କେନ୍ଦୁଝର,୨୫/୮: ଖାଦ୍ୟ ଅନ୍ୱେଷଣରେ ଆସିଥିଲେ ହାତୀ ପଲ। ହେଲେ ସେମାନେ ଜାଣି ନଥିଲେ ଗଛର ଲତା ଭିତରେ ଲୁଚି ରହିଛି ମୃତ୍ୟୁ। ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦୁଇ ହାତୀଙ୍କ ଜୀବନ। ଏଭଳି ଘଟଣା ଘଟିଛି କେନ୍ଦୁଝର ସଦର ରେଂଜରେ।ମୃତ୍ୟୁ ଘଟିଥିବା ହାତୀ ଦୁଇଟି ମାଈ ହାତୀ ବୋଲି ସୂଚନା ମିଳିଛି। ସେମାନଙ୍କ ବୟସ ୨୫ବର୍ଷ ହେବ ବୋଳି ଅନୁମାନ କରାଯାଉଛି।କେନ୍ଦୁଝର ସଦର ରେଞ୍ଜରେ କୃଷି ବିଜ୍ଞାନ କେନ୍ଦ୍ରରେ ଏକ […]Continue Reading
ଚମ୍ପୁଆ,, ୨୨/୮: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଶାରଦା ମାଇନ୍ସରେ ଆଜି ସକାଳୁ ପଶିଛି ଇଡି। ଶାରଦା ମାଇନ୍ସର କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଇଡି ରେଡ ହେଉଥିବା ଜଣାଯାଇଛି। ବେଆଇନ୍ ଅର୍ଥ କାରବାର ଲିଙ୍କ୍ ଅଭିଯୋଗରେ ଏହି ଚଢ଼ାଉ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।ସୋମବାର ସକାଳ ପ୍ରାୟ ୯ଟା ବେଳେ ଇଡି ଅଧିକାରୀଙ୍କ ଗାଡ଼ ଶାରଦା ମାଇନ୍ସ ଗେଟ୍ ଭିତରେ ପଶିଥିଲା। ଉକ୍ତ ପରିସରରେ ଶାରଦା ମାଇନ୍ସ କାର୍ଯ୍ୟାଳୟ ସମେତ ଅଧିକାରୀ ଓ କର୍ମଚାରୀଙ୍କ କଲୋନୀ ବି Continue Reading
କେନ୍ଦୁଝର/ନୟାକୋଟ, ୧୭/୬: ପୁଅ ବୁଝି ପାରିଲାନି ମମତାର ମୂଲ୍ୟ। ଡ୍ରେସ କିଣିବା ପାଇଁ ଟଙ୍କା ନ ମିଳିବାରୁ ମା’ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ପୁଅ ।ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ ଉପରବରଡ଼ା ଗାଁରେ।ପୁଲିସ କହିବା ଅନୁସାରେ ଉପରବରଡ଼ା ଗାଁର ମଙ୍ଗୁଳି ସାଆନ୍ତଙ୍କ ୧୦ ବର୍ଷର ପୁଅ ଶୁକ୍ରବାର ସନ୍ଧ୍ୟାରେ ମା’ଙ୍କୁ କହିଥିଲା ଯେ, ରଜରେ ସମସ୍ତେ ନୂଆ ଡ୍ରେସ ପିନ୍ଧିଛନ୍ତି। ମୋ Continue Reading
ଆନନ୍ଦପୁର ୧୪/୬: ଚାଷ ଜମିରୁ ମା-ପୁଅଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଉପଖଣ୍ଡ ନନ୍ଦିପଦା ଥାନା ଜାବିନପୁର ଗାଁରୁ ଠାବ ହୋଇଛି ମୃତଦେହ ।ମୃତ ପୁଅଙ୍କ ନାମ ସନ୍ତା ଦାସ ଓ ମା ଜେମା ଦାସ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ନନ୍ଦିପଦା ଥାନା ଜାବିନପୁର ଗାଁରେ ଏକ ବିଲରେ ମା-ପୁଅଙ୍କ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । […]Continue Reading
କେନ୍ଦୁଝର,୧୧/୬: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଚଳନ୍ତା ଅବସ୍ଥାରେ ଏକ ବସ୍ରେ ନିଆଁ ଲିଗିଜାଇଥିଲା । ପାଢ଼ୀ ନାମକ ଏକ ଘରୋଇ ବସ୍ ଘାଟି ଚଢ଼ୁଥିଲା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଯାତ୍ରୀ ବାହି ବସ୍ରେ ୩୦ରୁ ଅଧିକ ଯାତ୍ରୀ ଯାଉଥିଲାବେଳେ ଘଟିଥିଲା ଏହି ଘଟଣା ।ଏହା ପ୍ରାୟ ରାତି ୩ ଟା ବେଳର ଘଟଣା । ସାଙ୍ଗେ ସାଙ୍ଗେ ବସ୍ରୁ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା । ତେଣୁ ଏକ ବଡ଼ ଅଘଟଣରୁ […]Continue Reading

