Home Posts tagged Jharsuguda (Page 3)
Odisha News
ଝାରସୁଗୁଡ଼ା,୭/୫: ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି, ତାହା ଆପଣମାନେ ଜାଣିଛନ୍ତି। ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ମଧ୍ୟ ବିରୋଧୀମାନେ ସେହିଭଳି ଭାବେ ଗାଳି ଦେଉଛନ୍ତି।ବିଜୁ ଜନତା ଦଳ (ବିଜେଡି)ର ପ୍ରାର୍ଥୀ ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ, ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ବିଶ୍ବାସ ଏବଂ ଅନୁରୋଧ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦୀପାଳି ଦାସଙ୍କ ସପକ୍ଷରେ Continue Reading
Odisha News
ଝାରସୁଗୁଡ଼ା/ବରଗଡ଼,୩/୫: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍ବିତଣ୍ଡା Continue Reading
Odisha News
ଭୁବନେଶ୍ବର,୨୦/୪: ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଝାରସୁଗୁଡ଼ା ଏନଏଚ୍ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୁକ୍ତା ସିଂହ ଜଣେ ଠିକାଦାରଙ୍କ ଠାରୁ ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅତର୍କିତ ଭାବେ ଚଢ଼ଉ କରିଛି।ସୂଚନା ଅନୁସାରେ ଏକ ଠିକା କାମର ଶେଷ ବିଲ୍ ମଂଜୁରି କରିବା ପାଇଁ ଶ୍ରୀମତୀ ସିଂହ ଠିକାଦାରଙ୍କୁ ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ଠିକାଦାର ଜଣକ ଓଡ଼ିଶା ଭିଜିଲାନ୍ସ Continue Reading
Odisha News
ଝାରସୁଗୁଡା,୧୮/୪ : ଝାରସୁଗୁଡା ଝାରସୁଗୁଡା ଉପନିର୍ବାଚନ ଲଢ଼େଇ ରୋଚକ ମୋଡ଼ରେ ପହଞ୍ଚିଛି। ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ପୂର୍ବାହ୍ନ ୧୦ଟାରେ ଝାରସୁଗୁଡା ସହରସ୍ଥିତ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାଲିରେ ଆସି ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚି ଥିଲେ। ଏଠାରୁ ବିଜେଡିର ରାଜ୍ୟସ୍ତରୀୟ ନେତୃବର୍ଗ ଓ ଦଳୀୟ କର୍ମୀଙ୍କ ସହିତ ବିଶାଳ ପଟୁଆରରେ ଝଣ୍ଡା ଛକ, ରେଲୱେ ଷ୍ଟେସନ ଛକ, ବସ ଷ୍ଟେସନ ଛକ, Continue Reading
Odisha News
ଝାରସୁଗୁଡ଼ା,୧୦/୪: ଅସହ୍ୟ କଲାଣି ତାତି। ତା’ସାଙ୍ଗକୁ ଗୁଳୁଗୁଳି। ମଝିରେ ମଝିରେ ଝାଞ୍ଜି ବୋହୁଥିବାରୁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୧୦ଟା ପରେ ଘରୁ ବାହାରିବାକୁ ନିରାପଦ ମଣୁନାନ୍ତି।ଆଜି ଝାରସୁଗୁଡ଼ା ହେଉଛି ସବୁଠାରୁ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ ଆଜି Continue Reading
Odisha News
ଝାରସୁଗୁଡ଼ା,୧୦/୪ : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରଠାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଗତିବିଧି ସରଗରମ ହେବାରେ ଲାଗିଛି।ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ Continue Reading
Odisha News
ଝାରସୁଗୁଡ଼ା,୭/୪ : ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।ସୋନପୁର ଇଊଗଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ Continue Reading
Odisha News
ଝାରସୁଗୁଡ଼ା,୬/୪ : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ସରୋଜ ସାମଲଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେଙ୍କୁ ଅବସ୍ଥାପିତ କରାଯାଇଛି।ସୋନପୁର ଏଡିଏମ୍ଙ୍କୁ ଦାୟିତ୍ୱ ଦେଇ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି Continue Reading
Odisha News
ଝାରସୁଗୁଡ଼ା,୬/୪: ଝାରସୁଗୁଡ଼ା ସଦର ଥାନା ନିକଟ ଜାତୀୟ ରାଜପଥ ୪୯ରେ ଗତକାଲି ବିଳମ୍ବିତ ରାତିରେ ତିନୋଟି ଟ୍ରକ ପରସ୍ପରକୁ ଧକ୍କା ଦେବାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଟି ଟ୍ରକ୍ ହୁତୁହୁତୁ ହୋଇ ଜଳୁଥିବା ବେଳେ ଡ୍ରାଇଭର ୩ ଜଣ ମଧ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ପରେ ଜାତୀୟ ରାଜପଥ ୪୯ରେ ଗୋଟିଏ ଦିଗରେ ୨ଟି ଟ୍ରକ୍ ଯାଉଥିବା ବେଳେ ପରସ୍ପରକୁ ଓଭରଟେକ୍ କରିବାକୁ Continue Reading
Odisha News
ଝାରସୁଗୁଡ଼ା,୪/୪ : ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଅମିତ ଶର୍ମା ପୁଲିସ୍ ରିମାଣ୍ଡରେ ଥିବା ବେଳେ ଆଜି ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛି।ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାକୁ ପୁଲିସ୍ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି । ପୁଲିସ୍ ଅମିତକୁ ରିମାଣ୍ଡରେ ଆଣି ରିଜର୍ଭ ବାଟାଲିଅନରେ ରଖିଥିବା ବେଳେ। ଆଜି ରିମାଣ୍ଡରେ ଶେଷ ଦିନ ଥିଲା ।ତେଣୁ ଜେରା […]Continue Reading