ପୁରୀ,୧୬/୧୧: ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର ।ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଛି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।ପ୍ରଭୁ ମାଧବାନନ୍ଦ ଜୀଉଙ୍କ ଛତିଶା ନିଯୋଗ ସେବାୟତ […]Continue Reading
ପୁରୀ, ୮/୧୧: ଚନ୍ଦ୍ରଗ୍ରହଣ ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି । ଗ୍ରହଣ ନୀତି ପାଇଁ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ।ସୋମବାର ପହଡ଼ ପରେ ଆସନ୍ତାକାଲି ସକାଳ ୬ଟା ଯାଏଁ ଦର୍ଶନ ବନ୍ଦ ରହିବ । ଆଜି ରାତିରେ ପହୁଡ଼ ପଡିବା ପରେ କାଲି ସକାଳ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ରାହୁ ଗ୍ରସ୍ତୋଦୟ Continue Reading
ପୁରୀ,୭/୧୧: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି। କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ମହିଳା ଶ୍ରଦ୍ଧାଳୁଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରି ମୁଣ୍ଡ ଫଟେଇ ଦେଇଛନ୍ତି ପୁଲିସ କର୍ମଚାରୀ। ଆହତ ମହିଳାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଏଣେ ଆଜି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।ଏହି ସମୟରେ Continue Reading
ପୁରୀ,୪/୧୧: ଆସନ୍ତା ୧୦ରେ ପୁରୀ ଗସ୍ତରେ ଆସୁଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ ସମସ୍ତ ବିଭାଗର ଅଧିକାରୀ ଓ ପୁଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ଥିଲେ।ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି Continue Reading
ପୁରୀ,୨।୧୧: ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼।ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ କରିପାରିବେ କିନ୍ତୁ ପାଦ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ସାକ୍ଷୀଗୋପାଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପ୍ରଶାସନ । Continue Reading
ପୁରୀ,୧/୧୧: ଆସନ୍ତାକାଲି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାପାଦ ଦର୍ଶନ କରିପାରିବେ ଭକ୍ତ। କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିନାହିଁ।। ଏନେଇ ପୁରୀ ଏସ୍ପି ସୂଚନା ଦେଇଛନ୍ତି।ଭକ୍ତମାନେ ଲାଇନରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରିବେ। ସିଂହ ଦ୍ୱାରା ଦେଇ ଭକ୍ତମାନେ ପ୍ରବେଶ କରି ଠାକରଙ୍କୁ ଦର୍ଶନ କରିବେ। Continue Reading
ପୁରୀ ,୨୪/୧୦: “ତୁମ ଜୀବନରୁ ଚାଲି ଯାଉଛି। ଧନ ତୁମେ ଖୁସିରେ ରୁହ। ମୁଁ ବହୁତ ଦୂରକୁ ଚାଲି ଯାଉଛି। ତୁମ ଖୁସିରେ ମୁଁ ଖୁସି।” ନିଜ ପ୍ରେମିକ ଉଦ୍ଦେଶ୍ୟରେ ଏମିତି କିଛି ଲେଖି ଜୀବନ ହାରିଛନ୍ତି ଜଣେ +୨ ଛାତ୍ରୀ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି।ତାଙ୍କ ଘର ବଳଙ୍ଗାରେ ହୋଇଥିବା ବେଳେ ସେ ସୁକନ୍ୟା ହଷ୍ଟେଲରେ ରହୁଥିଲେ। ତେବେ […]Continue Reading
ପୁରୀ ,୫/୧୦: ଶ୍ରୀମନ୍ଦିର ଚୂଡାରେ ଚଢିଗଲେ ଅଗ୍ନିଶ୍ୱର ମହାଦେବଙ୍କ ପୂଜକ ଚନ୍ଦ୍ରଶେଖର ପଣ୍ଡା। ଆଜି ଅପରାହ୍ନ ସମୟରେ ସେ ବଡ଼ଦେଉଳର ନୀଳଚକ୍ର ବାନା ଲାଗୁଥିବା ସ୍ଥାନକୁ ଚଢି ଯାଇଥିଲେ। ସେଠାରେ ବୁଲୁଥିବା ବେଳେ ଚୂନରା ସେବକମାନେ ଦେଖିବାକୁ ପାଇଲେଥିଲେ।ତାକୁ ଓହ୍ଲାଇବାକୁ ପୁଲିସ ଓ ଜେଟିପି ବାରମ୍ଵାର କହିଥିଲେ। ପ୍ରଥମେ ସେ ଓହ୍ଲାଇ ନଥିଲେ। ପରେ ଚନ୍ଦ୍ରଶେଖର ଦକ୍ଷିଣଘର ଛାତ ଦେଇ ମୁକ୍ତିମଣ୍ଡପ ସମ୍ମୁଖରେ ଓହ୍ଲାଇଥିଲେ। ସିଂହ ଦ୍ୱାର ଥାନା ପୁଲିସ ତାକୁ ଅଟକ Continue Reading
ପୁରୀ,୨୫/୯: ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଏହି ଅବସରରେ ପିତୃପୁରୁଷଙ୍କୁ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଶ୍ରାଦ୍ଧ ପ୍ରଦାନ କରାଯାଉଛି। ତିଳତର୍ପଣର ଅନ୍ତିମ ଦିବସ ପବିତ୍ର ଅମାବାସ୍ୟା ତିଥିରେ ଯେଉଁମାନେ ତାଙ୍କ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥିଲେ ସେମାନେ ଆଜି ମହାଳୟା ଅବସରରେ ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ Continue Reading
ପୁରୀ,୨୪/୯: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ସକାଳୁ ଭୁବନେଶ୍ୱର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ଆତ୍ମହତ୍ୟା କରିଥିବା ସ୍ଥଳରୁ Continue Reading