Home Posts tagged Cuttack (Page 12)
Odisha News
କଟକ, ୪/୪: କଟକ ନୂଆ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମୁକୁଳା ଡ୍ରେନ୍ରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସିଆରଆରଆଇ ଥାନା ନୂଆ ବଜାର ଅଞ୍ଚଳର ମହିମା ନଗର ମଙ୍ଗଳା ମନ୍ଦିରଠାରେ ଏହି ଅଘଟଣ ଘଟିଛି। ସକାଳେ ସ୍ଥାନୀୟ ଲୋକେ ଡ୍ରେନ୍ରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ।ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରେନ୍ରୁ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକ ଯାଜପୁରର ବୋଲି କୁହାଯାଉଛି। ସେ କଟକରେ […]Continue Reading
Odisha News
ବିଶ୍ୱଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟକଟକ, ୨/୪: ରାଜ୍ୟ ପୋଲିସ ପକ୍ଷରୁ ଓଡିଶା ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ କଟକ ଷଷ୍ଠ ବାଟାଲିଆନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟ ପୋଲିସ ପକ୍ଷରୁ ପରେଡ କରାଯାଇଥିବା ବେଳେ ରାଜ୍ୟ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ମୁଖ୍ୟ ଅତିଥ୍ୟ ରୂପେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ ।ଏହା ସହ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ ।ପବିତ୍ର ଉତ୍କଳ ଦିବସରେ ଓଡିଶା ପୋଲିସର Continue Reading
Odisha News
ଆଠଗଡ, ୨୩/୩: ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରୁ। ପୁଲିସ୍ ଗାଁରେ ପହଞ୍ଚି ନିଶା ମାଫିଆଙ୍କ କବଳରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଛି।ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଦୀର୍ଘ ଦିନ ଧରି ଦେଶୀ ମଦ କାରବାର ହେଉଥିଲା। କୌଣସି ସୂତ୍ରରୁ […]Continue Reading
Odisha News
କଟକ, ୧୮/୩: ବାରବାଟୀ-କଟକ ବିଧାୟକ ଭାବେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଜି ମିଳିଛି ଆଶ୍ୱସ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ।ସୂଚନାଯୋଗ୍ୟ, ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ୯୦-ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ Continue Reading
Odisha News
କଟକ, ୪/୩ : ବାରବାଟୀ-କଟକ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷାଣା କରାଯାଇଛି। ସୂଚନାଯୋଗ୍ୟ, ମୋକିମଙ୍କ ବିରୋଧରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ।Continue Reading
Odisha News
କଟକ, ୩/୩: କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା (ଭୌଗୋଳିକ ପରିଚୟ)। କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ।ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ବତନ୍ତ୍ରତା ପ୍ରମାଣ କରୁଛି। ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର Continue Reading
Odisha News
ଭୁବନେଶ୍ବର, ୨୨/୨ : ନୂଆ ଷ୍ଟାଡିୟମ ନିର୍ମାଣକୁ ନେଇ କଟକର ବାରବାଟୀ ଷ୍ଟାଡିୟମ ଗତକାଲି (ବୁଧବାର) ଚର୍ଚ୍ଚାରେ ଥିବାବେଳେ ଆଜି ପୁଣି ଥରେ ଚର୍ଚ୍ଚାକୁ ଚାଲିଆସିଛି । ବାରବାଟୀରେ ଏବର୍ଷ ଆଇପିଏଲ ମ୍ୟାଚ ହେବାର ସମ୍ଭାବନା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀ ଷ୍ଟାଡିୟମରେ କେତୋଟି ମ୍ୟାଚ ଖେଳିପାରେ ବୋଲି ଗଣମାଧ୍ୟମ ସୁତ୍ରରୁ ସୂଚନା ମିଳିଛି ।ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଦିଲ୍ଲୀର ପ୍ରଥମ କେତୋଟି ମ୍ୟାଚ କଟକରେ କରିବାକୁ Continue Reading
Odisha News
କଟକ, ୧୯/୨: କୌଣସି ଅଭିଯୋଗ ସଂକ୍ରାନ୍ତରେ ପୁଲିସକୁ ଫୋନ୍ କି ହ୍ବାଟ୍ସଆପ୍ ମେସେଜ୍ କଲେ ମାତ୍ର ୧୫ ମିନିଟରେ ପୁଲିସ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରିବ। ଅଭିଯୋଗର ତ୍ବରିତ ସମାଧାନ କରିବା ପାଇଁ କଟକ କମିସନରେଟ୍ ପୁଲିସ ଏକ ସ୍ବତନ୍ତ୍ର ନମ୍ବର ଜାରି କରିଛି।ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ୍ ପୁଲିସ ୨୪ Continue Reading
Odisha News Ollywood News
କଟକ,୧୫।୨: ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।ଦୀର୍ଘଦିନ ଧରି ଅଭୟ କିଡନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ତେବେ ଅନୁଭବଙ୍କର ସବୁ ଉଦ୍ୟମ ପରେ Continue Reading
Odisha News
କଟକ,୭/୨: ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରକଳ୍ପ ଚୟନରେ ପ୍ରଶାସନର ଏକଛତ୍ରବାଦୀ ଭୂମିକାକୁ ଲାଗିଛି ହାଇକୋର୍ଟଙ୍କ ଝଟକା।ସରପଞ୍ଚ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସହଭାଗିତାରେ ପ୍ରକଳ୍ପ ଚୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତା ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି।‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ବହୁ ଜନପ୍ରତିନିଧି Continue Reading