ଭୁବନେଶ୍ବର, ୨୨/୨ : ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି । ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି ।ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ Continue Reading
କଟକ, ୧୯/୨: କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ କଟକ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ନମ୍ବର ଜାରି କରିଛି।ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ Continue Reading
କଟକ,୧୫।୨: ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।ଦୀର୍ଘଦିନ ଧରି ଅଭୟ କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ତେବେ ଅନୁଭବଙ୍କର ସବୁ ଉଦ୍ୟମ ପରେ Continue Reading
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,୭/୨: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରକଳ୍ପ ଚୟନରେ ପ୍ରଶାସନର ଏକଛତ୍ରବାଦୀ ଭୂମିକାକୁ ଲାଗିଛି ହାଇକୋର୍ଟଙ୍କ ଝଟକା।ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି।‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ବହୁ ଜନପ୍ରତିନିଧି Continue Reading
କଟକ,୭/୨ : ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଥିଲେ।୧୯୬୩ ଜାନୁୟାରୀ ୨୦ ତାରିଖରେ ଜନ୍ମିତ ଜଷ୍ଟିସ ଶରଣ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିବା ପରେ, ୧୯୯୦ ଜାନୁୟାରୀରେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ Continue Reading
By Akshya Rout Cuttack/Jajpur, Feb 6 : Former Odisha Ranji Trophy cricketer Subhasis Bhuyan passed away after prolonged illness, here on Monday night, He was 56. Bhuyan was also a former Member of the Men’s Senior Selection Committee of the Odisha Cricket Association (OCA). He is survived by his only son. OCA President Pranab Prakash […]Continue Reading
କଟକ, ୧/୨ : ଡିଭାଇଡରରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।ଆହତଯାତ୍ରୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାଯାଇଛି। ସମସ୍ତ ଆହତ ଯାତ୍ରୀ ଦେବଗଡ଼ ଅଞ୍ଚଳର।ଗତକାଲି ଲକ୍ଷ୍ମୀ ନାମକ ଯାତ୍ରୀବାହୀ ବସ୍ଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର […]Continue Reading
କଟକ, ୨୪/୧ : କଟକ ଝଉଈର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।ଭୁବନାନନ୍ଦ ମହାରଣା ମସ୍ତିଷ୍କାଘାତରେ ପୀଡ଼ିତ ହେବା ପରେ,ଏସସିବି ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲେ। ତାଙ୍କର ବ୍ରେନ ସର୍ଜରୀ ପରେ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଡାକ୍ତର ଓ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲାନିଜର କାର୍ଯ୍ୟ Continue Reading
କଟକ,୨୩/୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।ସେହିପରି କୃଷ୍ଣଚନ୍ଦ୍ର ସରଗରିଆଙ୍କ ଉପରୁ ମଧ୍ୟ ସସ୍ପେଣ୍ଡ ହଟାଯାଇଛି। ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।ଅନ୍ୟପକ୍ଷେ ପ୍ରଭାରୀ ଅଜୟ କୁମାରଙ୍କୁ ମୋକିମ୍ ଏବଂ ଚିରଞ୍ଜିବ Continue Reading
କଟକ, ୨୧/୧: ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବାର ଖବର ମିଳିଛି।କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୋର ୩ଟାରୁ ୪ଟା ମଧ୍ୟରେ ସୁଧାକର ବସନ୍ତଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, Continue Reading




