ପୁରୀ,୧୯/୬ : ଅଣସର ପରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଭକ୍ତମାନେ ଲମ୍ବା ଧାଡିରେ ଠିଆହୋଇ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ପ୍ରଥମେ ପରିମାଣିକ ଟିକେଟଧାରୀ ଦର୍ଶନ କରୁଛନ୍ତି। ଏହାପରେ ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ୟ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହ ଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିନ ୧୧ଟା ପରେ ଆଉ Continue Reading
ପୁରୀ,୧୬/୬ : ଭକ୍ତଙ୍କ ବିଶ୍ୱାସ ସହିତ ସାଂଘାତିକ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ଲୁଚାଛପାରେ ପ୍ରସ୍ତୁତ ଓ ବିକ୍ରି ହେଉଛି ନକଲି ଅବଢ଼ା। ଶ୍ରୀମନ୍ଦିରରେ ଯେପରି କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ପ୍ରସ୍ତୁତ ହୁଏ ଏହାର ଅବିକଳ ନକଲ କରାଯାଇଛି।ଚୋରଘର ସର୍ବଦା ଅନ୍ଧାର ରୁହେନି, ଠିକ୍ ସେହିପରି ଆଜି ରୋଷେଇ ହୋଇ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏହି ନକଲି ମହାପ୍ରସାଦ ଧରାପଡ଼ିଛି। ପୁରୀ ଲୋକନାଥରୋଡ୍ ଅନ୍ତର୍ଗତ ପାଇକ ସାହିରେ ଏହି Continue Reading
ପୁରୀ,୨୭/୫ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ ମରାମତି ହେବ। ଏଥିସହ ସିଂହଦ୍ୱାର ଓ ଦକ୍ଷିଣୀ ଘରର ଦ୍ୱାର ରୁପା ଛାଉଣୀ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ମୁଖ୍ୟ ପ୍ରଶାସକ ରଂଜନ ଦାସ ସୂଚନା ଦେଇଛନ୍ତି।ଶ୍ରୀ ଦାସ କହିଛନ୍ତି, ସିଂହଦ୍ୱାର ରୁପା ଛାଉଣୀ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଉଭୟ କାର୍ୟ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି Continue Reading
ପୁରୀ,୨୭/୫: ଶ୍ରୀମନ୍ଦିରରେ ଶନିବାର ଅପରାହ୍ଣରେ ଅଘଟଣ ଘଟିଛି। ମନ୍ଦିର ଭିତରେ ଗରମ ଡାଲି ପଡ଼ି ୨ ଜଣ ବୋଝିଆ ଆହତ ହୋଇଛନ୍ତି। ଆହତମାନେ ହେଲେ ପୁପି ପ୍ରଧାନ (୩୦) ଓ ପ୍ରଦୀପ ସାହୁ(୩୫)। ଉଭୟ ଆହତ ଯୁବକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ଶ୍ରୀମନ୍ଦିରର ଭୋଗ ମଣ୍ଡପରୁ ମହାପ୍ରସାଦ ଯାଉଥିବା ବେଳେ ଆଜି ଅପରାହ୍ଣ ସମୟରେ ଅଘଟଣ ଘଟିଥିଲା। ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ଗାଁର ପୁପି ପ୍ରଧାନ ଓ ବ୍ରହ୍ମଗିରିର Continue Reading
By Saroj Kumar Behera Puri, May 5: With four tourists losing their lives in the sea in a span of two days, the Puri district administration on Friday put up red flags warning in Sector-13 near Swargadwar to prevent further mishaps on the occasion of Chandra Yatra. As a precautionary measure, the administration has placed […]Continue Reading
ପୁରୀ,୨୯/୪ : ଅଧା ରହିଗଲା ଜଗା ଦର୍ଶନ। କାର୍ ଯୋଗେ ପୁରୀ ଯାଉଥିବା ବେଳେ ଅଧାବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା। କାର୍ଟି ଦ୍ରୁତ ଗତିରେ ଆସି ଟ୍ରକ୍ ତଳେ ପଶିଯିବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରକୁ […]Continue Reading
ପୁରୀ, ୨୩/୪: ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ମନୁଆ ଓରଫ ମନୋରଞ୍ଜନ ମହାନ୍ତି (୩୮) ଓ ତାର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି। ମନୁଆ ନାଁରେ ୧୮ଟି ଅପରାଧିକ ମାମଲା ରହିଛି।ମନୁଆ ବ୍ୟତୀତ ସୌମ୍ୟରଂଜନ ଆଚାର୍ଯ୍ୟ ଓରଫ ରାଜା (୩୨), ମିଲନ୍ ମିଶ୍ର (୩୫), ଦୀପକ ସୁଆର ଓରଫ ଦିପୁନା ,ଦିପୁ ଏବଂ ନିଲୁ ବାରିକ୍ ଓରଫ ନିଲୁଆ (୩୨)। ଏମାନଙ୍କ ଭିତରୁ ମନୋରଞ୍ଜନ ମହାନ୍ତିର ଘର ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ନରସିଂହବଲ୍ଲଭ ପାଟଣାରେ ହୋଇଥିବାବେଳେ […]Continue Reading
ପୁରୀ,୨୨/୪ : ଦେଶ ମାତୃକାର ସେବା କରିବାର ମନୋବଳ ଦେବାଶିଷ ବିଶ୍ୱାଳଙ୍କୁ ଟାଣିନେଇଥିଲା ସୀମାକୁ। ଆଉ ଜନ୍ମଦାତ୍ରୀଙ୍କୁ ବିଦାୟ ଜଣାଇ ଚାଲି ଯାଇଥିଲେ ଭାରତ ମାଆଙ୍କ କୋଳକୁ।ହେଲେ ସେଠି ସହିଦ୍ ହୋଇଗଲେ। ଆତଙ୍କୀ ହାମ୍ଲାରେ ରକ୍ତି ରଞ୍ଜିତ ହୋଇ ଚିରଦିନ ପାଇଁ ଶୋଇଗଲେ ଭାରତ ମାଆର ପଣତ ତଳେ। ଆଉ ଖାଲି କରିଦେଇଗଲେ ଜନ୍ମଦାତ୍ରୀଙ୍କ କୋଳ। ଆଜି ସେହି ବୀର ଯବାନଙ୍କ ଚିତା ଜଳିଛି ଜନ୍ମ ମାଟିରେ। ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ।ଆଜି ସକାଳ ୭ଟା ବେଳେ […]Continue Reading
ସାକ୍ଷୀଗୋପାଳ,୨୧/୪: ମ୍ମୁ କଶ୍ମୀରର ପୁଞ୍ଚର ମେନ୍ଧାର ଅଞ୍ଚଳରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସେ ହେଲେ ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ। ଏହି ଖବର ପାଇବା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।୨୦୨୧ ମସିହାରେ ଦେବାଶିଷ ସୈନ୍ୟବାହିନୀରେ ନିଯୁକ୍ତି ପାଇଥିଲେ। ସ୍ଥାନୀୟ ବିଷ୍ଣୁପୁର ପଞ୍ଚାୟତର Continue Reading
ପୁରୀ,୩୦/୩ :ଆଜି ହେଉଛି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ Continue Reading