ମାଲକାନଗିରି,୨୬/୧୨ : ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ଆସିଥିବା ବେଳେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ । ଜୟନଗର ସ୍ଥିତ ବାସଭବନ ସମେତ ଚାରୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।ଶୁକ୍ରବାର ମାଲକାନଗିରି ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସରକାରଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ Continue Reading
ମାଲକାନଗିରି, ୧୧/୧୨ : ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରି ଜିଲ୍ଲା ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।ତଥାପି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା କଟକଣା ଅବଧିକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣା ବଳବତ୍ତର ରହିବ ।ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମାଲକାନଗିରିରେ ପହଁଚଛନ୍ତି । Continue Reading
ମାଲକାନଗିରି/ଓଡ଼଼ିଶା,୧୦/୧୨ : ଆହୁରି ୨୪ ଘଣ୍ଟା ପାଇଁ ମାଲକାନଗିରିରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆଜି ଦିନ ୧୨ ଯାଏଁ କଟକଣା ଲାଗୁ ହୋଇଥିଲା ତେବେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଅବିଧି ବଢାଇବାର ନିଷ୍ପତ୍ତି ନିଆଯାଇଛି। ପୁଣି ଏମ୍ଭି-୨୬ ଓ ରାଖେଲଗୁଡ଼ା ଗାଁରେ ସ୍ଥିତି ଅନୁଧ୍ୟାନ କରିଥିଲେ ଡିଜିପି।ଅନ୍ୟପଟେ ଦୀର୍ଘ ୬ ଦିନ ପରେ ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ ମିଳିଛି। କନ୍ୟା ଆଶ୍ରମ ନିକଟ Continue Reading
ଭୁବନେଶ୍ବର, ୯/୧୨: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ୍ କଟକଣା । ଆଉ ୧୮ ଘଣ୍ଟା ଇଣ୍ଟରନେଟ୍ କଟକଣା ବୃଦ୍ଧି କଲା ପ୍ରଶାସନ । ବୁଧବାର ଦିନ ୧୨ଟା ପର୍ୟ୍ୟନ୍ତ କଟକଣା ବୃଦ୍ଧି ନେଇ ସୂଚନା ଜାରି କରାଯାଇଛି । ଜଊଉ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି କରିଛି । ସରକାରୀ, ବ୍ୟାଙ୍କ ଓ ରେଲୱେ ସେବା ପାଇଁ ଇଣ୍ଟରନେଟ୍ […]Continue Reading
ମାଲକାନଗିରି , ୨୯/୧୦ : ଛତିଶଗଡରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ । କାଙ୍କେର ଜିଲ୍ଲାରେ ପୁଣି ୨୧ ଜଣ ହାର୍ଡକୋର ନକ୍ସଲ ୧୮ଟି ଅତ୍ୟାଧୁନିକ ବନ୍ଧୁକ ସହ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଲାଲ୍ ବାହିନୀକୁ ରେଡ୍ କାର୍ପେଟ୍ ଉପରେ ସ୍ୱାଗତ କରାଯାଇଛି । ବସ୍ତର ଆଇଜି ପି. ସୁନ୍ଦରରାଜ ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ସମ୍ବିଧାନର ବହି ପ୍ରଦାନ କରି ସମାଜରେ […]Continue Reading
ରାୟପୁର/ମାଲକାନଗିରି,୨୬/୧୦ : ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତିକୁ ଗ୍ରହଣ କରିବାକୁ ଚାହୁଁଥିଲେ। ସେମାନଙ୍କ ନିକଟରୁ ୩ AK-୪୭, ୪ SLR, ୨ ଇନ୍ସାସ, ୬ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି।ବସ୍ତର ରେଞ୍ଜ ପୋଲିସ ଅନୁଯାୟୀ, ଆତ୍ମସମର୍ପଣ କରିଥିବା କ୍ୟାଡରମାନେ କେଶକାଲ ଡିଭିଜନ (ସିପିଆଇ Continue Reading
ମାଲକାନଗିରି, ୧/୯: ଦୀର୍ଘ ୧୮ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର ହେଲେ ଯୁବକ । ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ ହୋଇଥିବା CRPF । ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଜଣେ ଫସିଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସାବେରୀ ନଦୀର ପ୍ରଖର ସ୍ରୋତରେ ଯୁବକ ଜଣକ ଫସିଥିଲେ ।ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । […]Continue Reading
ମାଲକାନଗିରି, ୧୮/୮ : ଓଡ଼ିଶା ସୀମାନ୍ତ ଛତିଶଗଡ଼ ବୀଜାପୁର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । ସୋମବାର ସକାଳେ ଏକ ଭୟଙ୍କର ଆଇଇଡି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯବାନ ହେଲେ ଦିନେଶ ନାଗ ।ଅଧିକାରୀଙ୍କ ସୂଚନା ମୁତାବକ, ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ । ସୋମବାର ସକାଳେ ସୁରକ୍ଷାବାହିନୀ ପକ୍ଷରୁ Continue Reading
ମାଲକାନଗିରି, ୫/୫ : ଅନଲାଇନ୍ ଟ୍ରେଡିଂରେ ଟଙ୍କା ବଢ଼ିବାର ପ୍ରଲୋଭନରେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ଯୁବକ । ଟ୍ରେଡିଂ ନାଁରେ ହୋଇଛି କୋଟି କୋଟି ଟଙ୍କାର ଠକେଇ । ଏପରିକି ଏକ ଅନଲାଇନ୍ ଟ୍ରେଡିଂ ଠକେଇର ଶୀକାର ହୋଇଥିବା ଯୁବକ ଜଣକ ହେଲେ ମାଲକାନଗିରି ଜିଲ୍ଲାର କେ. ଜିତେନ୍ଦ୍ର ପାତ୍ର ।ଏ ନେଇ ସେ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏହି ମାମଲାରେ ଆସାମରୁ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଦେବଜୀତ […]Continue Reading
ମାଲକାନଗିରି , ୧୯/୪ : ସୀମାନ୍ତ ଛତିଶଗଡ ସରକାର ନକ୍ସଲ ଅଭିଯାନରେ ନୂତନ ନିୟମ ପ୍ରଣୟନ କରିଛନ୍ତି। ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ୫୦ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ସହ ଆବାସ ଗୃହ ଏବଂ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ଯେଉଁ ପଞ୍ଚାୟତ ନକ୍ସଲ ମୁକ୍ତ ହେବ ସେହି ପଞ୍ଚାୟତକୁ ସରକାର ଏକ କୋଟି ଟଂକାର ସହାୟତା କରିବେ।ଏହି କ୍ରମରେ ଛତିଶଗଡର ସୁକମା ଜିଲ୍ଲାର ବଡେସେଟି ଗ୍ରାମ ପଞ୍ଚାୟତ ପ୍ରଥମ କରି ନକ୍ସଲ ମୁକ୍ତ ହୋଇଛି। ଏହି […]Continue Reading




