Home Posts tagged cuttack odisha (Page 8)
CBI arrests,Stock Exchange CEO ,Chitra Ramkrishna,N Odisha News
କଟକ,୧୭/୫: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ସକାଳ ୧୦ଟାରେ ପ୍ରକାଶ ପାଇବ । ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଏହି ପରୀକ୍ଷା ଫଳ ବା ସ୍କୋର କାର୍ଡକୁ ଦିନ ୧୨ଟାରେ ଡାଉନଲୋଡ୍ କରିବାର ସୁଯୋଗ ପାଇବେ ।ସୂଚନା ଅନୁସାରେ ଆସନ୍ତାକାଲି ବୋର୍ଡ ସଭାପତି ରାମାସିସ୍ ହଜାରାଙ୍କ ଦ୍ୱାରା ସକାଳ ୧୦ଟାରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରାଯିବ । ପରୀକ୍ଷାର୍ଥୀମାନେ ଦିନ ୧୨ଟାରୁ ନିଜ ସ୍କୋର Continue Reading
Odisha News
କଟକ,୧୬/୫ : ମେ’ ୧୮ ତାରିଖ ସକାଳ ୧୦ଟା ବେଳେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି।ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା (ସମ୍ମେଟିଭ ୨ ପରୀକ୍ଷା) ହୋଇଥିଲା। ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା।ଗତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୦.୫୫% ରହିଥିଲା।Continue Reading
Odisha News
କଟକ,୫/୫ : ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା ଦେଇଛନ୍ତି।ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନର ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ […]Continue Reading
Odisha News
କଟକ,୩୦/୪ : ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତଙ୍କ ନାଁ ଅପର୍ତି ମହାନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଅପର୍ତି ସବୁ ବେଳେ ନିଶା ସେବନ କରନ୍ତି। ବିଭିନ୍ନ ସମୟର ବାପାଙ୍କ ଠାରୁ ପଇସା ନେଇ ସେ ନିଶା ସେବନ କରନ୍ତି। ଗତକାଲି ମଧ୍ୟ ସେ ନିଶା ଖାଇବା […]Continue Reading
Odisha News
କଟକ,୨୭/୪ : ନକଲି ଏଲଆଇସି ପଲିସି ଯୋଗେ କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କରୁ ୩.୮୨ କୋଟି ଟଙ୍କାର ଋଣ ଉଠାଯିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୀତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଗୁରୁବାର ୩ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, କଟକ ଅର୍ବାନ କୋଅପରେଟିଭ ବ୍ୟାଙ୍କର ନୂଆପାଟଣା ଶାଖାର ଅବସରପ୍ରାପ୍ତ ପ୍ରବନ୍ଧକ ଶେଖ ଅବଦୁଲ ହଇ, ସିନିୟର ଆସିଷ୍ଟାଣ୍ଟ ପ୍ରକାଶ କୁମାର ମହାପାତ୍ର ଓ ଏଲଆଇସି ଏଜେଣ୍ଟ ମୁସ୍ତାକିମ ରାଜା।କଟକ ଅର୍ବାନ Continue Reading
Odisha News
କଟକ,୧୯/୪: କଟକ ସିଡିଏ ସେକ୍ଟର-୧୦ରେ ସ୍ୱେରେଜ୍ ଚାମ୍ବର ସଫା କରୁଥିବା ବେଳେ ୨୦୨୧ ଏପ୍ରିଲ୍ ମାସରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ମତ ଦେଇଛନ୍ତି ଜାତୀୟ ମାନବିକ ଅଧିକାର କମିଶନ। ତେଣୁ ସରକାର ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ କାହିଁକି ନ ଦେବେ, ସେ ନେଇ ଉତ୍ତର ଦେବାକୁ କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।୨୦୨୧ ଏପ୍ରିଲ୍ ୧୫ ତାରିଖରେ […]Continue Reading
Odisha News
କଟକ,୧୨/୪: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର। ବିଭିନ୍ନ ତହସିଲରେ କାର‌୍ୟ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର‌୍ୟ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।୨୦୧୩ ମସିହା ନଭେମ୍ୱର ୧୭ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିଠାରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସ୍ଥାୟୀ କରିବାକୁ କୋର୍ଟ ନିର୍ଦ୍ଦେଶ Continue Reading
Odisha News
କଟକ,୮ /୪: କଟକ ଜିଲ୍ଲା ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏକ ପିକ୍ଅପ୍ ପଛରୁ ପିଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ମହିଳା ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ରେ ୭ ଜଣ […]Continue Reading
Odisha News
ବଲାଙ୍ଗୀର/ନିଶ୍ଚିନ୍ତକୋଇଲି,୮/୩: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଂଗର ପର୍ବ ‘ହୋଲି’ ଧୁମ୍ଧାମରେ ପାଳିତ ହୋଇଯାଇଛି। ତେବେ ହୋଲି ଖେଳ ପରେ ଅତ୍ୟଧିକ ଖୁସି କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଛି। ବଲାଙ୍ଗୀର ସହର ଏବଂ କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଅଘଟଣ ଘଟିଛି। ହୋଲି ଖେଳ ପରେ ସାଙ୍ଗମାନଙ୍କର ସହିତ ଗାଧୋଇବା ସମୟରେ ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଛନ୍ତି। ବଲାଙ୍ଗୀର ସହରରେ ଜଣେ ଯୁବକ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିଲା ବେଳେ […]Continue Reading
Odisha News
କଟକ,୨୮/୨ : ନକଲି ଜିନିଷର ହବ୍ ପାଲିଟଛି କଟକ ସହର। ପୁଣି କଟକରୁ ନକଲି ମେଡିସିନ୍ ଜବତ କରିଛି ପୁଲିସ। ପୁରୀଘାଟ ଥାନା ଟାଉନ ହଲ୍ ରୋଡ୍ ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ପାଖରୁ ଏହି ନକଲି ମେଡିସିନ ଜବତ କରାଯାଇଛି। ଏହି ଘଟଣାରେ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରୱାଲଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।ଶ୍ରୀ ଡିଷ୍ଟ୍ରିବ୍ୟୁଟର ନକଲି ମେଡିସିନ୍ ବିକ୍ରି କରୁଥିବା ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି ଡ୍ରଗ୍ସ କଣ୍ଟ୍ରୋଲ ଓ ପୁରୀଘାଟ ପୁଲିସ Continue Reading