By Sasmita Sai Sambalpur ,Dec 31 : In a bid to develop the potential of the younger generation in building ‘Viksit Bharat’ by 2047, Union Minister of Skill Development and Entrepreneurship, Shri Dharmendra Pradhan launched the “Kaushal Rath”, a bus providing skills on wheels. This transformative initiative, led by NSDC, aims to provide accessible Continue Reading
ସମ୍ବଲପୁର,୨୧/୧୨: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ‘କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟା’ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।କୁଚିଣ୍ଡାର ସମସ୍ତ ଦୋକାନ ବଜାର, ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ହେଲେ ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ Continue Reading
ସମ୍ବଲପୁର,୧୯/୧୨: ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ପୂର୍ବତନ ପ୍ଲାନିଂ ମେମ୍ବର ଓ ଜଣେ କର୍ମଚାରୀଙ୍କ ଘରେ ପଶିଛି ଭିଜିଲାନ୍ସ।ସୂଚନା ଅନୁଯାୟୀ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ର ଓ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଚଢ଼ଉ ଜାରି ରହିଛି।ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ଚଢ଼ଉ ଚାଲିଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ Continue Reading
ସମ୍ବଲପୁର,୧୨/୧୨: ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ଏକ ବୋର୍ ୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି।ପଡ଼ିଥିବା ଶିଶୁଟି ନବଜାତ ହୋଇଥିବା ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।Continue Reading
ସମ୍ବଲପୁର,୩୦/୧୧: ସମ୍ବଲପୁର ରେଳ ଷ୍ଟେସନରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି।ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା।ଏହା ଜାଣିବା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ପୁଣି ନେଇ ଆସିଥିଲେ। ରେଳ ଲାଇନଚ୍ୟୁତ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ୱାସିଙ୍ଗ Continue Reading
ସମ୍ବଲପୁର,୨୦/୧୦: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଟିଏଫ୍ ହଷ୍ଟେଲର ୩୮ ନମ୍ବର ରୁମ୍ରୁ ଗତକାଲି ସନ୍ଧ୍ୟାରେ ଯୁକ୍ତ ୩ ବାଣିଜ୍ୟର ଶେଷ ବର୍ଷର ଛାତ୍ର ଘନଶ୍ୟାମ କରୁଆଁଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରୁ ଏକ ହାତ ଲେଖା ଚିଠି ପାଇଛି। ଏହାକୁ ଘନଶ୍ୟାମଙ୍କ ସୁଇସାଇଡ୍ ନୋଟ୍ ବୋଲି କୁହାଯାଉଛି, ଯାହା ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି।ଇଂରାଜୀରେ Sorry Maa, I Quit ଶୀର୍ଷକ ଥିବା ଏହି ଚିଠିରେ ସେ ଲେଖିଛନ୍ତି, ମାଁ ମୁଇଁ ତତେ Continue Reading
ସମ୍ବଲପୁର,୧୩/୧୦: ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଓ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ। ବୁର୍ଲା ନାଗରିକ କମିଟି ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।ବର୍ଷ ବର୍ଷ ଧରି ବୁର୍ଲା ସହରରେ ବାସ କରୁଥିବା ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ମିଳିପାରୁ ନାହିଁ। ବାରମ୍ବାର ଏନେଇ ଦାବି କଲେ କିଛି ସୁଫଳ ମିଳି ନାହିଁ। ଶୀଘ୍ର ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ପାଇଁ ଲୋକେ […]Continue Reading
ସମ୍ବଲପୁର,୨୦/୯ : ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ।ଏହାସହ ନିଜର ନୂଆ ଫସଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବ ଚାଷୀ। ଆଜି ପୂବାହ୍ନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ।ନୂଆଖାଇ ପାଇଁ Continue Reading
ସମ୍ବଲପୁର,୧୩/୯: ମହାନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ୨ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବରୁ ଗୋଟିଏ ଲେଖାଏଁ ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣ ୩ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮.୨୩ ଫୁଟ୍ ଥିଲା। ଜଳଭଣ୍ଡାରକୁ ସେକେଣ୍ଡ ପିଛା ୭୩,୩୦୮ କ୍ୟୁସେକ ଜଳ ପ୍ରବେଶ Continue Reading
ସମ୍ବଲପୁର,୧୬/୮: ନିଜ ପ୍ରେମ ପାଇଁ ଦୁଇ ଛୁଆଙ୍କୁ ପର କରି ଦେଇଥିଲା ମା’। ସ୍ୱାମୀ ସହ କାଟିଥିବା ୮ବର୍ଷର ସମ୍ପର୍କକୁ ଭୁଲି ଯାଇ ପ୍ରେମିକ ସହ ପଳାଇଥିଲେ । ଏନେଇ ପ୍ରତିଶୋଧ ନିଆଁରେ ଜଳୁଥିଲେ ସ୍ୱାମୀ। ସ୍ତ୍ରୀର ପ୍ରେମିକକୁ ବାଟରୁ ହଟାଇ ଦେବାକୁ ସୁଯୋଗ ଖୋଜୁଥିଲେ। ଗତକାଲି ସୁଯୋଗ ପାଇ ସ୍ତ୍ରୀର ପ୍ରେମିକକୁ ଗୁଳି କରିଛି ସ୍ୱାମୀ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡନୂଆପଡା ର କ୍ଷେତିନାଳି ଗାଁରେ।ଆହତ ବ୍ୟକ୍ତି ଜଣଙ୍କ ହେଲେ ଟେମ୍ପୁ […]Continue Reading




