Home Posts tagged Cuttack (Page 18)
Odisha News
କଟକ,୩୦/୮: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି । ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । ଗିରଫଦାରୀ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ ।ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ ହୋଇପାରନ୍ତି । ସୂଚନା ଅନୁଯାୟୀ, ଜଗତପୁର ସାଇ ବିହାରରେ ରହୁଥିବା ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସୌରିନ ବାରମ୍ବାର ଦୁଷ୍କର୍ମ କରିବା ଓ ଟଙ୍କା ହଡ଼ପ୍ କରିବା […]Continue Reading
Odisha News
କଟକ,୧୩/୮: ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ନେଇଛି। ସ୍ତ୍ରୀଙ୍କ ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ସ୍ବାମୀ ନଦୀକୁ ଡେଇଁଛନ୍ତି। ଖୁସିର ବିଷୟ ଯେ, ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ବେଳେ ଶିଶୁର ବାପା ରିପୋର୍ଟ ଲେଖାଯିବା ବେଳକୁ ନିଖୋଜ ଅଛନ୍ତି। ଦମକଳ ବାହିନୀ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛି। କଟକ ସଦର ଥାନା ଅଞ୍ଚଳ ଦେଇ ପ୍ରବାହିତ ସିଡୁଆ ନଦୀରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି।ସୂଚନା […]Continue Reading
Odisha News
କଟକ,୮/୮ : କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। […]Continue Reading
Odisha News
କଟକ, ୬/୮: ରାସ୍ତା କଡ଼ରେ ଚୁଙ୍ଗୁଡ଼ି ବିକ୍ରି କରୁଥିବା ବୃଦ୍ଧ ଦମ୍ପତିଙ୍କୁ ଲୁଟ କରିଛନ୍ତି କିଛି ଦୁର୍ବୃତ୍ତ। ସ୍ୱାମୀ-ସ୍ତ୍ରୀଙ୍କ ମୁହଁରେ କିଛି ନିଶା ଜିନିଷ ସ୍ପ୍ରେ କରି ଲୁଟ କରାଯାଇଛି। ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଚିଙ୍ଗୁଡ଼ି ବ୍ୟବସାୟ କରନ୍ତି।ଆଜି ରବିବାର ଥିବାରୁ ସେମାନେ ରାସ୍ତା କଡ଼ରେ ନିଜର ବ୍ୟବସାୟ କରୁଥିଲେ। ତେବେ ସାମାନ୍ୟ ଭିଡ଼ କମିବା ପରେ Continue Reading
Odisha News
କଟକ,୪/୮ : ଉପର ମୁଣ୍ଡରେ ବର୍ଷା ହେବା ଯୋଗୁ ହୀରାକୁଦ ଡ୍ୟାମ ମଧ୍ୟକୁ ଜଳ ପ୍ରବେଶର ପରିମାଣ ବଢୁଛି। ଫଳରେ ଡ୍ୟାମର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ କଟକର ମୁଣ୍ଡଳିଠାରେ ଜଳସ୍ତର କମୁଛି।ହୀରାକୁଦ ଡ୍ୟାମର ୨ଟି ଗେଟ୍ ଖୋଲା ରହିଛି। ଆଜି ସକାଳ ୬ଟାରେ ଡ୍ୟାମର ଜଳସ୍ତର ୬୧୪.୬୦ ଫୁଟରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୨ ହଜାର ୮୦୮ ହଜାର ଘନଫୁଟ ଜଳ ପ୍ରବେଶ […]Continue Reading
Odisha News
କଟକ,୩/୮: କଟକର ମୁଣ୍ଡଳିଠାରେ ଏବେ ମହାନଦୀରେ ସେକେଣ୍ଡ ପ୍ରତି ୯ ଲକ୍ଷ ୨୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ତାଙ୍କ ସୂଚନା ଅନୁଯାୟୀ, ଏବେ ମହାନଦୀର ମୁଣ୍ଡଳିଠାରେ ସର୍ବାଧିକ ଜଳପ୍ରବାହ ଚାଲିଛି। ମୁଣ୍ଡଳିରେ ଏହି ପିକ୍ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ, ତା ପରେ ଖସିବ। ମୁଣ୍ଡଳିରେ ଏବେର ପିକ୍ ଫ୍ଲୋ କାଲି ଅପରାହ୍ନରେ ତଳମୁଣ୍ଡ ଛୁଇଁବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରେ କାଲି ଅପରାହ୍ନରେ Continue Reading
Ollywood News
କଟକ,୩୧/୭: ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ଉଭୟ ପକ୍ଷ ଆଜି କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ Continue Reading
Odisha News
କଟକ,୨୬/୭ : ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି […]Continue Reading