Home Posts tagged ODISHA (Page 499)
Odisha News
ଭୁବନେଶ୍ୱର,୧୯/୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓ […]Continue Reading
Odisha News
ବରଗଡ଼, ୧୮/୪ : ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଏକ ପିକ୍ଅପ୍ ଭ୍ୟାନରେ ଚାଲାଣ ହେଉଥିଲା। ଗାଡ଼ି ଯାଞ୍ଚ ବେଳେ ବରଗଡ଼ ସଦର ଥାନା ପୁଲିସ୍ ଏତେ ପରିମାଣର ଟଙ୍କା ଜବତ କରିଛି।ଏତେ ପରିମାଣର ଟଙ୍କା କେଉଁଠି ଯାଉଥିଲା, ତାହା ଜଣାପଡ଼ିନଥିବା ବେଳେ ମଧ୍ୟ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।ଆଜି ଏକ ପିକ୍ଅପ୍ ଭ୍ୟାନରେ ବରଗଡ଼ ସହର ଦେଇ ଦ୍ରୁତ ଗତିରେ ଯାଉଥିଲା। ହଲଦୀପାଲି ଛକଠାରେ ଟାଉନ୍ ଥାନା ପୁଲିସ୍ […]Continue Reading
Odisha News
ଭୁବନେଶ୍ୱର,୧୮/୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ ଜେନା ଓ ଭୁବନେଶ୍ୱର-ଉତ୍ତରରୁ ଅଶୋକ ଦାସଙ୍କୁ ଦଳ ଟିକେଟ୍ ଦେଇଛି।ତେବେ ସତ୍ୟବାଦୀ ଆସନରୁ କଂଗ୍ରେସ ଟିକେଟ୍ରେ ୩ ଥର ବିଜୟୀ ହୋଇଥିବା ପ୍ରସାଦ ହରିଚନ୍ଦନକୁ ଦଳ ଏଥର ଟିକେଟ୍ ଦେଇନି। ତାଙ୍କ ବଦଳରେ ଦଳ ମନୋଜ ରଥଙ୍କୁ ସୁଯୋଗ ଦେଇଛି।ପ୍ରସାଦ ହରିଚନ୍ଦନ କଂଗ୍ରେସ ଟିକେଟରେ ୧୯୯୫, ୨୦୦୦ Continue Reading
Odisha News Ollywood News
ଯାଜପୁର, ୧୮/୪ : ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶେଷ କରି ରାଜ୍ୟର […]Continue Reading
Odisha News
ଭୁବନେଶ୍ବର,୧୮/୪: ୧୯୯୬ ବ୍ୟାଚ୍ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ନେଇଛନ୍ତି।ସଂଜୟ ସିଂହଙ୍କ ଭିଆରଏସ୍ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିବା ବେଳେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ Continue Reading
Odisha News
ଭୁବନେଶ୍ବର, ୧୮/୪: ଚଳିତ ସପ୍ତାହରେ ତାପମାତ୍ରା ଜାରି ରହିଛି। ଆଜି ମଧ୍ୟ ଏଥିରୁ ନିସ୍ତାର ମିଳିନାହିଁ। ପ୍ରଖର ସୂର୍ଯ୍ୟକିରଣକୁ ତତଲା ଝାଞ୍ଜି ପବନରେ ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି।ଆଜି ଦିନ ୨ଟା ୩୦ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରବାସୀ ୪୩.୬ ଡିଗ୍ରିରେ ଭାଜି ହୋଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ଆଜି Continue Reading
Odisha News
ଭୁବନେଶ୍ୱର,୧୮/୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି।ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ଟିକେଟ୍ କଟିଛି। ସମୀର ଦାସଙ୍କ ସ୍ଥାନରେ ଦିଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।ସମୀର ଦାଶଙ୍କ ଟିକେଟ କଟିବା ପରେ ଗୁରୁବାର ତାଙ୍କ ସମର୍ଥକ ଏକାଠି ହୋଇଛନ୍ତି। ଏହି ସମୟରେ ସମର୍ଥକଙ୍କ ମେଳରେ ସେ ଭାବବିହ୍ବଳ ହୋଇ କାନ୍ଦି ପକାଇଛନ୍ତି।ନିଷ୍ପତ୍ତିର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀ Continue Reading
Odisha News
ଭୁବନେଶ୍ୱର, ୧୮/୪ : ବିଜେଡି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ଭୁବନେଶ୍ୱରରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ।କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା ମଲ୍ଲିକ କହିଥିଲେ, ଆଜି ମୋ ପାଇଁ ଏକ ବଡ଼ ଦିନ। କଂଗ୍ରେସ ଦଳରେ ନୂତନ ଆରମ୍ଭ କରିବି।ମୋ ବାପା ଏହି ଦଳରେ ଥିଲେ। ମୁଁ ମଧ୍ୟ […]Continue Reading
Odisha News
ଭୁବନେଶ୍ୱର,୧୮/୪:ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି।ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍।ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସାର୍ଙ୍କ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସବୁବେଳେ ମୋତେ ପ୍ରେରଣା ଦେଇଛି।ସେ କଥାରେ Continue Reading
Odisha News
ବୌଦ୍ଧ, ୧୮/୪ : ରାମ ନବମୀ ପାଇଁ ଚାଲିଥିଲା ନାମଯଜ୍ଞ । ମନ୍ତ୍ର ଧ୍ୱନୀରେ ଫାଟି ପଡ଼ୁଥିଲା ଆଖପାଖ ଅଞ୍ଚଳ । ଏହି ସମୟରେ ନାମଯଜ୍ଞ ଦେଖିବାକୁ ଆସି ପହଞ୍ଚିଲେ ଦୁଇ ଯୁବକ ।କିଛି ସମୟ ପରେ ସୁଯୋଗ ଦେଖି ସେମାନେ ଜଣେ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଫୁଟାଇଲେ ଗୁଳି। ଏଥିରେ ଗ୍ରାମବାସୀଜଣକ ଗୁରୁତର ହୋଇଥିବା ଜଣାଯାଇଛି।ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିପଲପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ଗୁରୁତର ବ୍ୟକ୍ତିଜଣକ […]Continue Reading