Home Posts tagged Puri (Page 10)
Odisha News
ପୁରୀ, ୩୦/୩ : ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ବିରୋଧ କରିବାରୁ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି। ପୁଲିସ୍ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ।ହେଲେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ଥାନାରେ ଉତ୍ପାତ କରିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ ବିଦେଶୀ ପର୍ଯ୍ୟଟକ ଥୋମାସ୍ Continue Reading
Odisha News
ପୁରୀ, ୨୫/୩: ଆଜି ସକାଳେ ପୁରୀରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ।ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା Continue Reading
Odisha News
ପୁରୀ, ୧୬/୩: ପୁରୀରେ ପୁଣି ବୋମାମାଡ଼। ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ଼ ହୋଇଛି । ସୁବ୍ରତ କୁମାର ଦୀକ୍ଷିତଙ୍କ ଗାଡ଼ି ୱାର୍କସପ୍ ଉପରକୁ ବୋମାମାଡ଼ କରାଯାଇଛି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ୱାର୍କସପରେ କାମ କରୁଥିବା ଚାରିଜଣ କର୍ମଚାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଳବଣିଆ ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।Continue Reading
Odisha News
ପୁରୀ, ୧୨/୩ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ କଲ୍ୟାଣ ପାଇଁ ଆଜି ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବିଭିନ୍ନ ଭତ୍ତାର ପରିମାଣ ଓ ସ୍ୱାସ୍ଥ୍ୟ ବୀମା ରାଶିରେ ବୃଦ୍ଧି କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତ ଓ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପୂର୍ବରୁ ଦିଆଯାଉଥିବା ବୀମା ରାଶି ପରିମାଣକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ Continue Reading
Odisha News
ପୁରୀ,୫/୩ : ବଡ଼ ଧୁମଧାମରେ ଚାଲିଥିବା ରିସେପସନ ପାର୍ଟି। ଷ୍ଟେଜରେ ଥିଲେ ବର କନିଆ। ସେମାନଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ପରିବାର ଲୋକେ ଓ ବନ୍ଧୁବାନ୍ଧବ କାମରେ ବ୍ୟସ୍ତ ଥିଲେ। ଏହି ବ୍ୟସ୍ତତାର ସୁଯୋଗ ନେଇ ରିସେନସନ୍ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା। ଅତିଥି ରୂପେ ଆସିଲେ, ରିସେପସନ ପାର୍ଟିର ମଜା ନେଲେ। ଏହାପରେ ସୁଯୋଗ ଦେଖି ସୁନା ଓ ଟଙ୍କା ଥିବା ବ୍ୟାଗ ଧରି ଛୁ ମାରିଲେ।ଏପରି ଏକ ଅଭାବନୀୟ […]Continue Reading
Odisha News
ପୁରୀ,୧୮।୨: ପୁରୀରେ ହେବାକୁ ଯାଉଛି ଗ୍ରୀନ ଫିଲ୍ଡ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର। ଏହାର ନିର୍ମାଣ କାମ ପିପିପି ମୋଡରେ କରାଯିବ।ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧ ତାରିଖରୁ ଅନ୍ଲାଇନ୍ରେ ଟେଣ୍ଡର ଆବେଦନ କରାଯିବ। ବନ୍ଦର ନିର୍ମାଣ କାର‌୍ୟ୍ୟ ଶେଷ ପାଇଁ ୧୦୯୫ ଦିନ ବା ୩ ବର୍ଷ ଧାର‌୍ୟ୍ୟ କରାଯାଇଛି। ଇଡ୍କୋ ପକ୍ଷରୁ ୨୨୦୩ କୋଟି Continue Reading
Odisha News
କୋଣାର୍କ, ୧୬/୨: ଆଜି ପବିତ୍ର ମାଘ ସପ୍ତମୀ। ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି।ପୌରାଣିକ ମତ ଅନୁସାରେ, ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶ୍ରାପ ଜନିତ Continue Reading
Odisha News
ପୁରୀ,୧୨/୨: ପଣା ସଂକ୍ରାନ୍ତି କେବେ ପାଳନ ହେବ ସେ ନେଇ ଦୂର ହେଲା ଦ୍ୱନ୍ଦ୍ୱ । ହଟିଲା ସଞ୍ଜୟ। ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି।ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା । ତେବେ ଅନ୍ୟ କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ ତାହା କିନ୍ତୁ ଗ୍ରହଣ ହୋଇ ନ ଥିବା ଜଣାଯାଇଛି।ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ […]Continue Reading
Odisha News
ପୁରୀ, ୪/୨: ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ! ସକାଳ ଧୂପ କୋଠଭୋଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗଲାଗିଥିବା ଖେଚୁଡ଼ି ପାଇ ଭକ୍ତ ଭାବ ବିଭୋର ହୋଇଗଲେ।ଓଡିଶାର ପୁରପଲ୍ଲୀର ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ମହାଯଜ୍ଞ ପାଇଁ ଅର୍ପଣ କରିଥିଲେ ଚାଉଳ, ନଡିଆ ଓ ଗୁଆ।ସେହି ଅର୍ପଣ ଦ୍ରବ୍ୟକୁ ମହାପ୍ରଭୁଙ୍କ ପାଖରେ ମହାପ୍ରସାଦ ରୂପେ ଆଜି ବ୍ୟବହାର ହୋଇଛି। ତାହା ଆମ ସମସ୍ତଙ୍କ Continue Reading
Odisha News
ପୁରୀ, ୨/୨ : ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ବସ୍ରେ ଲୋକମାନଙ୍କୁ ପୁରୀ ଅଣାଯାଉଥିଲା। ହେଲେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ବସ୍କୁ ଟ୍ରକ୍ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବା ପାଇଁ ସରକାର ବିଭିନ୍ନ ଜିଲ୍ଲାର ଲୋକମାନଙ୍କୁ ପୁରୀ ଆଣି ପରିକ୍ରମା ପ୍ରକଳ୍ପ Continue Reading