କଟକ,୧୭/୪: କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। ଏକ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ବସଟି ଦୀର୍ଘଦିନ ହେବ ଥୁଆ ହୋଇ ରହିଥିବା ବେଳେ ଆଜି ହଠାତ ସେଥିରେ ନିଆଁ ଲାଗିଥିଲା।ବସ ପାଖରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା […]Continue Reading
କଟକ,୧୧/୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି।ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ହାଇକୋର୍ଟ ନିର୍ଦ୍ଦେଶ ନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।ତେବେ ଏ ନେଇ ଚାର୍ଜସିଟରୁ ନାଁ ବାଦ ଦେବା ଓ ଏତଲା ରଦ୍ଦ ପାଇଁ ପ୍ରଭାତ ହାଇକୋର୍ଟ Continue Reading
କଟକ,୧୧/୪: ଜମି ମାପଚୁପ ବେଳେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍ ଓ ସ୍ଥାନୀୟ ଲୋକେ। ଏକ ଜମିକୁ ଜବରଦଖଲମୁକ୍ତ କରିବାକୁ ଯାଇଥିବା ପୁଲିସ୍କୁ ଲୋକଙ୍କ ତୀବ୍ର ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଉତ୍ତ୍ୟକ୍ତ ମହିଳା ୨ ପୁଲିସ୍ ଅଧିକାରୀଙ୍କୁ କାମୁଡ଼ିବାକୁ ପଛାଇ ନାହାନ୍ତି। ଏପରି ଅସ୍ୱାଭାବିକ ଘଟଣା ଆଜି କଟକ ଜିଲ୍ଲା ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ ଖମାରନୂଆଗାଁ ଠାରେ ଘଟିଛି।ଗୁରୁଡ଼ିଝଟିଆ ଥାନା ଅନ୍ତର୍ଗତ Continue Reading
କଟକ,୨୭/୩: ସ୍କୁଲ ଗେଟ୍ ପାଖରେ ହେବ ଚଢ଼ାଉ, ପିଲାଙ୍କୁ ଗାଡ଼ି ଦେଉଥିଲେ ଅଭିଭାବକ ସାବଧାନ! ନାବାଳକ ସ୍କୁଲ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଇ ପାରିବେନି।ଯଦି ସେମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଗାଡ଼ିର ମାଲିକକୁ ଧରି କୋର୍ଟ ଚାଲାଣ କରାଯିବ। ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି ଆଜି ସୂଚନା ଦେଇଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ।ସେ କହିଛନ୍ତି, ଆସନ୍ତାକାଲିଠୁ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ସ୍ପେସାଲ Continue Reading
କଟକ,୨୭/୩ : ଆଇପିଏଲ୍ ସିଜନ୍-୧୬ରେ ଓଡ଼ିଆ ଆଙ୍କର୍ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍।ପ୍ୟାନେଲ୍ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍ ପୂର୍ବରୁ ଓଡ଼ିଆ ଡିବେଟ୍ ପ୍ୟାନେଲ ‘ମ୍ୟାଚ୍ ସେଣ୍ଟର୍ ଲାଇଭ୍ ଅଧଘଣ୍ଟାଏର କାର୍ୟ୍ୟକ୍ରମ ରହିବ। ସେଥିରେ ଆଙ୍କର ଭବେ ନଜର ଆସିବେ ଲୋରିଆ। ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ।ଏହାସହ ଇନିଂସ୍ Continue Reading
