Home Posts tagged Cuttack (Page 16)
Ollywood News
କଟକ,୩୧/୭: ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ଉଭୟ ପକ୍ଷ ଆଜି କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ Continue Reading
Odisha News
କଟକ,୨୬/୭ : ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ। କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ସେ କହିଛନ୍ତି, କଟକକୁ ବିଶ୍ୱପ୍ରସିଦ୍ଧ କରିବା ପାଇଁ ଏସ୍ସିବିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆଜି ଭାରତର ଅଗ୍ରଣୀ ମେଡିକାଲ କଲେଜ ଓ ହସ୍ପିଟାଲ। ସାରା ଦେଶରେ ଆଜି ଏହି ଅନୁଷ୍ଠାନର ପ୍ରସିଦ୍ଧି ରହିଛି। ଆଜି ଏସ୍ସିବି ମେଡିକାଲ କଲେଜ ଏକ ମିନି […]Continue Reading
Odisha News
କଟକ,୨୬/୭ : ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ । ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ […]Continue Reading
Odisha News
କଟକ,୧୫/୭: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ Continue Reading
Odisha News
କଟକ/ଭଦ୍ରକ,୧୩/୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଆସନ୍ତା ୨୬ରେ କଟକ ଆସିବେ। ସେ ଓଡ଼ିଶା ଉଚ୍ଚ ନ୍ୟାୟଳୟ, ଏସସିବି ମେଡିକାଲ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତି କଟକ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।ଏନେଇ ଏହି ତିନୋଟି ଅନୁଷ୍ଠାନକୁ ସରକାରୀ ସ୍ତରରେ ସୂଚିତ କରାଯାଇସାରିଛି। ପ୍ରଥମ ଥର Continue Reading
Odisha News
କଟକ,୯/୭: କଟକ ସହରରେ ବିଟକଏନ୍ କିଣିବା ଲୋଭରେ ଫସି ଯାଇଛନ୍ତି ଦୁଇ ଆଇଟି ବୃତ୍ତିଧାରୀ ଯୁବକ। ଏକ ନକଲି ବିଟ୍ କଏନ ୱେବସାଇଟ୍ରେ ଟଙ୍କା ଲଗାଇ ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି।ଉଭୟ ଏ ନେଇ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଦୁଇଟି ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ଏମାନେ ବ୍ୟାଙ୍କରୁ ଋଣ କରି ଟଙ୍କା ପର୍ସନାଲ୍ ଲୋନ୍ (ବ୍ୟକ୍ତିଗତ ଋଣ) କରି ଏହି […]Continue Reading
Odisha News
କଟକ,୩/୭: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧୧ଟାରେ ସରିବ। ଦ୍ୱିତୀୟ ସିଟିଂରେ ଷ୍ଟେଟ୍ ଓପନ ସ୍କୁଲ ପରୀକ୍ଷା ହେବ।ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଅନୁଷ୍ଠିତ ହେଉଛି ଏହି ପରୀକ୍ଷା। ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୮ ତାରିଖ ପର‌୍ୟ୍ୟନ୍ତ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ।ଛାତ୍ରଛାତ୍ରୀ Continue Reading
Odisha News
କଟକ,୩୦/୬: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକସ୍ଥିତ ବୋର୍ଡ଼ ସ୍କୁଲ ଗସ୍ତ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ପ୍ରଥମେ ସ୍କୁଲ ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ପରେ ସେ ୫-ଟି ଅଧୀନ ଚାଲିଥିବା ସ୍କୁଲର ଭିତ୍ତିଭୂମିର ବିକାଶ ଯୋଜନାର ସମୀକ୍ଷା କରିଥିଲେ। ଶ୍ରୀ ପାଣ୍ଡିଆନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ବେଶ କିଛି ସମୟ ଧରି ଚାଲି ଥିବା ଏହି ଆଲୋଚନାରେ ୫-ଟି ସଚିବ Continue Reading
Odisha News
କଟକ,୨୭/୬ : ସେଞ୍ଚୁରି ଛୁଇଁଛି ଟମାଟୋ। ଟମାଟୋ କେଜି ପିଛା ଦାମ ୧୦୦ ଟଙ୍କା ପାର କରିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କେଜି ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସ୍ଥିତି ବଦଳି ଯାଇଛି। ୧୦୦ ଟଙ୍କା ଉପରେ ଟମାଟୋ କିଲୋପତି ବିକ୍ରି ହେଉଛି। କଟକରେ ଟମାଟୋ କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିଛି ଟମାଟୋ ଦର। ବ୍ରହ୍ମପୁରରେ ମଧ୍ୟ […]Continue Reading