର,୧୮/୪: ଆଜି ପୁଣି ଥରେ ସମ୍ବଲପୁର ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ପରେ Continue Reading
Odisha News
ସମ୍ବଲପୁର,୧୭/୪: ସମ୍ବଲପୁର ଜିଲ୍ଲାରେ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧିକୁ ପୁଣି ବୃଦ୍ଧି କାରାଯାଇଛି। ପୂରା ଜିଲ୍ଲାରେ ଆହୁରି ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରିଛି ପ୍ରଶାସନ। ଆସନ୍ତାକାଲି ସକାଳ ୧୦ଟା ପର‌୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।୧୩ ତାରିଖରେ ପ୍ରଥମଥର ପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ୧୫ ତାରିଖରେ ଏହାର ଅବଧି Continue Reading
Odisha News
ସମ୍ୱଲପୁର,୧୫/୪: ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ସମ୍ୱଲପୁରରେ ଘଟିଥିବା ହିଂସା ପରେ ଶୂନଶାନ୍ ଓ ଖାଁ ଖାଁ ରହିଛି ପୂରା ସହର। ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି ଜିଲ୍ଲା ସ୍କୁଲ ଛକ। ହିଂସାକାଣ୍ଡ ସ୍ଥଳ ମୋତିଝରଣଠୁ ଗେଙ୍ଗୁଟିପାଲି ଯାଏଁ ପ୍ରଭାବିତ ହୋଇଛି ମଣିଷ ଚଳାଚଳ।କୌଣସି ଆଇନଶୃଙ୍ଖଳା ସ୍ଥିତି ଯେପରି ନଉପୁଜେ, ସେଥିପାଇଁ ଫ୍ଲାଗମାର୍ଚ୍ଚ କରି ଚେତାବନୀ ଶୁଣାଉଛି ପୁଲିସ। ଆଜି ଦୁଇ ଦୁଇ ଥର ଏଭଳି ଫ୍ଲାଗମାର୍ଚ୍ଚ ହୋଇଛି। Continue Reading
Odisha News
ସମ୍ବଲପୁର,୧୫/୪: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବନ୍ଦ ଥିବା ଇଣ୍ଟରନେଟ୍ ସେବା ଅବଧି ପୁଣି ବଢିଛି।ଆଉ ୪୮ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଣି ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଗତକାଲି ଜିଲ୍ଲାପାଳ ଅନନ୍ୟା ଦାସ ସୂଚନା Continue Reading
Odisha News
ସମ୍ବଲପୁର,୧୪/୪: ଡାକ ବିଭାଗ ଆଜି ଛୁଟି ଥିବା ବେଳେ କାର୍ଯ୍ୟାଳୟ ଭିତରେ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୪୦ ହଜାର ଲାଞ୍ଚନେଇ ପୋଷ୍ଟ ସହକାରୀ ଯନ୍ତ୍ରୀ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଉଛନ୍ତି ପୋଷ୍ଟମାଷ୍ଟର ଜେନେରାଲ ସମ୍ବଲପୁର ମଣ୍ଡଳରେ କାର‌୍ୟ୍ୟରତ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ।ସୂଚନା ଅନୁସାରେ ସହକାରୀ ଯନ୍ତ୍ରୀ ସୁବାଶିଷ ପାଲ ଜଣେ ଠିକାଦାରଙ୍କ ବିଲ୍ ପାସ କରିବା ପାଇଁ ୧ ଲକ୍ଷ ୪୦ ହଜାର ଟଙ୍କା ଦାବି Continue Reading
Top Stories
By Suresh Das Sambalpur,April 13: At least 10 police personnel, including the Additional Superintendent of Police (ASP), of Sambalpur and an inspector, were injured in violence that erupted during the Hanuman Jayanti rally in Sambalpur on Wednesday evening. As per reports, a bike rally was held to celebrate Hanuman Jayanti in the western Odisha town […]Continue Reading
Odisha News
ସମ୍ବଲପୁର,୧୩/୪: ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ। ଏହାସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। ଏହାସହ ସୋଶାଲ ମିଡିଆ ମେସେଜିଂ ସର୍ଭିସ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।ଗତକାଲି Continue Reading
Seo wordpress plugin by www.seowizard.org.