Home Posts tagged Puri (Page 16)
Odisha News
ପୁରୀ,୨/୭: ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ସେଠାରେ ନୂଆ ଚୁଲି ତିଆରି ହୋଇଥିଲା। କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ଯିଏ ପାରି ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି। କିଛି ବ୍ୟବସ୍ଥା ନାହିଁ। ତେଣୁ କିଏ ପଶି ଭାଙ୍ଗି ଦେଇଥିବ।ସେ […]Continue Reading
Top Stories
ପୁରୀ ୨୯/୬: ଆଜି ହେଉଛି ପବିତ୍ର ନବଯୌବନ ଦର୍ଶନ। ୧୫ ଦିନର ଅନବସର ନୀତି ସରିଲା । ଏବେ ପୂରା ସୁସ୍ଥ ହୋଇଛନ୍ତି ଶ୍ରୀଜିଉ। ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି।ସୁସ୍ଥ ହୋଇଥିବା ଶ୍ରୀବିଗ୍ରହ ମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇ କରାଯାଇଛି।ଆଜି Continue Reading
Odisha News
ଭୁବନେଶ୍ବର,୨୮/୬: ରଥଯାତ୍ରା ସମୟରେ ଭକ୍ତଙ୍କ ଗମନାଗମନ ସୁବିଧା ପାଇଁ ରଥଯାତ୍ରା ସମୟରେ ପୁରୀକୁ ଓ ପୁରୀଠାରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାରୁ ଏବର୍ଷ ବହୁ ତୀର୍ଥଯାତ୍ରୀ ଏକାଠି ହେବା ନେଇ ଆକଳନ କରାଯାଇଛି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବହୁ ତୀର୍ଥଯାତ୍ରୀ ଆସିବାକୁ ଥିବାରୁ ଓଡ଼ିଶା ସମେତ ବାହାର ରାଜ୍ୟରୁ ସ୍ବତନ୍ତ୍ର ଟ୍ରେନ୍ Continue Reading
Top Stories
ଭୁବନେଶ୍ବର, ୨୭/୬: ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଲଗାତାର ଉପର ମୁହାଁ ହେଉଥିବା ଯୋଗୁଁ ଏବଂ ପୁରୀରେ ସଂକ୍ରମଣ ଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।ସେ ଆହୁରି କହିଛନ୍ତି, ଯେଉଁମାନଙ୍କଠାରେ କରୋନାର ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସି ଘରେ ରହି ଟିଭିରେ ରଥଯାତ୍ରା ଦେଖିବା ଭଲ। ରଥଯାତ୍ରା ପାଇଁ ପୁରୀ ଷ୍ଟେସନ, Continue Reading
Odisha News
ଭୁବନେଶ୍ୱର,୨୭/୬: ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ । ଏହାପରେ ଦତ୍ତମହାପାତ୍ର Continue Reading
Odisha News
ପୁରୀ, ୨୫/୦୬: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ ପୀଡିତ ଥିବା ମହାପ୍ରଭୁ ଆଜି ସୁସ୍ଥ ହୋଇଛନ୍ତି । ଅନବସରର ଦ୍ୱାଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ସୁସ୍ଥତାର ସନ୍ଦେଶ ଦେବା ପାଇଁ ଶ୍ରୀନଅର ଅଭିମୁଖେ ଦଇତା ଓ ପତିମହାପାତ୍ର ସେବାୟତ ଯାଇଛନ୍ତି । ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ, କରାଳ, ପାଟଡୋରକୁ ରୂପା ଥାଳିରେ ଆସିଥିବା ପ୍ରସାଦ ଗଜପତିଙ୍କୁ ଅର୍ପଣ କରାଯାଇଛି।Continue Reading
Odisha News
ପୁରୀ,୨୧/୬: କରୋନା ପାଇଁ ଦୁଇ ବର୍ଷ ହେବ ବିନା ଭକ୍ତରେ ରଥ ଯାତ୍ରା ହେଉଥିଲା। ହେଲେ ଚଳିତ ବର୍ଷ ରଥ ଯାତ୍ରା ଦେଖିବାକୁ ଭକ୍ତମାନଙ୍କୁ ଅନୁମତି ମିଳିଛି। ଏଥିପାଇଁ ବହୁ ସଂଖ୍ୟାର ଭକ୍ତ ପୁରୀ ଆସିବେ।ଭକ୍ତଙ୍କ ସୁବିଧା ପାଇଁ ପୁରୀକୁ ୨୦୫ଟି ଟ୍ରେନ୍ ଚଳାଚଳ କରିବ। ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏପରି କହିଛନ୍ତି।ସେ କହିଛନ୍ତି, ରଥ ଯାତ୍ରା ପାଇଁ ପୁରୀରେ ବିଶେଷ ବ୍ୟବସ୍ଥା କରାଯିବ। ସବୁ Continue Reading
Odisha News
ପୁରୀ ୨୦/୬: ପୁରୀ ବଡଦାଣ୍ଡରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ୍ ନନ୍ଦିଘୋଷ ରଥ ଆଡକୁ ମାଡିଯାଇଥିଲା ।ଫଳରେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ ଭାରସାମ୍ୟ ହରାଇ ଗାଡିଟି ମାଡିଯାଇଥିବା ଜଣାପଡିଛି ।ଦୁର୍ଘଟଣା ଫଳରେ ଅନୁଗୋଳ ଜିଲ୍ଲା ଲୁହା ମୁଣ୍ଡା ଅଞ୍ଚଳର ବୈଜୟନ୍ତି ସାହୁ ଏବଂ ଗିରିଶ ସାହୁ ଗୁରୁତର ଆହତ ହୋଇଛନ୍ତି ।ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି […]Continue Reading
Odisha News
ଭୁବନେଶ୍ୱର,୧୪/୬: ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ଦେବସ୍ନାନ ନୀତି । ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଧାଡ଼ି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କଲେ । ଧାଡ଼ିପହଣ୍ଡିରେ ଦେବୀ Continue Reading
Odisha News
ଭୁବନେଶ୍ୱର,୧୦/୬: ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ନୀତି ଶେଷ ହେବା ପରେ ମଦନମୋହନ ଦେବ ଆଜ୍ଞାମାଳ ପ୍ରାପ୍ତ ହୋଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ ହୋଇଥାନ୍ତି । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର […]Continue Reading
Seo wordpress plugin by www.seowizard.org.