କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୭: ଦେଶରେ ଆଜି ନୂତନ ଅପରାଧିକ ଆଇନ କାର୍ଯ୍ୟକାରି ହୋଇଥିବାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ରିଜର୍ଭ ଇନ୍ସିପେକ୍ଟର କୁଳମଣୀ ଗିରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।ଡିଏସପି ସଂଯୁକ୍ତା ବାର୍ଲା ମହିଳା ଓ ଶିଶୁ ନିର୍ଯ୍ୟାତନା Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୬: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳଉତ୍ସ ରହିଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର ଚାଷୀମାନେ ଜଳସେଚନର ସୁବିଧା ପାଇପାରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ଜଳସେଚନ ପାଇଁ ଯାହାରହିଛି ତାହା ହିଁ ବର୍ତ୍ତମାନ ଚାଲିଛି । ସେଥିମଧ୍ୟରୁ ନୂଆଁପଡା ଡ୍ୟାମ(ଲଇଗାଁ ଜଳସେଚନ ପ୍ରକଳ୍ପ) ଅନ୍ୟତମ ।ଏହି ନୂଆପଡା ଡ୍ୟାମଟି Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୬: ବୌଦ୍ଧ ସହରସ୍ଥିତ ଜଗନ୍ନାଥ ମନ୍ଦିର ସ୍ଥିତ ସ୍ନାନମଣ୍ଡପରେ ଶନିବାର ଦିନ ପବିତ୍ର ସ୍ନାନ ପୁର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୁର୍ତ୍ତି ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଛନ୍ତିି ।ବୌଦ୍ଧରେ ରାଜା ରାଜୁଡା ଅମଳରୁ ସଂପୁର୍ଣ୍ଣ ପାରମ୍ପରିକ ରୀତିନିତିରେ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ପାଳିତ ହୋଇଆସୁଅଛି । ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ଅବସରରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥରୀକୃତ ଅମୃତ ବେଳାରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପେକ୍ଷିରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହରର ଐତିହାସିକ ମହାନଦୀ ଆଳତି ଘାଟ, ଟାଉନ୍ ହଲ୍, ବୌଦ୍ଧ ବ୍ଲକ୍, ମାଉସୀ ମା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଜିଲ୍ଲା ନ୍ୟାୟାଳୟ, ସ୍ୱତନ୍ତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋଟବୌଦ୍ଧ, ୨୧/୬: : ସ୍ଥାନୀୟ ପ୍ରଜାପିତା ବ୍ରହ୍ମକ୍ଷକୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ର ସଂଚାଳିକା ବି କେ ମାମିନା ଭଉଣୀ ସ୍ବ ଓ଼ ସମାଜ ପାଇଁ ରାଜଯୋଗ ର ମହତ୍ୱ ନେଇ କହିଲେ ଆତ୍ମ ଓ଼ ପରମାତ୍ମା ମିଳନ ହିଁ ଶ୍ରେଷ୍ଠ ମିଳନ, ଏହି ମିଳନ ଅଥବା ଯୋଗ ଦ୍ୱାରା ମନରେ ଉପୁଜୁଥିବା ଚିନ୍ତା, ବିକଳ୍ପ ପ୍ରଭୁତି ନକାରାତ୍ମକ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୬ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ କରିବା ସହିତ ରଥଯାତ୍ରାକୁ ମହାସମାରୋହରେ ପାଳନ କରାଯିବାକୁ ଉପସ୍ଥିତ ସଭ ସମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୬: ବୌଦ୍ଧ ଜିଲ୍ଲା ବଘିଆପଡା ପଂଚାୟତର ତାମ୍ବିଦରହ ଇକୋ ରିଟ୍ରିଟ ପ୍ରକଳ୍ପଟି ଏବେ ଜିରାଜିନ୍ନ ଅବସ୍ଥାରେ ପଡି ରହିଛି । କାର୍ଯ୍ୟ ଶେଷ ନ ହେଉଣୁ ଏଠାରେ ଲାଗିଥିବା ଅନେକ ଜିନିଷ ଭାଙ୍ଗି ନଷ୍ଟ ହୋଇଗଲାଣି । ଏହାର କାର୍ଯ୍ୟ କେବେ ସଂପୂର୍ଣ୍ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଏହି ପ୍ରକଳ୍ପ ୨୦୨୧-୨୨ ବର୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା ।ଏହାର ସମସ୍ତ କାର୍ଯ୍ୟ ବୌଦ୍ଧ ବ୍ଲକ ଅଧିନରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୬: ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହେବ ବୋଲି ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଗୋଟିଏ ଭୋଟ୍ ଗଣତି କେନ୍ଦ୍ରରେ ୮୫ କଣ୍ଟାମାଳ,୮୬ ବୌଦ୍ଧ ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଏକ ସଙ୍ଗରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬: ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ବୌଦ୍ଧ ଶାଖା ପକ୍ଷରୁ ସମିତିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ର୍ଦୁଘଟଣା ଜନିତ ସହାୟତା ରାଶି ପ୍ରଦାନ କରାଯାଇଛି । ଖବରରୁ ଜଣାଯାଏଯେ ବୌଦ୍ଧ ଏନଏସିରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ସୁଷମା ବେହେରା ଏକ ମଟରସାଇକେଲ ର୍ଦୁଘଟଣାରେ ଗଭିର ଆହାତ ହୋଇଥିଲେ । ସମିତି ପକ୍ଷରୁ ତାଙ୍କୁ ସହାୟତା ରାଶି ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।ବୌଦ୍ଧ ଜିଲ୍ଲା ଇନଚାର୍ଜ ଭୁନାଥ ସାହୁଙ୍କ Continue Reading

କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୫ : ବୌଦ୍ଧ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ପାଠ୍ୟକ୍ରମ ଇଲେକ୍ଟ୍ରୋନିକ୍ସ ଓ ହାର୍ଡୱେର ବିଭାଗ ର ଛାତ୍ରୀ ମାନେ ଚଳିତ ବର୍ଷ କୃତିତ୍ୱ ର ସହିତ ଉତ୍ତର୍ଣ୍ଣ ହୋଇଛନ୍ତି।ଏହି ବିଭାଗର ୬ ଜଣ ଛାତ୍ରୀ, ମନୀଷା ରାଣୀ ପୁରୋହିତ, ଲିଜା ବଡମାଳି, ଦୀପିକା ବାରିକ, ଝୁମାଲି ନାଏକ, ରେଶ୍ମା ଦଳବେହେରା, ପ୍ରାଚୀ ପ୍ରିୟଦର୍ଶିନୀ ବେହେରା ୧୦୦ ପ୍ରତିଶତ ନମ୍ବର ରଖିଥିବା ବେଳେ ୧୦ ଜଣ ଛାତ୍ରୀ ୯୦ ରୁ ୯୯ […]Continue Reading