ବଲାଙ୍ଗିର,୮/୪: କୋର୍ଟରେ ହାଜର ହେବା ପୂର୍ବରୁ ଗୁରୁତର ହୋଇ ପଡ଼ିଛନ୍ତି ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦଗାତା । ଗତ ରାତିରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି।ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କ ରିମାଣ୍ଡ ଆଜି ସରୁଛି । ତେଣୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସମସ୍ତଙ୍କୁ Continue Reading
Bolangir , April 6: As anticipated, more persons are likely to be arrested in the major fake certificate racket which was recently busted in Bolangir district, said a senior Crime Branch official on Thursday. Crime Branch DSP Debabrata Chakra said that a detailed investigation is currently underway in connection with the fake certificate racket by […]Continue Reading
ବଲାଙ୍ଗୀର,୨୭/୩: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।ନକଲି ସାର୍ଟିଫିକେଟ ଓ ମାର୍କସିଟ କାରବାରରେ ୧୯ ଜଣଙ୍କୁ ଗିରଫ କରିଲା ବଲାଙ୍ଗୀର ଥାନା ପୁଲିସ। ବଲାଙ୍ଗିର ସହର ଛାତି ଉପରେ ଥିବା ‘ରିଲାଏନ୍ସ ଏଜୁକେଶନ ଇନ୍ଷ୍ଟିଚ୍ୟୁଟ’ ଭିତରୁ ସମଗ୍ର ଦେଶର ୪୧ଟି ସ୍କୁଲ ଓ ବିଶ୍ୱବିଦ୍ୟାଳୟ ନାମରେ ପ୍ରସ୍ତୁତ ହୋଇଥିବା ଜାଲ ସାର୍ଟିଫିକେଟ ଓ Continue Reading
ବଲାଙ୍ଗିର,୨୭/୩: ବଲାଙ୍ଗିର ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରୁ ଆଜି ରାତି ପ୍ରାୟ ୮ଟା ବେଳେ ଝୁଲନ୍ତା ମୃତଦେହ ଠାବ ହୋଇଛି।ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ନିଜ ଘର ସୋନପୁର ଜିଲ୍ଲା ବରମହାରାଜପୁରରେ। ସେ କିଛିଦିନ ହେବ ସହରର ତାଲପାଲିପଡ଼ାରେ ରହୁଥିଲେ। ସେ ମା’ଙ୍କ ସହ ତାଙ୍କ ମାମୁଘର ସୁଦପଡ଼ାକୁ ଆସିଥିଲେ।ପାରିବାରିକ ଅଶାନ୍ତିକୁ Continue Reading
ବଲାଙ୍ଗୀର,୧୩/୩: ବଲାଙ୍ଗୀର ସହରରୁ ୩୫ ଲକ୍ଷ ଟଙ୍କା ମୂଲ୍ୟର କଫ୍ ସିରପ ଜବତ କରିଛି ପୁଲିସ। ଏହାସହ ୩ଟି ଦାମୀ ଗାଡ଼ି ବି ଜବତ କରାଯାଇଛି। ଖାଲି ସେତିକି ନୁହେଁ, ଏହି ମାମଲାରେ ରାଜ୍ୟର ବରଗଡ଼, କଟକ, ବଲାଙ୍ଗୀର ଜିଲ୍ଲା ସମତେ ରାଜ୍ୟ ବାହାରୁ ୩୩ଜଣଙ୍କୁ ଗିରଫ କରାଯାଇଛି।ଏମାନେ ସମସ୍ତେ ଅନୈତିକ ଉପାୟରେ ଏସକଫ୍ କଫ୍ ସିରପ ରାକେଟ ଚଳାଉଥିଲେ। ବଲାଙ୍ଗୀର ଟାଉନ ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ […]Continue Reading
