କୋରାପୁଟ,୨୨/୭: କୋରାପୁଟ କୋଟପାଡ଼ ଥାନା ମାଲଚାମାଲ ଜଙ୍ଗଲରେ ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଗଞ୍ଜେଇ ମାଫିଆମାନେ ଆକ୍ରମଣ କରିଛନ୍ତି । ମାଫିଆଙ୍କ ଆକ୍ରମଣରେ ଜଣେ କନେଷ୍ଟବଳଙ୍କ ସହ ଆଇଆଇସି ଗୁରୁତର ଆହତ ହୋଇଛନ୍ତି ଜ୍ଝ ଗୁରୁତର ଆହତ ହୋଇଥବା କନେଷ୍ଟବଳଙ୍କ ନାମ ମେଘନାଦ ଶବର ହୋଇଥିବାବେଳେ ଆଇଆଇସିଙ୍କ ନାମ ଦୁର୍ବଧଳା ବିଶ୍ୱାଳ ବୋଲି ଜଣାପଡିଛି ।ତ୍ରରୁ ଖବର ପାଇ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, Continue Reading
ଝୁମ୍ପୁରା/କୋରାପୁଟ,୨୭/୬: ବାହୁଡ଼ାଯାତ୍ରାରେ ବୁଧବାର ଭିିନ୍ନ ଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ରଥଟଣା ସମୟରେ ବିଦ୍ୟୁତ୍ ତାର ଲାଗି ୩ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଅଞ୍ଚଳରେ ୨ ଜଣ ଏବଂ କୋରାପୁଟ ଜିଲ୍ଲା କୋଲାବନଗରରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଝୁମ୍ପୁରାର ଯୁଗଳ କିଶୋର ବାରିକ (୪୫), ବରୁଣ ଗିରି (୫୦) ଓ କୋଲାବନଗରର ବାବୁଲା ନାୟକ।ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆ Continue Reading
କୋରାପୁଟ,୨୭/୬: ଉଜୁଡ଼ିଗଲା ସୁନାର ସଂସାର। ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।ଆଜି ସକାଳେ ଏକ କାର୍ରେ ବାପା ମା’ ଓ ଛୋଟ ଝିଅଟି କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍ର ମୁହାଁମୁହିଁ Continue Reading
କୋରାପୁଟ,୩୧/୫: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ।ସୂଚନା ଅନୁଯାୟୀ, ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ପେନ୍ସନ୍ କାଗଜପତ୍ର ଦସ୍ତାବିଜ ଏବଂ ଅବସରକାଳୀନ ସୁବିଧା ପ୍ରାପ୍ତ କରିବା ଲାଗି ଉକ୍ତ ଟଙ୍କା ଦେଉଥିଲେ। Continue Reading
କୋରାପୁଟ,୧୬/୫: ନିଜ ପୁଅକୁ ନୃଶଂସ ବାପା ହତ୍ୟା କରିଥିବା ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ଆମ୍ବଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ହେଲେ ସମରା ବୁଡ଼ିଆଙ୍କ ପୁଅ ସୁରେନ୍ଦ୍ର ବୁଡ଼ିଆ(୧୮)।ସୂଚନା ଅନୁଯାୟୀ, ଗତକାଲି ବାପା ସମରା ନିଶାସକ୍ତ ଅବସ୍ଥାରେ ଖରାବେଳେ ଘରକୁ ଫେରିଥିଲେ। କୌଣସି କଥାକୁ ନେଇ ପୁଅ ସହ ତାଙ୍କର ବଚସା ହୋଇଥିଲା। ପରେ ସମରା ଉତକ୍ଷିପ୍ତ ହୋଇ ଟାଙ୍ଗିଆ ଆଣି ପୁଅକୁ ହାଣି ଦେଇଥିଲା। ପରିବାର ଲୋକେ ପୁଅର ଚିତ୍କାର Continue Reading
ଜୟପୁର,୯/୫: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି।ଏହି ବନ୍ଦର Continue Reading
କୋରାପୁଟ,୧୬/୩ : ଏକ ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଲଚ୍ଛମଣି ଗାଁରେ। ମୃତକମାନେ ହେଲେ ପଦ୍ମା ସାଉନ୍ତା ଓ ତାଙ୍କ ଝିଅ ମେରିଓମ ସାଉନ୍ତା।ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଏହି […]Continue Reading
କୋରାପୁଟ,୧୬/୩: ଅନ୍ୟ ପିଲାଙ୍କ ପରି ସେ ବି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ସକାଳେ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ସ୍ୱାଭାବିକ ଭାବେ ପରୀକ୍ଷା ଦେଉ ଦେଉ ହଠାତ୍ ବାହାରିଲା ଫିଟ୍ସ। ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ପରିକ୍ଷାର୍ଥୀଙ୍କୁ ମୃତ ଘୋଷଣା କଲେ।ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଆଜି ଘଟିଛି। ମୃତ ଛାତ୍ରଜଣକ ହେଲେ କୁନା Continue Reading
କୋରାପୁଟ,୩/୩: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ Continue Reading
କୋରାପୁଟ,୨/୨: କୋରାପୁଟର ଶିବଲିଙ୍ଗପୁରମ୍ ନିକଟରେ ଏକ ମାଲବାହୀ ଟ୍ରେନ ଆଜି ସକାଳେ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ଟି କୋତାବାଲସାରୁ ଆରକୁ ଯାଉଥିବା ବେଳେ ଶିବଲିଙ୍ଗପୁରମ୍ ନିକଟରେ ୧୧ଟି ବଗି ଟ୍ରାକ୍ରୁ ଖସି ଯାଇଥିଲା।ଟ୍ରେନ୍ଟି ଲାଇନ ଚ୍ୟୁତ ହେବା ଯୋଗୁ କାହାର କିଛି କ୍ଷତି ହୋଇନାହିଁ। ତେବେ କେଉଁ କାରଣ ପାଇଁ ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଛି, ତାର କାରଣ ଜଣାପଡ଼ି ନାହିଁ।ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ ସେହି ରୁଟ୍ରେ ରେଳ Continue Reading