ମୟୂରଭଞ୍ଜ,୭/୧୧ : ମହୋତ୍ସବରେ ସାଧାରଣତଃ ନାଚ ଗୀତର ଆସର ଜମିଥାଏ। ଆଉ ସେହି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥାଆନ୍ତି ଦର୍ଶକ।ହେଲେ ମୟୂରଭଞ୍ଜ ମହୋତ୍ସବ ଷ୍ଟେଜ୍ରେ ସୋମବାର ହୋଇଛି ସତସତିକା ବାହାଘର। ଆଦିବାସୀ ପରମ୍ପରା ଅନୁସାରେ ଷ୍ଟେଜ୍ରେ ବସିଛି ହାଣ୍ଡିଆ ହାଣ୍ଡି। ବାଜିଛି ମାଦଳ, ବାଜୁଛି ତୁରୀ। ଆଉ ଦୀର୍ଘ ଦିନର ସତସତିକା ପ୍ରେମ ସମ୍ପର୍କ ନେଇଛି ବିବାହର ରୂପ।ପୂରା ଘଟଣାଟି ଏମିତି। କୁଳିଅଣା ବ୍ଲକ୍ ମୁଣ୍ଡାକଟା ଗାଁରେ ଏକ Continue Reading
ମୟୂରଭଞ୍ଜ,୧୨/୧୦: ଗେଣ୍ଡୁ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗିଦେଲେ ପଡ଼ୋଶୀ। ଝିଅକୁ ମାରି ଟାଙ୍ଗି ଦେଇଥିବା ପଡ଼ୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ନାବାଳିକାଙ୍କ ମା’। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭାଲୁହୁରୁଡ଼ା ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା।ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଦେଇ ଭୁବନେଶ୍ୱର ଯାଇଥିଲେ। ଗତକାଲି ମଧ୍ୟାହ୍ନରେ ତାଙ୍କ Continue Reading
ମୟୂରଭଞ୍ଜ,୧୪/୯ : ଲାଞ୍ଚ ନେବା ବେଳର ଭିଡିଓ ଭାଇରାଲ ହେବା ପରେ ବିଶୋଇ ଥାନା ଏଏସ୍ଆଇ ଅବଦୁଲ ମତଲବୀ ଖାନଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି ।କୌଣସି ଏକ ମାମଲାରେ ବିଶୋଇ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କ ନାଁ ଏଫଆଇଆରରୁ କାଟିବା ପାଇଁ ଲାଞ୍ଚ ନେଇଥିଲେ ଏଏସ୍ଆଇ ଅବଦୁଲ ମତଲବୀ ଖାନ।ଆଉ ସେହି ସମୟରେ କେହି ମୋବାଇଲ ଫୋନ୍ରେ ଭିଡିଓ ଉତ୍ତୋଳନ କରି ଦେଇଥିଲେ। ପରେ ସେହି ଭିଡିଓଟି […]Continue Reading
ବାରିପଦା,୩୧/୭: ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ଭାବେ ଜଣାଶୁଣା ମୟୂରଭଞ୍ଜ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ। ବୟସ ୧୦୦ ଟପିଲାଣି। ଶତାୟୁ ପୂର୍ଣ୍ଣଚନ୍ଦ୍ର ଏବେ ବି ଚଳଚଞ୍ଚଳ। ଫଟୋଗ୍ରାଫର୍ ଭାବେ ତାଙ୍କର ଖ୍ୟାତି ରହିଥିବା ବେଳେ ସେ ଏକାଧାରରେ ଜଣେ ସତ୍ୟନିଷ୍ଠ ସାମ୍ବାଦିକ, ସୁସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍। ମୟୂରଭଞ୍ଜର ମହାରାଜା ଯଦୁନାଥ ଭଞ୍ଜଦେଓଙ୍କ ସମୟରେ ପୁରୀରୁ ବାରିପଦାକୁ ଉଠି ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। Continue Reading
ମୟୂରଭଞ୍ଜ,୭/୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବାରିପଦା ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଅଭିଭାଷଣ ଦେଉଥିବା ବେଳେ ଲାଇଟ୍ କଟିଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି। ରାଷ୍ଟ୍ରପତି ଙ୍କ ଏହି ତିନି ଦିନିଆ ମୟୂରଭଞ୍ଜ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଜଣାପଡ଼ିଛି। ଜଣେ ଫାର୍ମାସିଷ୍ଟ Continue Reading
ମୟୂରଭଞ୍ଜ,୨୯/୧: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବିଶୋଇ ପୁଲିସ୍ ସହାୟତାରେ ବନ ବିଭାଗ ଅଧିକାରୀମାନେ ରୁଗୁଡ଼ିହି, ମାଟିଆଣି ଓ ତଳକବାଦି ଆଦି ଗାଁରେ ଚଢ଼ାଉ କରିଥିଲେ। ରୁଗୁଡ଼ିହି ଓ ତଳକବାଦିରୁ ଦୁଇଟି ହାତୀ ଦାନ୍ତ ମିଳିଥିବା ବେଳେ ମୋଟ ୪ ଜଣଙ୍କୁ ବନ ବିଭାଗ ଧରିଥିଲା। ଗୋଟିଏ ହାତୀ […]Continue Reading
ବାରିପଦା, ୨୦/୯: କୁଡ଼ୁମୀମାନଙ୍କୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ପ୍ରଦାନ ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲାର କେତେକ ଷ୍ଟେସନରେ ରେଳରୋକ କରାଯାଇଥିବାର ଖବର ହସ୍ତଗତ ହୋଇଛି। କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରାଯାଇଛି।ଏହାଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ଓ ବାରିପଦା-ସାଲିମାର ଅଧାରେ ଅଟକି ରହିଥିବା ଜଣାଯାଇଛି। ଏଣେ ରେଳ ଧାରଣା ଉପରେ ଶହଶହ ସମର୍ଥକ ବସିଥିବାର ବି ଦେଖିବାକୁ Continue Reading