ପୁଇଁତଲା,୧୩/୩: ସ୍ୱାମୀକୁ ସାମାନ୍ୟ ମୋବାଇଲ ପାଇଁ ପନିକିରେ ଜଣେ ମହିଳା ହାଣି ଦେଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ। ଗୁରୁତର ଅବସ୍ଥାରେ ସ୍ୱାମୀ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣା ପରେ ଅଭିଯୁକ୍ତ ସ୍ତ୍ରୀ ଈଶ୍ୱରୀ ନିଜ ଝିଅକୁ ସାଙ୍ଗରେ ଧରି କୁଆଡ଼େ ପଳାଇଥିଲେ। ହେଲେ ପରେ ସେ ଫେରିଥିବା Continue Reading
ବଲାଙ୍ଗିର,୯/୩ : ଜ୍ୱାଇଁଙ୍କୁ ଶ୍ୱଶୁରଘର ଲୋକେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଶବକୁ ଅଖାବସ୍ତାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା ସମୟରେ କାବୁ କଲା ପୁଲିସ।ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରୁଦ୍ର ମେହେର। ତାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁରେ।ରୁଦ୍ର ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ। Continue Reading

ବଲାଙ୍ଗିର,୨/୧:ନୂଆ ବର୍ଷରେ ପ୍ରେମିକାକୁ ଭେଟିବାକୁ ଯିବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ‘ମିସ୍ ୟୁ ଅଲ୍’ ବୋଲି ପୋଷ୍ଟ କରିଥିଲେ ପ୍ରେମିକ । ତେଣୁ ପ୍ରେମିକଜଣକ ଜୀବନ ହାରିବା ନିମନ୍ତେ ମନସ୍ଥ କରି ଘରୁ ଗୋଡ଼ କାଢ଼ିଥିଲେ ନା ପ୍ରେମିକା ସହ ଫେରାର ହେବାକୁ ଯୋଜନା କରି ଯାଇଥିଲେ ତାହାକୁ ନେଇ ଦେଖାଦେଇଛି ସସ୍ପେନ୍ସ ।ବଲାଙ୍ଗିର ଜିଲ୍ଲା ସଦରଥାନା ଦୁଆନପାଲି ଗାଁରେ ଗତକାଲି ଘଟିଥିବା ଏପରି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନାବାଳିକା ପ୍ରେମିକା ଘର Continue Reading
ବଲାଙ୍ଗିର,୨୬/୧୨: ଏବେ ଚାଲଛି ପିକନିକ୍ ଋତୁ। ସାଙ୍ଗସାଥୀଙ୍କ ମେଳରେ ଭୋଜିଭାତ କରିବା ପାଇଁ ପିକନିକ୍ ଯାଉଛନ୍ତି ଲୋକେ। ଏସବୁ ଭିତରେ କିନ୍ତୁ ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀଙ୍କ ପିକନିକ୍ ଷ୍ଟାଇଲ। ରକ୍ତ ସଂଗ୍ରହ ପାଇଁ ଉର୍ଦ୍ଦିଷ୍ଟ ମୋବାଇଲ ଭ୍ୟାନରେ ଯାଇ ଭୋଜିଭାତ କଲେ କର୍ମଚାରୀ। ଯାହାର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓଟି କେଉଁ ଦିନର ତାହା ଜଣାପଡ଼ିନାହିଁ। ଭୋଜିଭାତଟି କେଉଁ Continue Reading
ବଲାଙ୍ଗୀର,୨୦/୧୨: ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ମଙ୍ଗଳବାର ଅପରାହ୍ଣରେ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀ ମାନସିକ ଭାବେ ବହୁତ ଶକ୍ତିଶାଳୀ। ସେ ଆତ୍ମହତ୍ୟା କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ତାଙ୍କୁ ଯୋଜନା ଅନୁସାରେ ହତ୍ୟା କରାଯାଇଛି।ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ। ଜେଲରେ କଡ଼ା ସୁରକ୍ଷା ଭିତରେ ଥାଇ ସେ କିପରି Continue Reading