ବଲାଙ୍ଗୀର,୧୪/୯: ନାଳରେ ମାଛ ଧରିବା ବେଳେ ଗୁରୁବାର ଅଘଟଣ ଘଟିଛି। ଗଭୀର ଜଳରେ ୩ ଜଣ ବ୍ୟକ୍ତି ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।ଅନ୍ୟ ଜଣେ ନିଖୋଜ ଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମପଞ୍ଚାୟତ ପିପିଲିପାଲି ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମୃତ ବ୍ୟକ୍ତି ହେଲେ ଗୋଲେଖ ପୋଢ଼। ନିଖୋଜ ବ୍ୟକ୍ତି ହେଲେ ପ୍ରମୋଦ ପୋଢ଼। Continue Reading
ବଲାଙ୍ଗୀର,୨୫/୮: ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ ଡିଏ (ମହଙ୍ଗା ଭତ୍ତା) ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ହେଲେ ଅଜୟ ଖୁଣ୍ଟିଆ।ସୂଚନା ଅନୁସାରେ ଅଜୟ ଖୁଣ୍ଟିଆ ସଇଁତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ Continue Reading
ବଲାଙ୍ଗୀର,୧୮/୮: ନକଲି ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇଛି। ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ନକଲି ସାର୍ଟିଫିକେଟ୍ ଦେଇ ହାଇସ୍କୁଲରେ ଚାକିରି କରୁଥିବା ୪ ଜଣ ଶିକ୍ଷକ ବହିଷ୍କୃତ ହୋଇଛନ୍ତି। ବହିଷ୍କୃତ ଶିକ୍ଷକମାନେ ହେଲେ ଗଣ୍ଡପତ୍ରାପାଲିର ସଂଜୀତ ପାଣି ମହାନନ୍ଦ, ରଣ୍ଡାର ମୃମୟୀ ପଣ୍ଡା, ସୁଲେକେଲାର ବିରଞ୍ଚି ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଅଲମା ଟପ୍ପୋ।ତେବେ ବଲାଙ୍ଗୀର ପୁଇଁତଲା ତହସିଲ ଅନ୍ତର୍ଗତ Continue Reading
ବଲାଙ୍ଗିର,୧୦/୮ : ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି ଆଉ ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ମୃଣ୍ମୟୀ ପଣ୍ତା। ସେ ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ରଣ୍ଡା ହାଇସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେକାର୍ଯ୍ୟ କରୁଥିଲେ।ମୃଣ୍ମୟୀ ୨୦୧୩ ମସିହାରେ ଚୁକ୍ତିଭିତ୍ତିକ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ସେ ରେଗୁଲାର ହୋଇଥିଲେ। ତେବେ ସେ ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ନେଇ ଜିଲ୍ଲା ଶିକ୍ଷା Continue Reading
ମହେନ୍ଦ୍ର କୁମାର ଦର୍ଜୀଙ୍କ ରିପୋର୍ଟ ବଲାଙ୍ଗୀର, ୧୦ ।୮/୨୦୩:, ମନରେ କୌଣସି ଅଭିପ୍ରାୟ ଏବଂ ଆଶା ନରଖି ମାନବ ସେବାରେ ନିଜକୁ ବ୍ରତୀ କରିଥିବା ଏକ ଅଗ୍ରଣୀ ଅନୁଷ୍ଠାନ ମାହେଶ୍ଵରୀ। ମା ମାହେଶ୍ଵରୀଙ୍କ ନାମରେ ନାମିତ ଥିବା ଏହି ଅନୁଷ୍ଠାନ ଅସହାୟ ଲୋକଙ୍କ ପାଇଁ ମା ସଦୃଶ। ପ୍ରତି ପଞ୍ଚାୟତରେ ମାହେଶ୍ଵରୀ ଅନୁଷ୍ଠାନ ତାର ଅଭିଯାନ ଜାରି ରଖିଛି। ପଞ୍ଚାୟତ ଅଭିଯାନ କରିବାର ତାତ୍ପର୍ଯ୍ୟ ସଭିଏଁ ସେବା ମନୋଭାବ ରଖି ଗରିବ,ନିରୀହ,ଅସହାୟ ଲୋକଙ୍କ ସେବାରେ ନିଜକୁ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର,୮/୮:- ବଲାଙ୍ଗୀର ଡେଲି ମାର୍କେଟ ରେ ଆଜି ଶାଗ କିଲୋ ୧୨୦ ଟଙ୍କା।