କଟକ,୨୯/୯: କଟକ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। ପଢିଆରି ପାଠାଗାର ସାମ୍ନାରେ ଥିବା ତିନି ମହଲା କୋଠାରେ ନିଆଁ ଲାଗିଛି। ହୁତୁହୁତୁ ହୋଇ ଜଳିଗଲା ଲୁଗା ଦୋକାନ। ପାଖରେ ଥିବା ଅନ୍ୟ ଦୋକାନକୁ ନିଆଁ ବ୍ୟାପି ନଥିବା ଜଣାଯାଇଛି। ତେବେ ପ୍ରବଳ ଧୂଆଁ ହେତୁ ବିଲ୍ଡିଂ ଭିତରକୁ ପଶିପାରୁନାହାନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଟିମ୍ ପହଞ୍ଚି ନିଆଁ ଲିଭାଇବା ଲାଗି ପ୍ରୟାସ ଜାରି ରଖିଛନ୍ତି। ପୁରା ବିଲ୍ଡିଂ ଉପରକୁ Continue Reading
କଟକ,୧୯/୯: ଗଣେଶ ପୂଜାରେ ଅଘଟଣ। ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର। ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଗୁରୁତର।ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।ଦୁଇ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ […]Continue Reading
କଟକ,୧୬/୯: ବହୁପ୍ରତୀକ୍ଷିତ କଟକର ଖାନ୍ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ଶନିବାର ଅପରାହ୍ଣ ୪ଟା ୫୦ରେ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ଉଦଘାଟନ କରିଛନ୍ତି।ଉଦ୍ଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍ ଗଡ଼ିଛି।କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ Continue Reading
କଟକ,୧୫/୯ : କଟକ ତାଳଦଣ୍ଡା କେନାଲରେ ଛତ୍ରବଜାରର ଜଣେ ମାଛ ବ୍ୟବସାୟୀ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ହରିଶ୍ଚନ୍ଦ୍ର ଦାସ।ହରିଶ୍ଚନ୍ଦ୍ର ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କେନାଲକୁ ଧୋଇ ହେବାକୁ ଯାଇଥିବାବେଳେ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।ସେ ତାଳଦଣ୍ଡା କେନାଲରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଘଟଣାସ୍ଥଳରେ ମଧୁପାଟଣା ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। Continue Reading
କଟକ,୧୧/୯: କଟକ ଜିଲ୍ଲା ଆଠଗଡ଼ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟରେ ଅବହେଳା ପାଇଁ ଏଏସଆଇ ରଞ୍ଜନ ସାହୁ ଓ କନଷ୍ଟେବଲ କ୍ଷୀରୋଦ ବେହେରାଙ୍କୁ ନିଲମ୍ବନ କରାଯାଇଛି। କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଏହି ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅମୃତମଣୋହୀପାଟଣା ଗାଁରେ ରାଜନୀତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ Continue Reading
କଟକ,୧୧/୯: ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ଅଡୁଆ ବଢିଛି ଜ୍ଝ ସୌରୀନଙ୍କ ଆଗୁଆ ଜାମିନ ଆବେଦନକୁ କିଛିଦିନ ତଳେ ହାଇକୋର୍ଟ ଖାରଜ କରିଥିବାବେଳେ ଆଜି ସୌରୀନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିଛି କମିଶନରେଟ ପୁଲିସ । ମିଳିଥିବା ସୂଚନା ମୁତାବକ ସୌରୀନଙ୍କୁ ଖୋଜିବାକୁ ପୁଲିସ ଟିମ କୋଲକାତା ଯାଇଥିଲା ।ହେଲେ ପୁଲିସ ଟିମ୍ ସୌରୀନଙ୍କୁ ନ ପାଇ ଖାଲି ହାତରେ ଫେରିଥିଲା । କୋଲକାତାର ତିନୋଟି ସ୍ଥାନରେ ସୌରୀନଙ୍କୁ ଖୋଜିବାକୁ Continue Reading
କଟକ,୫/୯ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି। ଏହି ଦୁଇ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରୁ ଓକିଲାତି କ୍ୟାରିୟର ଆରମ୍ଭ କରିଥିବା ବେଳେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଦେୱାନୀ, Continue Reading
କଟକ/ଅନୁଗୁଳ,୨୨/୮: ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ନିର୍ଯ୍ୟାତନା ମାମଲାରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କୁ ବଦଳି କରିଛନ୍ତି। ଶ୍ରୀ ରାୟଙ୍କୁ ଅନୁଗୁଳରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି।ସୂଚନାଯୋଗ୍ୟ, ବରିଷ୍ଠ ଆଇପିଏଏସ୍ ବ୍ରିଜେଶ କୁମାର ରାୟ ଅନୁଗୁଳସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳରେ ଡିଆଇଜି ଥିଲେ। ତାଙ୍କର ନିବାସରେ ମୁତୟନ ଥିବା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଅଧିକାରୀ ଶ୍ରୀ ରାୟଙ୍କ Continue Reading
କଟକ,୨୨/୮ : ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହେବା ପରେ ପୂର୍ବତନ ସରପଞ୍ଚଙ୍କ ଘରେ ପଶିଲା ଭିଜିଲାନ୍ସ। ଭିଜିଲାନ୍ସ ଟିମ୍ ପୂର୍ବତନ ସରପଞ୍ଚଙ୍କ ଘର ସମେତ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରୁଛି। ଏହି ସରପଞ୍ଚଜଣକ ହେଲେ କଟକ ଜିଲ୍ଲା ଡମପଡା ବ୍ଲକ ଦୁଲଣାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସାହୁ ।ମନେରେଗା ଯୋଜନା ସମେତ କୋଭିଡ ସମୟରେ ଆସିଥିବା ଅର୍ଥ ତଥା ଆହୁରି ବହୁ ଯୋଜନାର ଅର୍ଥକୁ ସୁନିଲ କୁମାର ହଡ଼ପ କରିଥିବା […]Continue Reading
କଟକ,୨୨/୮ : ରାଜ୍ୟ ପୁଲିସର ଜଣେ ଡିଆଇଜିଙ୍କ ପତ୍ନୀ ଦେଲେ ଅସହ୍ୟ ନିର୍ଯାତନା । ଘରୋଇ କାମ ବେଳେ ସବୁବେଳେ ମାନସିକ, ଶାରୀରିକ ନିର୍ଯାତନା ଦେଲେ। ଚାକିରି ନେଇଯିବାର ଧମକ ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ତିଳ ତିଳ ମରୁଥିବା ହୋମଗାର୍ଡଜଣକ ନେଲେ ଚରମ ନିଷ୍ପତ୍ତି। ଆତ୍ମହତ୍ୟା କରିବାକୁ ଟ୍ରେନ୍ ଲାଇନ୍କୁ ଡେଇଁ ବଞ୍ଚି ଯାଇଛନ୍ତି ସିନା ହେଲେ ନିଜ ୨ ଗୋଡ଼କୁ ସବୁଦିନ ପାଇଁ ହରାଇ ବସିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା […]Continue Reading