ତେଲକୋଇ,୮/୬: ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ।ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି।ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। କାହିଁକି ପିଉଛି ବୋଲି ମା’ […]Continue Reading
କେନ୍ଦୁଝର,୧୩/୪: ଯୋଡ଼ାରେ ରାମନବମୀ ଶୋଭାଯାତ୍ରାରେ ହିଂସାକାଣ୍ଡ ଓ ୧୪୪ ଧାରା ଜାରି ପରେ କେନ୍ଦୁଝର ଜିଲ୍ଲାବ୍ୟାପୀ ଇଣ୍ଟରନେଟ ସେବାକୁ ଦ୍ବିତୀୟଦିନ ପାଇଁ ବନ୍ଦ କରିଦିଆଯାଇଛି। ଫଳରେ ଦ୍ବିତୀୟ ଦିନ ପାଇଁ ଡିଜିଟାଲ କାରବାର ଠପ୍ ହୋଇଯାଇଛି।ସ୍ମାର୍ଟଫୋନ ବ୍ୟବହାରରେ ଅଭ୍ୟସ୍ତ ତଥା ଡିଜିଟାଲ କାରବାର କରୁଥିବା ଲୋକମାନେ ଏହାକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ୟାଙ୍କ କାରବାର ଠପ୍ ହୋଇଯାଇଛି। ଏଟିଏମ୍ କାଉଣ୍ଟର ଅଚଳ। ଇଣ୍ଟରନେଟ ଉପରେ Continue Reading
କେନ୍ଦୁଝର,୨୬।୦୩: କେନ୍ଦୁଝରଗଡ଼ ପୌରପାଳିକାରେ ବିଜେପିର ଚେୟାରମ୍ୟାନ୍ ପ୍ରାର୍ଥୀ ନିକୁ ସାହୁ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ଅର୍ଚ୍ଚନା ରାଉତଙ୍କଠୁ ୩୯୧୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ୨୧ଟି ୱାର୍ଡ଼ ମଧ୍ୟରୁ ବିଜେଡ଼ି ୧୩ ଟି ୱାର୍ଡ଼ ଓ ବିଜେପି ୮ଟି ୱାର୍ଡ଼ରେ ବିଜୟଲାଭ କରିଛନ୍ତି । ନିର୍ବାଚନ ଜିତିବା ପରେ ନିକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କେବଳ କେନ୍ଦୁଝର ପୌରାଞ୍ଚଳରେ ପ୍ରମୁଖ ଦୁଇଟି ସମସ୍ୟା ହେଉଛି ହୋଲ୍ଡିଂ Continue Reading
କେନ୍ଦୁଝର,୨୧/୩: କେନ୍ଦୁଝର ସଦର ବ୍ଲକର ପଦ୍ମପୁର ନିକଟସ୍ଥ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଆଜି ସକାଳ ୪ଟାବେଳେ ବନ୍ଧୁକ-ଭୁଜାଲି ଦେଖାଇ ୬ଜଣ ଲୁଟେରା ୨୦ଲକ୍ଷ ଟଙ୍କା ଧରି ଚ଼ମ୍ପଟ ମାରିଛନ୍ତି। ମିଳିଥିବା ଖବରଅନୁସାରେ, ସକାଳୁ ପଦ୍ମପୁର ପଟୁ ଏକ ପଲସର ଏବଂ କେଟିଏମ୍ ବାଇକ୍ ରେ ଏହି ଲୁଟେରାମାନେ ମୁଖାପିନ୍ଧି ପ୍ରଥମେ ପେଟ୍ରୋଲ ପମ୍ପରେ ପ୍ରବେଶ କରିଥିଲେ।ସେଠାରେ ଥିବା ଜୟ ପ୍ରକାଶ ଦେହୁରୀ ଓ ତପନ ଖଟୁଆଙ୍କୁ ପ୍ରଥମେ ଦୁଇ ବାଇକରେ ପେଟ୍ରୋଲ ମାଗି ଗାଡ଼ିରେ Continue Reading
କେନ୍ଦୁଝର,୨୦/୩: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ ଦୁଃଖଦ ଘଟଣା ଘଟିଛି। ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ରବିବାର ସକାଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁ କଡ଼େଇରେ Continue Reading