Home Posts tagged Cuttack (Page 19)
Odisha News
କଟକ,୧୪/୨: କଟକ ମହାନଗର ନିଗମ (ସିଏମସି)ରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଦାବି ପୂରଣ ଦାବିରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର। ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। Continue Reading
Odisha News
କଟକ,୧୨/୨: କଟକ ଜିଲ୍ଲା ଆଠଗଡ ଥାନା ଜେନାପଦା ମଝିସାହିରେ ଗୁଳିମାଡ଼। ଗୁଳିମାଡ଼ରେ ୩ ଗୁରୁତର। ସେମାନେ ଗୋଟିଏ ପରିବାରର। ସମସ୍ତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଓ ଦୀନବନ୍ଧୁ ନାୟକ। ସେମାନଙ୍କ ପେଟ ଓ ହାତରେ ଗୁରୁତର କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି।ଖବର ପାଇବା ପରେ ଆଠଗଡ଼ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସେପଟେ ଗୁଳି ମାଡ଼ କରିଥିବା ବ୍ୟକ୍ତି ଫେରାର Continue Reading
Odisha News
କଟକ,୧୧/୨: ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ବି ଉପସ୍ଥିତ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ Continue Reading
Odisha News
କଟକ,୮/୨: ଆଜି ସରିବ ଅଭିଯୁକ୍ତ ଗୋପାଳ ଦାସର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ହତ୍ୟା ରହସ୍ୟ ଖୋଜିବାକୁ ଚେଷ୍ଟା କରିଥିଲା କ୍ରାଇମବ୍ରାଞ୍ଚ । ଏହାପରେ ପୁଣି ତାକୁ ରିମାଣ୍ଡରେ ନିଆଯିବ ନା ନାହିଁ, ଏଯାଏ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏହାରି ଭିତରେ ହତ୍ୟାର ସମ୍ପର୍କରେ ଏବେବି ଅନ୍ଧାରରେ ଅଛି ତଦନ୍ତକାରୀ ଦଳ।ଗତକାଲି କ୍ରାଇମସ୍ପଟରେ ନକଲି ବନ୍ଧୁକରେ ଅସଲି ଅପରାଧର ଡେମୋ ଦେଖାଇଥିଲା Continue Reading
Odisha News
ଆଠଗଡ଼,୬/୨: କଟକ ଜିଲ୍ଲା ବଡ଼ମ୍ବାରେ ବନ ବିଭାଗ ହେପାଜତ ରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ବାଣପୁର ବିଟ୍ ହାଉସରେ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଆଠଗଡ଼ ଆରକ୍ଷୀ ଅଧୀକ୍ଷକ ବିଜୟ ବିଶି ଓ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ଅନ୍ୟପକ୍ଷରେ ବଡ଼ବାରସିଂ ଛକରେ ମୃତ ଧନେଶ୍ୱର ବେହେରାଙ୍କ ପରିବାର ଲୋକ ଓ ସାତଗୋଛିଆ ଗ୍ରାମବାସୀ ରାସ୍ତାରୋକ କରିଥିଲେ। Continue Reading
Odisha News
କଟକ,୬/୨: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ସିବିଆଇ ତଦନ୍ତ ଦାବି କରାଯାଇ ଏହି ମାମଲା ଦାୟର କରିଛନ୍ତି ଭାରତୀୟ ବିକାଶ ପରିଷଦ।ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୯ ଦିନ ପୂରିଥିବା ବେଳେ ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର Continue Reading
Odisha News
କଟକ,୬/୨: ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକ ଧନେଶ୍ବର ବେହେରାଙ୍କ ପରିବାର ଓ ସଂପର୍କୀୟ। ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ବର ବେହେରା ଜଣେ ଦିନ ମଜୁରିଆ।ଗତକାଲି ସେ ପିଠାପଣା ଧରି ନିଜ ଝିଅ ଘରକୁ ଯାଉଥିବା ବେଳେ ସାଦା ପୋଷାକରେ ଆସି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଏସିଏଫ୍ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଧନେଶ୍ବର ବେହେରାଙ୍କୁ ଉଠାଇନେଇଥିଲେ। ସେମାନେ ପିଟିପିଟି ମାରି ଦେଇଥିବାର ଅଭିଯୋଗ Continue Reading
Odisha News
କଟକ,୨୪/୧: କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅକ୍ସିଜେନ୍ ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।ଗତକାଲି ରାତିରେ ବାଲେଶ୍ୱର ଅଞ୍ଚଳର ଜଣେ ଶ୍ୱାସ ରୋଗୀ ଏସ୍ସିବିର କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। କାଜୁଆଲିଟିରେ ଡାକ୍ତର ତାଙ୍କୁ ଦେଖିବା ପରେ ମେଡିସିନ୍ ଓ୍ୱାର୍ଡକୁ ପଠାଇ ଦେଇଥିଲେ। ତେବେ ମେଡିସିନ୍ ଓ୍ୱାର୍ଡରେ ତାଙ୍କୁ Continue Reading
Odisha News
କଟକ,୨୩/୧: ନେତାଜୀଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରହାଳୟରେ ପହଞ୍ଚି ସଂଗ୍ରହାଳୟରେ ପତାକା ଉତ୍ତୋଳନ କରିବା ସହ ସଂଗ୍ରହାଳୟ ପରିସର ବୁଲି ଦେଖିଥିଲେ।ଉଲ୍ଲେଖଯୋଗ୍ୟ, ନେତାଜୀଙ୍କ ଫରୱାର୍ଡ ବ୍ଲକ୍ର ଗୁପ୍ତ ବୈଠକର ମୂକସାକ୍ଷୀ ହେଉଛି ନେତାଜୀ ସଂଗ୍ରହାଳୟ। ରମାବଲ୍ଲଭ ରୋଡ୍ରେ ଥିବା ଜାନକୀନାଥ ଭବନରେ ନେତାଜୀ ସୁଭାଷ ବୋଷଙ୍କର Continue Reading
Odisha News
କଟକ,୨୨/୧: ନକଲି ଜିନିଷର ହବ୍ ପାଲଟିଛି କଟକ ସହର। ନକଲି ତେଲ, ଘିଅ, ଡିଟରଜେଣ୍ଟ୍ ଫ୍ୟାକ୍ଟ୍ରି,ମସଲା, ସସ୍ ଓ ଚାହା ଓ ଜର୍ଦ୍ଦା କରାଖାନା ହେବା ପରେ ନକଲି ଆକ୍ୱାଗାର୍ଡ କରାଖାନା ଠାବ କରିଛି ପୁଲିସ । ପୁଲିସ ନକଲି ଆକ୍ୱାଗାର୍ଡ କରାଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି।ବାଦାମବାଡ଼ିର ଜଗନ୍ନାଥ ଲେନ୍ରେ ଏକ ଆକ୍ୱାଗାର୍ଡ କମ୍ପାନୀ ଖୋଲାଯାଇ ନକଲି ଆକ୍ୱାଗାର୍ଡ ବିକ୍ରି କରାଯାଉଥିବା ବାଦାମବାଡ଼ି ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। Continue Reading