ସାକ୍ଷୀଗୋପାଳ,୧୭/୧୨: ସାକ୍ଷୀଗୋପାଳର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ଚୋରମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡି ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଥିଛନ୍ତି।ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି। Continue Reading

ପୁରୀ,୧୬/୧୨: ଆଜି ହେଉଛି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ ପହିଲି ଭୋଗ। ଆଜି ରାତି ୨ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳା ଆରତି ନୀତି ସମ୍ପନ୍ନ ହେବା ପରେ ରୋଷ ହୋମ ନୀତି ଅନୁଷ୍ଠିତ ହୋଇଛି। ଏହା ସହିତ ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ ନୀତି ହୋଇଛି।ଭୋର ୫ […]Continue Reading
ପୁରୀ,୨୩/୧୧ : ଆଜିଠୁ ଆରମ୍ଭ ହେଉଛି ପଞ୍ଚୁକ। ଯେଉଁମାନେ ମାସକ ଯାକ କାର୍ତ୍ତିକ ବ୍ରତ କରି ନଥାନ୍ତି ସେହିମାନେ ଏହି ପଞ୍ଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆଜି ବଡ଼ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ପାଟବସ୍ତ୍ର, […]Continue Reading
ପୁରୀ, ୧୪/୧୧ : ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଟ୍ରେନ୍ର ବଗିଗୁଡ଼ିକର ମରାମତି ସହ ତାହାକୁ ସଫା କରାଯାଉଥିଲା। ଉକ୍ତ ସମୟରେ ଏକ ଏସି ବଗି […]Continue Reading
ପୁରୀ, ୧୦/୧୧: ଶ୍ରୀମନ୍ଦିରରେ ମଙ୍ଗଳାଳତୀ ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି।ବଗଲା ଧର୍ମଶାଳା ସରକାରୀ ହବିଷ୍ୟାଳୀ ସେଣ୍ଟରରେ ଥିବା ଜଣେ ହବିଷ୍ୟାଳୀଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ଏଣେ ଆହତ ମହିଳାମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ଏକାଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଛି। Continue Reading
ପୁରୀ/ ଭୁବନେଶ୍ବର,୭/୧୧: ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ଗତ କିଛିଦିନ ଧରି ଗୁରୁତର ଅସୁସ୍ଥ ଥିବା ଶ୍ରୀ ମହାନ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି।ନଭେମ୍ବର ପହିଲାରୁ ଭୁବନେଶ୍ବରର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ମହାନ୍ତିଙ୍କ ବିୟୋଗ ଭୋର ୩.୨୫ରେ ହୋଇଛି ବୋଲି ହସ୍ପିଟାଲର ଲୋକସଂପର୍କ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।ସ୍ବର୍ଗତ ମହେଶ୍ବର ମହାନ୍ତି ୧୯୫୬ ମସିହା Continue Reading
ପୁରୀ,୧୮/୯: ପୁରୀ-କୋଣାର୍କ ଡିଫେନ୍ସ ରୋଡ଼ରେ ମୋ ବସ ସହ କାର ଧକ୍କା, ଜଣେ ମୃତ। ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।ଏହା ସହ ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ କାରକୁ ଧକ୍କା ଦେଇ ଏକ ଗଛକୁ ଦେଲାଥିଲା ମୋ ବସ୍।ବସ୍ ଡ୍ରାଇଭର ବସ୍ ଭିତରେ ଫସି ରହିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ। […]Continue Reading
ପୁରୀ,୧୧/୯: ମାତ୍ର ୬ ଘଣ୍ଟାରେ ପୁରୀରୁ ଯାଇହେବ ରାଉରକେଲା । ଓଡ଼ିଶାରେ ଚାଲିବାକୁ ଥିବା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ ଆଜି କରାଯାଇଛି ।ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରେନ୍ ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ ହୋଇଛି ।ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା […]Continue Reading
ପୁରୀ,୭/୯ : ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଘଟଣା ଘଟିଛି ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡିଆଠାରେ। ଆହତ ପୁତୁରା ଜଣଙ୍କ ହେଲେ ଶିବ ବେହେରା (୨୬)। ଶିବଙ୍କ ଘର ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ସେ ଶ୍ରମିକଭାବେ କାମ କରି ପରିବାର ପୋଷଣ କରୁଥିଲେ। ଶିବଙ୍କ ଦାଦା ଦାଦା ଶଙ୍କର […]Continue Reading
ପୁରୀ,୨୪/୮: କୁଖ୍ୟାତ ଅପରାଧୀ ପିନାକୀ ବରାଳ ଓରାଫ ପିନୁକୁ ପୁରୀ ପୁଲିସ ଗୁରୁବାର ଦିନ ଏନ୍କାଉଣ୍ଟର କରିଛି। ପିନୁର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଜଗନ୍ନାଥବସ୍ତିର ବିଦ୍ୟାଧର ବରାଳଙ୍କ ପୁଅ ପିନୁକୁ ପୁରୀ ଜିଲ୍ଲା ବାସେଳିସାହି ଆଇଆଇସି ମାନସ ବାରିକ ଏବଂ ତାଙ୍କର ଟିମ୍ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ଲୋକନାଥ ମନ୍ଦିର ପଛପଟରେ Continue Reading