ମାଲକାନଗିରି, ୧୩/୧୧: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ Continue Reading

ମାଲକାନଗିରି, ୩/୧୧: ମାଲକାନଗିରି ଜିଲ୍ଲାରେ ଆଗାମୀ ଖରିଫ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣ ସମାପ୍ତ ହୋଇସାରିଛି। ତେବେ ଜିଲ୍ଲାରେ ମୋଟ ୩୭୧୦୫ ଜଣ ପଞ୍ଜୀକରଣ କରିଥିଲେ।ତେବେ ସେଥି ମଧ୍ୟରୁ ୧୭୪୮ ଜଣ କଟିବା ପରେ ବର୍ତ୍ତମାନ ୩୫୩୫୭ ଜଣ ଚାଷୀ ରହିଥିବା ଜଣାପଡିଛି। ତେବେ ଯେଉଁ ୧୭୪୮ ଜଣ କଟିଲେ ସେମାନେ ଫେକ ଚାଷୀ ଥିବା ବିଭାଗ କହିଛି। ଆଗକୁ ଡ୍ରୋନ ଯାଞ୍ଚ ପରେ ଆହୁରି କଟିବାର ସମ୍ଭାବନା ରହିଥିବା ବିଭାଗ କହିଛି।ମାଲକାନଗିରି […]Continue Reading

ମାଲକାନଗିରି,୧୪/୧୦: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଉଡିବ ବିମାନ । ଏନେଇ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇଛି। ୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୦୬ ମସିହାରୁ ଯଦିଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଗତ ୧୨ତାରିଖଠାରୁ ଏହି କାର୍ୟ୍ୟ ଆରମ୍ଭ ହୋଇଛି। ୨୦୨୩ ମସିହା ଡିସେମ୍ବରରେ କାର୍ୟ୍ୟ ସରିବାର ଅବଧି ରହିଛି। ଯାହାକୁ ନେଇ ମାଲକାନଗିରିବାସୀ ବେଶ୍ ଖୁସି ଅଛନ୍ତି।ଅନ୍ୟପକ୍ଷେ, ନିର୍ମାଣ ହେବାକୁ Continue Reading

ମାଲକାନଗିରି,୧୫/୯ : ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଇଟିଡ଼ିଏ ସଂସ୍ଥା ପକ୍ଷରୁ ଓଟିଇଏଲପି ପ୍ଲସ୍ ପ୍ରକଳ୍ପ ଜରିଆରେ କାଲିମେଳା ବ୍ଲକର ଜାକାଲକୁଣ୍ଡି ଗ୍ରାମ ଓ ଖଇରପୁଟ ବ୍ଲକର ମାଡ଼କାପଦର ଗ୍ରାମରେ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକରୁ ଊର୍ଦ୍ଧ୍ୱ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ବତକଙ୍କୁ ଟିକାକରଣ ଓ ଭିଟାମିନ୍ ଔଷଧ ବଂଟନ କରିବା ସହିତ ବହୁ ଲୋକଙ୍କୁ ରୋଗ ଏବଂ ନିରାକରଣ Continue Reading

ମାଲକାନଗିରି, ୩୧/୮: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଦୁଇ ଦିନରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।ଛାତ୍ରମାନଙ୍କ ଗୋଡ ହାତ ଫୁଲି ଯାଇ ସେମାନଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଶରୀର ଅସୁସ୍ଥ ହେବା ପରେ ବିଦ୍ୟାଳୟ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା Continue Reading
ମାଲକାନଗିରି,୧୭/୮: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ସୁଖମତି କୁମେଟି । କୁମେଟି ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ବଡ଼ ବଡ଼ ଅପରାଧିକ କାର୍ଯ୍ୟ ଘଟାଇଥିଲା ଏହି ମହିଳା ନକ୍ସଲ । ଅରଛା ଗ୍ରାମରେ ପୁଲିସ ଏସଆଇ ରାମପ୍ରସାଦ ଭଗକୁ ଟାଙ୍ଗିଆରେ ଆକ୍ରମଣ କରି ଇନସାସ ରାଇଫଲକୁ ଲୁଟ କରି ନେବାରେ ସଫଳ ହୋଇଥିଲା। କଟେନାର ଏବଂ […]Continue Reading

କାଲିମେଳା, ୧୬/୭:ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର।ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି।ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର Continue Reading
ମାଲକାନଗିରି୧୪/୭: ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟଛି ମାଲକାନଗିରି ଜିଲ୍ଲା ଗଚଠ-୮୩ ଗାଁରେ।ଜୁଲାଇ ୨ ତାରିଖରେ ଗାଁର ଶ୍ୟାମଳା ପାଇକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବାର କିଛିଦିନ ପରେ ପଡ଼ୋଶୀ ଲୋକେ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ।ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଶିଶୁଟିକୁ ତାର ପରିବାର ଲୋକ ହତ୍ୟା କରି Continue Reading
ମାଲକାନଗିରି ୧୩/୬: ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ ।ଏଥିରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ହୋଇଛି । ସମସ୍ତ ମୃତକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ହେଲେ ଏବେ ଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ ।ଖବର ଅନୁଯାୟୀ, ୪୦ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ବିଜୟଓ୍ୱାଡ଼ାରୁ ଭବାନୀପାଟଣା ଅଭିମୁଖେ ଆସୁଥିଲେ । ହେଲେ ସେମାବାର ଦିନ […]Continue Reading

ମାଲକାନଗିରି , ୨/୬: ପୁଲିସକୁ ମିଳିଛି ଆଜି ବଡ଼ ସଫଳତା। ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୫୦ ମାଓ ମିଲିସିଆ। ଆଜି ଡିଜିପି ମାଲକାନଗିରି ଗସ୍ତରେ ଯାଇଥିଲା ବେଳେ ନକ୍ସଲମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।ଆତ୍ମସମର୍ପଣ କରିଥିବା ମିଲିସିଆଙ୍କ ମଧ୍ୟରେ ୨ ଜଣ ମହିଳା ଓ ୪୮ ଜଣ ପୁରୁଷ ଅଛନ୍ତି। ନକ୍ସଲମାନେ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।ଡିଜିପି ଆଜି ପୂର୍ବାହ୍ନ ୧୦ଟା ୪୦ରେ Continue Reading