ଭୁବନେଶ୍ୱର, ୨/୧: ଗୁରୁବାର ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇ ଗୁଣା କରାଯାଇଛି ।ସ୍ୱାଧୀନତା ସଂଗ୍ରାମ ବେଳେ ଯେଉଁ ସଂଗ୍ରାମୀ ଜେଲ ଦଣ୍ଡ ଭୋଗିଥିବେ ସେମାନଙ୍କୁ ୨୦ ହଜାର ଟଙ୍କା ମାସିକ ଭତ୍ତା ପାଇବେ । ପୂର୍ବରୁ ସେମାନେ ୧୦ ହଜାର ଟଙ୍କା ଭତ୍ତା ପାଉଥିଲେ ।ଆଜି ସର୍ବ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଦିବସ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସ୍ଥିତ Continue Reading
ଭୁବନେଶ୍ୱର,୧/୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ Continue Reading
ଭୁବନେଶ୍ୱର,୧/୧ : ଦୁଇ ଦିନ ତଳେ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଥିବା ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଥିବା ବେଳେ ଆଜି ଇଂରାଜୀ ନୂଆ ବର୍ଷରେ ୩ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି।ସେମାନେ ହେଉଛନ୍ତି ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର, ଆର.ପି କୋଚେ ଓ ସୁଶାନ୍ତ କୁମାର ନାଥ। ଏହି ତିନି ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ମିଳିଛି।ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ Continue Reading
ଭୁବନେଶ୍ୱର,୩୧/୧୨ : ମଙ୍ଗଳବାର ରାଜ୍ୟ ସରକାର ୮ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ଆଇପିଏସ୍ ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତ ଏଡିଜି (ADG) ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।ଆଇପିଏସ ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ।ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ ଆଇଜି( IG) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର ।୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର Continue Reading
ଭୁବନେଶ୍ୱର, ୩୧/୧୨ : ଆଉ କେଇ ଘଣ୍ଟାର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ନୂଆ ବର୍ଷ । ଚଳିତ ନୂଆବର୍ଷ ପାଳନ କରିବେ ନାହିଁ ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ମନମୋହନ ସିଂହଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଏହି ନିଷ୍ପତ୍ତି ନେଇଛନ୍ତି ।ଏହା ସହିତ ଆସନ୍ତକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ […]Continue Reading
ଭୁବନେଶ୍ବର, ୩୧/୧୨ : ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଅର୍ଥାତ ପୁଣି ଥରେ ଲୋକସେବା ଭବନ ଗେଟ୍ରେ ପ୍ରବେଶ କରି ପାରିବେ ସାମ୍ବାଦିକ । ଏଥିପାଇଁ ନୂଆ ସରକାର ଗ୍ରୀନ୍ ସିଗନାଲ ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ହେବ […]Continue Reading
ଭୁବନେଶ୍ୱର, ୩୧/୧୨ : ଆଜି ବର୍ଷର ଶେଷ ଦିନ, ବିଦାୟ ନେବ ୨୦୨୪ । ଆଜି ମଧ୍ୟରାତ୍ରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ସମସ୍ତେ ।ବିଶେଷ କରି ଟୁଇନ୍ ସିଟରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପ୍ରସ୍ତୁତି ଭିତରେ ଟୁଇନ୍ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ବିରୋଧୀ […]Continue Reading
ନୂଆଦିଲ୍ଲୀ,୩୦/୧୨: ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ଠକାମୀ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଦମ୍ପତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିବା ଘଟଣା ସାମ୍ନାକୁ ଆସିଛି।ଏନେଇ ଏକାଧିକ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ ହଂସିକା ଓ ଅନୀଲ୍ଙ୍କୁ ଗିରଫ କରି କୋର୍ଟ ସୋମବାର ଚାଲାଣ କରିଛି କମିସନ୍ରେଟ୍ ପୋଲିସ।ଏହି ଦମ୍ପତି ବିଶିଷ୍ଟ ବିଲଡର୍, ଖଣି ଅପରେଟର, ବହୁରାଷ୍ଟ୍ରୀୟ କର୍ପୋରେସନ୍ ମାଲିକ Continue Reading
ଭୁବନେଶ୍ୱର,୩୦/୧୨ :ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି।ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା।ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ଏମ୍ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯୯ ବର୍ଷୀୟ ବିମ୍ବାଧରଙ୍କୁ ସଭାପତି Continue Reading
ଭୁବନେଶ୍ୱର, ୨୮/୧୨: ଭୁବନେଶ୍ୱର ଜାଭିୟର ଛକରେ ରବିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍ ପଛକୁ ପଛ ପିକଅପ୍ ଭ୍ୟାନ ଏବଂ ଅଟୋକୁ ଧକ୍କା ଦେଇଛି। ଦୁର୍ଘଟଣାରେ ୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।ଅନ୍ୟପକ୍ଷେ ସିରିଜ ଦୁର୍ଘଟଣାକୁ ନେଇ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। Continue Reading