ଆଠଗଡ଼,୨୫/୩: କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ମଝିସାହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ପୁଲିସ ବନ୍ଧୁକ, ଖୋକା ଓ ଜୀବନ୍ତ ଗୁଳି ଜବତ କରିଛି। ପରକୀୟା ପ୍ରୀତି ତଥା ପୂର୍ବ ଶତ୍ରୁତାକୁ ନେଇ ଗତ ଫେବ୍ରୁଆରି ୧୨ ତାରିଖରେ ଗୁଳିକାଣ୍ଡ ଘଟିଥିଲା। ଗୁଳିକାଣ୍ଡ ରେ ୩ ଜଣ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲା ବେଳେ ଜଣେ ମୃତ୍ୟୁ ବରଣ କରିଥିଲେ। ପୁଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତିଗିରିଆ […]Continue Reading
କଟକ,୫/୩: କଟକ ଜିଲ୍ଲା ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତର ଗୁଆଳିଡ଼ିହ ଗାଁରେ ଶନିବାର (ଗତକାଲି) ନିଜ ବାପା ଓ ଖୁଡ଼ିଙ୍କ ସମେତ ୪ ଜଣଙ୍କୁ କଟୁରୀ ରେ ହାଣି ଫେରାର ହୋଇଯାଇଥିବା ନିଶାସକ୍ତ ଯୁବକକୁ ଆଜି ପୁଲିସ୍ ଗିରଫ କରିଛି। ସ୍ଥାନୀୟ ଲୋକେ ତାକୁ କାବୁ କରି ପୁଲିସ୍ ଜିମାରେ ଦେଇଥିଲେ।ଗିରଫ ଯୁବକର ନାଁ ସୁରେଶ ମହାନ୍ତି। ସେ ବହୁତ ନିଶା ସେବନ କରେ। ନିଶା ଖାଇ ଖାଇ ତା’ ମୁଣ୍ଡ ଖରାପ ହୋଇଗଲାଣି ବୋଲି ଲୋକେ […]Continue Reading
କଟକ,୨୩/୨: କଟକ ଜିଲ୍ଲା ଖୁଣ୍ଟୁଣୀ ବନାଞ୍ଚଳ ତଥା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଭଗୁଆ ଗ୍ରାମ ସନ୍ନିକଟ ରାଣୀବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ମୃତଦେହ ଠାବ।ଘଟଣାରୁ ପ୍ରକାଶ ଯେ ସ୍ଥାନୀୟ ଆଞ୍ଚରେ ଲୋକମାନେ ଜଙ୍ଗଲକୁ ପତ୍ର ସଙ୍ଗେ କରିବାକୁ ଯାଇଥିବା ବେଳେ ଏକ ଗଛ ମୂଳେ ଦୁଇ ଜଣ ଯୁବକ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣାସ୍ଥଳରେ ଗୁରୁଡ଼ିଝାଟିଆ ଆଇ ଆଇସି Continue Reading
କଟକ,୧୮/୨: ଜଗତପୁର ବସ ଟର୍ମିନାଲରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ଗୁମର ଖୋଲିଛି ପୁଲିସ୍। ଆଜି କଟକରେ ଏନେଇ କଟକ ଡିସିପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଧିକ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣେ କିନ୍ନର।ଅଭିଯୁକ୍ତର ନାଁ ସୁମନ୍ତ କୁମାର ଜେନା ଓରଫ ପ୍ରିୟା। ମୃତ ମହିଳା କୁନି ସାହୁଙ୍କ ସହ ପୂର୍ବରୁ ପରିଚୟ ଥିଲା। ପୂର୍ବ ଶତ୍ରୁତାରୁ ସେ ହତ୍ୟା କରିଥିବା ସ୍ବୀକାର କରିଛି। କୁନିଙ୍କ ଶାଢ଼ିରେ […]Continue Reading
କଟକ,୧୪/୨: କଟକ ମହାନଗର ନିଗମ (ସିଏମସି)ରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ଲାଗି ରହିଛି ବିବାଦ। ଦାବି ପୂରଣ ଦାବିରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି ବିଜେପି ଓ କଂଗ୍ରେସ କର୍ପୋରେଟର। ଗତକାଲି ରାତିରେ ଘଟଣାସ୍ଥଳରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପହଞ୍ଚି ଧାରଣାରେ ସାମିଲ ହୋଇଥିଲେ।ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ କର୍ପୋରେଟରଙ୍କୁ ହାତ ଯୋଡ଼ି ଧାରଣରୁ ଉଠିବା ପାଇଁ ମେୟର ସୁବାସ ସିଂ ଅନୁରୋଧ କରିଥିଲେ। Continue Reading