କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା […]Continue Reading
ଆଠଗଡ଼, ୧୮/୭ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଶ୍ରାବଣ ମାସ। ଶୈବପୀଠଗୁଡ଼ିକରେ ଜଳଲାଗି କରିବେ ଶ୍ରଦ୍ଧାଳୁ। ଧବଳେଶ୍ଵରଙ୍କ ପୀଠକୁ ମଧ୍ୟ ଆସିବେ କାଉଡ଼ିଆ।ତେବେ କାଉଡ଼ିଆମାନେ ପ୍ଲାଷ୍ଟିକ କଳସ ନେଇ ମନ୍ଦିରକୁ ଆସିପାରିବେ ନାହିଁ। କାରଣ ଏଥର ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକୁ ବ୍ୟାନ କରିଛି ପ୍ରଶାସନ ଓ ପୂଜକ ସମିତି। ଆଠଗଡ଼ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ଏହି ନିଷ୍ପତି।ସେହିପରି କାଉଡ଼ିଆମାନେ ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ Continue Reading
ଆଠଗଡ଼,୧୭/୭: ଶ୍ରାବଣ ମାସର ଦ୍ବିତୀୟ ସୋମବାର କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ବଢ଼ିବାରେ ଲାଗିଛି। ମଳମାସ ଯୋଗୁଁ ଦ୍ବିତୀୟ ସୋମବାର ପରେ ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ କାଉଡ଼ିଆମାନେ ଜଳଲାଗି କରିପାରିବେ।ଏହାକୁ ଦୃଷ୍ଟିରେ ରଖି ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଧବଳେଶ୍ବର ପୀଠକୁ କାଉଡ଼ିଆଙ୍କ ଭିଡ଼ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ସଂକ୍ରାନ୍ତି ପଡ଼ୁଥିବାରୁ ଠାକୁରଙ୍କୁ ଦହି, Continue Reading
ଆଠଗଡ଼,୧୧/୧: ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଧବଳେଶ୍ୱର ପୀଠ। ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ। ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ତେବେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ସରିଥିବାରୁ ଆଗୁଆ ଅନୁମତି ଦେଇଛି ପ୍ରଶାସନ। ମଞ୍ଚେଶ୍ୱର Continue Reading
କଟକ,୧/୧୧: ଆଠଗଡ ପୀଠରେ ଜାରି ହୋଇଛି ୧୪୪ ଧାରା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।ସୂଚନା ଥାଉକି ମଙ୍ଗଳବାର ଧବଳେଶ୍ୱର ପୀଠରେ ଜାରି ହୋଇଥିଲା […]Continue Reading
କଟକ,୩୧/୧୦:ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡିବା ପରେ ଚେତିଲା ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଯାତ୍ରୀଙ୍କର ଯିବାଆସିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଧବଳେଶ୍ୱର ଝୁଲା ପୋଲ ଉପରେ ଏକାବେଳେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଅନୁମତି ଦିଆଯାଇଥିବା ଆଠଗଡ଼ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ସେ କହିଛନ୍ତି, ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବା ଯାଞ୍ଚ ପରେ Continue Reading