ପୁରୀ,୨୬/୨: ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଆଜି ସକାଳେ ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ମଣପଡ଼ା ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ବସ୍ଟି ବ୍ରହ୍ମଗିରିରୁ କଟକ ଯାଉଥିବା ବେଳେ ବାଇକ୍ଟିକୁ ଧକ୍କା ଦେଇଥିଲା। ମୃତ ବାଇକ ଚାଳକଙ୍କ ନାଁ କମଳ ସାମନ୍ତରାୟ। ତାଙ୍କ ଘର ଅପିଠି ଗାଁରେ। ବ୍ରହ୍ମଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି Continue Reading
ସାକ୍ଷୀଗୋପାଳ,୨୩/୨: ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଆକର୍ଷଣୀୟ ଐତିହ୍ୟ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକାର୍ପଣ କରିଛନ୍ତି।ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗ ଓ ବଳିଦାନର ଅମ୍ଳାନ୍ ସ୍ମୃତି ସମଗ୍ର ବିଶ୍ବ ଦେଖିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ସୁଆଣ୍ଡୋରେ ପହଞ୍ଚି ନୂଆ ରୂପରେ ସଜେଇ ହୋଇଥିବା Continue Reading
ପୁରୀ,୧୨/୨: ପୁରୀ ଜିଲ୍ଲା ଭୂଆଁ ଛକ ନିକଟରେ ରବିବାର ଏକ ଟ୍ରାଭେରା ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଅଟୋଟି କୋଣାର୍କରୁ ପୁରୀ ଆଡ଼କୁ ଆସୁଥିବା ବେଳେ ଟ୍ରାଭେରାଟି ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିଲା। ଅଟୋରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର Continue Reading
ପୁରୀ,୭/୨: ନୀଳାଚଳ ଭକ୍ତ ନିବାସ ନାମରେ ଏକ ଜାଲି ୱେବସାଇଟ୍ ଖୋଲି ଲୋକଙ୍କୁ ରୁମ୍ ବୁକିଂ କରାଇଦେବା ଆଳରେ ଠକୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲା ଆଗରପଡ଼ାର ଚନ୍ଦନ ସିଂହ(୨୭) ଓ ଭଦ୍ରକ ଜିଲ୍ଲା ଚରମ୍ପାର ଗୌତମ ସାହୁ(୩୯)। ଉଭୟଙ୍କଠାରୁ ୫ଟି ମୋବାଇଲ୍, ୩୧ଟି ସିମକାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଉପକରଣ ଓ ଗୋଟିଏ ବାୟୋମେଟ୍ରିକ୍ କର୍ଡ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ Continue Reading
ପୁରୀ,୧୫/୧: ପୁରୀ ଶ୍ରୀମନ୍ଦିରରେ ରବିବାର ଠେଲାପେଲା ଯୋଗୁ ୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଘରକୁ ଛାଡ଼ି ଦିଆଯାଇଛି।ଆହତ ଦୁଇ ଶ୍ରଦ୍ଧାଳୁ ହେଲେ କଟକର ଦିବ୍ୟା ସାହୁ (୧୬) ଓ ପୁରୀ ହାଡ଼ଗଡ଼ିଆ ସାହିର ସୁଲୋଚନା ସାହୁ (୬୫)। ଦିବ୍ୟା ତାଙ୍କ ଘରକୁ ଫେରି ଯାଇଥିବା ବେଳେ ସୁଲୋଚନାଙ୍କର ଚିକିତ୍ସା ଚାଲିଛି। ସେ ଅଣନିଃଶ୍ୱାସୀ ଅନୁଭବ କରିବାରୁ ତାଙ୍କୁ Continue Reading
ପୁରୀ,୬/୧: ବିନା କୌଣସି ସୂଚନା ତଥା ପୂର୍ବ ନୋଟିସରେ ଆଜି ସକାଳୁ ହଠାତ୍ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏଥିଯୋଗୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ କାଳିଆ ଦର୍ଶନ କରି ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାବାଦ ସ୍ଥାନୀୟ ଲୋକେ ବି ନିଜ ଆବଶ୍ୟକ କାମ ପାଇଁ ରାସ୍ତା ଅପରପାର୍ଶ୍ୱକୁ ଯାଇ ପାରୁ ନାହାନ୍ତି।ଶ୍ରୀମନ୍ଦିର ସମ୍ମୁଖରେ ଏବେ ପରିକ୍ରମା ପ୍ରକଳ୍ପ କାମ ଚାଲୁଛି । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ Continue Reading
ପୁରୀ,୨୬/୧୨:ବିଜେଡି ଫୋକସରେ ମହିଳା ଭୋଟର୍। ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଭିଭାଷଣରେ ଏନେଇ ସ୍ପଷ୍ଟ ସୂଚନା ମିଳିଛି। ନିଜର ଅଭିଭାଷଣରେ ନବୀନ କହିଛନ୍ତି, ମହିଳାଙ୍କ ଉନ୍ନତି ଓ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ବିଜେଡି ୨୫ ବର୍ଷ କ୍ଷମତାରେ ରହିଲାଣି। ଯଦି ମହିଳା ମାନଙ୍କ ଆସ୍ଥା ମିଳେ ତା’ହେଲେ ୨୫ କ’ଣ, ୫୦ କ’ଣ ୧୦୦ ବର୍ଷ ଯାଏଁ କ୍ଷମତାରେ ରହିବ ବିଜେଡି।ପ୍ରତିଷ୍ଠା ଦିବସରେ ସଭା Continue Reading
ପୁରୀ,୨୩/୧୨: ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଲାଇନ ମ୍ୟାନ। ଆଜି ଭିଜିଲାନ୍ସ ଏହି ଲାଞ୍ଚୁଆ ଲାଇନ୍ ମ୍ୟାନଙ୍କୁ ଧରିଛି। ଅଭିଯୁକ୍ତ ଜଣକ ପୁରୀ ଜିଲ୍ଲା ପିପିଲି ବ୍ଲକ ଭାରତୀପୁର ବିଦ୍ୟୁତ ସବ୍ଡିଭିଜନର ଲାଇନ ମ୍ୟାନ ମାନସ ସାହୁ।ସୂଚନା ମୁତାବକ, ବିଦ୍ୟୁତ ସଂଯୋଗ ପାଇଁ ଡେଲାଙ୍ଗ ମଳିଗାଁର ଜ୍ୟୋସ୍ନା ବେହେରା ସମ୍ପୃକ୍ତ ବିଭାଗ ନିକଟରେ ଅନଲାଇନ ଯୋଗେ ୪୩୪୧ ଟଙ୍କା ପୈଠ କରିଥିଲେ। Continue Reading
ପୁରୀ ,୨୫/୧୧: ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି ।ବିଶେଷ କାର୍ୟ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ ଏସ୍ପିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ୱାର ଶ୍ରୀଜୀଉଙ୍କ ଫଟୋ Continue Reading
ପୁରୀ, ୨୦/୧୧: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଆକାଶ Continue Reading