ପନିପରିବା ଦର ଆକଶଛୁଆଁ।ପ୍ରାୟ ୨ ମାସରୁ ଉର୍ଦ୍ଧ୍ବ ହେବ ଟମାଟୋ ଦର କିଲୋ ପିଛା ୨୦୦ ଟଙ୍କା।ବାକି ସବୁ ପନିପରିବା କିଲୋ ୮୦ ଟଙ୍କାରୁ ଅଧିକ।ପରିବା ଦର ବଢିବା ର କାରଣ ଲୋୟର ସୁକତେଲ ଜଳଅମଳ ପ୍ରକଳ୍ପ ରେ ଅନେକ ଚାଷୀ ଗ୍ରାମ ଜଳରେ ବୁଡ଼ି ରହିଯିବ।ଏହି ଗ୍ରାମ ମାନଙ୍କରେ ଅନେକ ପନିପରିବା ଚାଷ ହୋଇ ବଲାଙ୍ଗୀର ସହରକୁ ଆସୁଥିଲା […]Continue Reading
ଦେଓଗାଁ,୩୦/୭: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଲାଙ୍ଗୀର ଜିଲ୍ଲା ସଇଁତଳା ଷ୍ଟେସନରେ ଦୁଇ ଘଣ୍ଟା ହେଲା ଅଟକି ରହିଥିଲା ଇସ୍ପାତ ଏକ୍ସପ୍ରେସ। ରେଳବାଇର ଟେକ୍ନିକାଲ ଟିମ୍ ତ୍ରୁଟି ସୁଧାରିବା ପାଇଁ ଚେଷ୍ଟା ଜାରି ରଖିଥିଲେ।ସୂଚନା ଅନୁଯାୟୀ, ଆଜି ସକାଳେ ଠିକ୍ ସମୟରେ ଇସ୍ପାତ ଏକ୍ସପ୍ରେସ ଟିଟିଲାଗଡ଼ରୁ ହାୱାଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଟ୍ରେନ୍ ସକାଳ ୫ଟା ୫୦ ମିନିଟରେ ସଇଁତଳା ଷ୍ଟେସନରେ ପହଞ୍ଚିଥିଲା। ଏହି ସମୟରେ ଇସ୍ପାତ ଏକ୍ସପ୍ରେସର ଇଞ୍ଜିନରେ Continue Reading
ବଲାଙ୍ଗିର,୧୬/୬: ଜଣେ ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ଆଜି ସକାଳେ ଏପରି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଭାଳୁଜୁରୀ ଗାଁର ଖୁସିରାମ ମହନନ୍ଦ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ରାତିରେ ଖୁସିରାମ ନିଜ ସ୍ତ୍ରୀ ଓ ଝିଅ ସହ ମିଶି ନିଜ କାର୍ରେ ବଲାଙ୍ଗିର ଯାଉଥିଲେ। Continue Reading
ବଲାଙ୍ଗିର,୨୦/୫ : ପ୍ରଚଣ୍ଡ ଖରାର ପ୍ରକୋପ ସହିପାରିଲେନି ବୃଦ୍ଧ। ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇ ଫେରିବା ବେଳେ ବାଟରେ ଅଚେତ ହୋଇ ପଡ଼ିଗଲେ। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ କୁଦୋଭଟା ଗାଁରେ ଏହି ଘଟଣା ଘଟିଛି। ବୃଦ୍ଧ ବ୍ୟକ୍ତି ରାଜାରାମ ହାତୀ।ଗତକାଲି ସକାଳେ ରାଜାରାମ ନିଜ ସ୍ତ୍ରୀ ଉରା ହାତୀଙ୍କ ସହ ଭତ୍ତା ଟଙ୍କା ଉଠାଇବା ପାଇଁ ବେଲପଡ଼ା ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇଥିଲେ ।ଟଙ୍କା ଉଠାଇ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ […]Continue Reading
ବଲାଙ୍ଗିର,୯/୫ : ଦିଲ୍ଲୀ ଘଟଣାର ପୁନରାବୃତ୍ତି ହୋଇଛି ବାଲଙ୍ଗିର ଜିଲ୍ଲାରେ। ଦିଲ୍ଲୀରେ ଏକ କାର୍ ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଧକ୍କା ଦେଇ ୪ କିମି ଯାଏ ଘୋଷାଡ଼ି ନେବା ଘଟଣା ମନରୁ ନ ଲିଭୁଣୁ ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ। ଏକ ବସ୍ ବାଇକ୍କୁ ଧକ୍କା ଦେଇ ଜଣେ ନାବାଳିକାଙ୍କୁ ଅଧ କିମି ପର୍ୟ୍ୟନ୍ତ ଘୋଷାଡି ନେଇଛି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସୋନପୁର-ବଲାଙ୍ଗିର ରାସ୍ତାର ଗଇଁତଳା ତହସିଲ ନିକଟରେ।ଦୁର୍ଘଟଣାରେ ଜଣେ Continue Reading