Home Posts tagged Puri (Page 19)
Odisha News
ପୁରୀ,୧୦/୭: ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ।ରାଜବେଶର ଅନ୍ୟନାମ ବଡ ତଡ଼ଉ ବେଶ। ତଡ଼ଉ ଅର୍ଥ ସୁନା। ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ।ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ। ବିଜୟାଦଶମୀ, କାର୍ତ୍ତିକ Continue Reading
Odisha News
ପୁରୀ,୧୦/୭: ଆଜି ହେଉଛି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତିକାନ୍ତି କରାଯାଇ ଠାକୁରଙ୍କ ସୁନାବେଶ କରାଯିବ।ରଥ ଉପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଓ ଗୋପାଳବଲ୍ଲଭ ପରେ ସକାଳଧୂପ ନୀତି କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ।ଭକ୍ତମାନେ ରାତି Continue Reading
Odisha News
ପୁରୀ,୯/୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀଜିଉ ଫେରିବେ ଶ୍ରୀମନ୍ଦିର।ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି। ଏହାପରେ ସାଢ଼େ ୨ଟାରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।ତେବେ ତାର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ଚାଲିଛି Continue Reading
Odisha News
ପୁରୀ, ୩/୭: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଆଡ଼ପମଣ୍ଡପରେ ଦର୍ଶନ କରିଛନ୍ତି।ଦୀର୍ଘ ୨ ବର୍ଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ସାଧାରଣଦର୍ଶକମାନେ ପ୍ରବେଶ କରିପାରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଶରଧାବାଲିରେ ଲାଇନ୍ରେ ଛିଡ଼ା ହୋଇଛନ୍ତି।ପବିତ୍ର ଶରଧାବାଲିରେ ରବିବାର ଲୋକାରଣ୍ୟ ଦେଖିବାକୁ ମିଳିଥିଲା। ସରକାରୀ ଓ ଅନେକ ଘରୋଇ କାର‌୍ୟ୍ୟାଳୟ ବନ୍ଦ ଥିବାରୁ ଭକ୍ତଙ୍କ ଗହଳି ଅନେକ Continue Reading
Odisha News
ପୁରୀ,୨/୭: ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ସେଠାରେ ନୂଆ ଚୁଲି ତିଆରି ହୋଇଥିଲା। କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ଯିଏ ପାରି ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି। କିଛି ବ୍ୟବସ୍ଥା ନାହିଁ। ତେଣୁ କିଏ ପଶି ଭାଙ୍ଗି ଦେଇଥିବ।ସେ […]Continue Reading
Top Stories
ପୁରୀ ୨୯/୬: ଆଜି ହେଉଛି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅନବସର ନୀତି ସରିଲା । ଏବେ ପୂରା ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି।ସୁସ୍ଥ ହୋଇଥିବା ଶ୍ରୀବିଗ୍ରହ ମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇ କରାଯାଇଛି।ଆଜି Continue Reading
Odisha News
ଭୁବନେଶ୍ବର,୨୮/୬: ରଥଯାତ୍ରା ସମୟରେ ଭକ୍ତଙ୍କ ଗମନାଗମନ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀଠାରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାରୁ ଏବର୍ଷ ବହୁ ତୀର୍ଥଯାତ୍ରୀ ଏକାଠି ହେବା ନେଇ ଆକଳନ କରାଯାଇଛି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବହୁ ତୀର୍ଥଯାତ୍ରୀ ଆସିବାକୁ ଥିବାରୁ ଓଡ଼ିଶା ସମେତ ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ୍ Continue Reading
Top Stories
ଭୁବନେଶ୍ବର, ୨୭/୬: ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, Continue Reading
Odisha News
ଭୁବନେଶ୍ୱର,୨୭/୬: ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ । ଏହାପରେ ଦତ୍ତମହାପାତ୍ର Continue Reading
Odisha News
ପୁରୀ, ୨୫/୦୬: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେବା ପାଇଁ ଶ୍ରୀନଅର ଅଭିମୁଖେ ଦଇତା ଓ ପତିମହାପାତ୍ର ସେବାୟତ ଯାଇଛନ୍ତି । ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, କରାଳ, ପାଟଡୋରକୁ ରୂପା ଥାଳିରେ ଆସିଥିବା ପ୍ରସାଦ ଗଜପତିଙ୍କୁ ଅର୍ପଣ କରାଯାଇଛି।Continue Reading