ଉମରକୋଟ,୧୦/୮ : ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି।ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରେ। ଏଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। କାଲି ମଧ୍ୟ ରାତି ପ୍ରାୟ ସାଢେ ଏଗାରଟା ସମୟ ରେ ସମୀର ମଦ ପିଇ ଘରକୁ ଆସି […]Continue Reading
ଭଦ୍ରକ,୨୭/୭: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା। ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ Continue Reading
ଭଦ୍ରକ,୨୪/୭: ତଣ୍ଟିଚିପି ମା-ପୁଅଙ୍କୁ ହତ୍ୟା କଲା ବାପା । ମଦ ନିଶାରେ ଉଜାଡିଦେଲା ପୁରା ପରିବାର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଜଣେ ମଦ୍ୟପ ସ୍ୱାମୀ, ପତ୍ନୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବନ୍ତ ଅଂଚଳର ଉମେଶ ନାୟକ କୁଶଗଡ଼ିଆଠାରେ ପତ୍ନୀ କାଞ୍ଚନବାଳା ସେଠି ଓ କୁନି ପୁଅ ସହ ଭଡାଘରେ ୨/୩ବର୍ଷ ହେବ ରହି ଆସୁଥିଲେ। […]Continue Reading
ଜଳେଶ୍ବର,୧୮/୭: ପାରିବାରିକ କଳହର କରୁଣ ପରିଣତି। ହତ୍ୟା କରି ଶୋଇ ପଡ଼ିଲା ଅଭିଯୁକ୍ତ ସ୍ୱାମୀ, ଶବ ଜଗିଛି ପୁଲିସ। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ। ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ଲିଲି ଦଣ୍ଡପାଟ। ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୁଲିସ।ସୂଚନା ମୁତାବକ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ Continue Reading
ପାଟଣାଗଡ଼,୪/୭: କପାଆଟ (କପାଚାଷ ଜମି)ରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କୁ ନୃଶଂସ ଭାବେ ଆକ୍ରମଣ କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବବିତା କଅଁର।ତେବେ ସ୍ତ୍ରୀଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରୁଥିବା ଅଭିଯୁକ୍ତ ସ୍ବାମୀକୁ ମହିଳାଙ୍କ ବାପଘର ଲୋକେ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଟିକ୍ରାପଡା Continue Reading
ଭୁବନେଶ୍ବର/କେନ୍ଦ୍ରାପଡ଼ା,୨୩/୬: ଗତ ୨୦ ତାରିଖ ଦିନ ଭୁବନେଶ୍ବରରେ ଜଣେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ରମେଶ ବାରିକ ଆଜି କେନ୍ଦ୍ରାପଡ଼ାରୁ ଗିରଫ ହୋଇଛି। ପୁଲିସ ଅଭିଯୁକ୍ତ ରମେଶକୁ ଗିରଫ କରିବା ପରେ ଅଧିକ ପଚରାଉଚରା କରୁଛି।ସୂଚନାଯୋଗ୍ୟ, ୨୦ ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ଛୁରାମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବୈଜୟନ୍ତୀ ସାହୁ(୨୦)ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଗତ ୧୫ ଦିନ ତଳେ ଜଗତସିଂପୁର ଜିଲ୍ଲା Continue Reading
ପିପିଲି,୧/୬ : ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା।। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହୃଷିକେଷ ପ୍ରଧାନ। ଅଭିଯୁକ୍ତ ପୁଅ ଜିତୁ ପ୍ରଧାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ଜିତୁ ପ୍ରତିଦିନ ମଦ ପିଇ ଘରକୁ ଫେରି ଗଣ୍ଡଗୋଳ କରେ। […]Continue Reading
କାଶୀନଗର,୨୫/୫: ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତ ସାରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ନିଜ ୩୦ ବର୍ଷୀୟା ସ୍ତ୍ରୀ ଉର୍ମିଳା କାର୍ଯୀକୁ ଗଳାକାଟି ହତ୍ୟା କରିଛି ସ୍ବାମୀ ଚନ୍ଦ୍ରଶେଖର କାର୍ଯୀ। ସେ ଟାଙ୍ଗିଆରେ ତାର ସ୍ତ୍ରୀର ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଇଛି। ଆଜି ସକାଳେ ଦୁହେଁ ବିଲକୁ ଯାଇଥିଲେ।ଜମିବାଡ଼ି ଘଟଣାକୁ ନେଇ ସ୍ତ୍ରୀ ସହ ଚନ୍ଦ୍ରଶେଖରର ବଚସା ହୋଇଥିଲା। ତାପରେ ଉତକ୍ଷିପ୍ତ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା Continue Reading
ଭୁବନେଶ୍ବର,୨୪/୫: ରାଜଧାନୀ ଭୁବନେଶ୍ବରର ୟୁନିଟ -୧ ସ୍ଥିତ ଜିଇଡି ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଅଭିଯୋଗ ହୋଇଛି ଯେ ସୁଶାନ୍ତ ନାୟକକୁ ହତ୍ୟା କରିଛନ୍ତି ସୁଜିତ ନାୟକ। ତେବେ ପୂର୍ବ ଶତ୍ରୁତାକୁ ନେଇ ୩ରୁ ୪ ଜଣ ଯୁବକଙ୍କ ସହାୟତାରେ ଗୋଡ଼େଇ ଗୋଡ଼େଇ ସୁଜିତ ଯୁବକଙ୍କ ହତ୍ୟା କରିଥିବା ବେଳେ ତାଙ୍କ ମୃତଦେହ ଏକ କ୍ବାଟର୍ସ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି।ମୃତକ ସୁଶାନ୍ତ Continue Reading
ପାରାଦୀପ,୨୩/୫: ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ସୁଲୋଚନା ଦେଇଙ୍କର ମୃତ୍ୟୁ ଘଟିଛି। ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ପୁଅକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଗତକାଲି ସୁଲୋଚନାଙ୍କ ମା’ଙ୍କର ଶ୍ରାଦ୍ଧ ଥିଲା ଏବଂ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ Continue Reading