Home Posts tagged Bhubaneswar (Page 47)
Odisha News
ଭୁବନେଶ୍ବର, ୨୯/୬ : ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡ୍‌କୋର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟ ସରକାର ଆଜି କିଛି ଅଧିକାରୀଙ୍କୁ ବଦଳି କରିଛନ୍ତି। ଏହି କ୍ର‌ମରେ Continue Reading
Odisha News
ଭୁବନେଶ୍ୱର, ୨୯/୬ : ଆଜିଠୁ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚମ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ।ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଆଡ଼କୁ ଏହା ଗତି କରିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦେଇଛି। ଏପରିକି ଆଜି ମଧ୍ୟ Continue Reading
Odisha News
ଭୁବନେଶ୍ୱର,୨୭/୬ : ପବିତ୍ର ରଥଯାତ୍ରାରେ ଭିଜିବ ସାରା ଓଡିଶା। ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି।ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଓଡ଼ିଶା-ପଶ୍ଚିମବଙ୍ଗ ସଂଲଗ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି Continue Reading
Odisha News
ଭୁବନେଶ୍ୱର, ୨୬/୬ : ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍ଟିାଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଲୋକସେବା ଭବନଠାରେ ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ Continue Reading
Odisha News
ଭୁବନେଶ୍ବର, ୨୬/୬ : ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଅନ୍ତର୍ଗତ ଏକ ପଦଯାତ୍ରା ଗୁରୁବାର ଜୁନ୍ ୨୬ରେ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା। ପଦଯାତ୍ରାରେ ଅଧିକ ସଂଖ୍ୟକ ଯୁବ ପିଢ଼ି ସାମିଲ ହୋଇଥିଲେ । ଏହି ଦିବସରର ଶୀର୍ଷକ ଥିଲା, ଆମେ ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା।ଅବକାରୀ ବିଭାଗ ପକ୍ଷରୁ ଏହି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆମେ ସଂକଳ୍ପ ନେବା ନିଶା ନୁହେଁ Continue Reading
Odisha News
ଭୁବନେଶ୍ୱର, ୨୬/୬ : ରାଜ୍ୟରେ ଆଜିଠୁ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ୨୮ ତାରିଖ ଯାଏଁ ଲାଗି ରହିବ ବର୍ଷା। ତେବେ ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ। ସେହିଭଳି ରଥଯାତ୍ରାରେ ପ୍ରବଳ ବର୍ଷା। ପ୍ରବଳ ବର୍ଷା ପ୍ରଭାବରେ ଭିଜିବ ଶ୍ରୀକ୍ଷେତ୍ର। Continue Reading
Odisha News
ଭୁବନେଶ୍ବର, ୨୫/୬ : ରାଜସ୍ବ ସେବା ପାଇଁ ଉଦ୍ଦିଷ୍ଟ ଇ -ରେଜିଷ୍ଟେସନ ଆପ୍‌ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ଗୋଟିଏ ମୋବାଇଲ୍ ଆପରେ ମିଳିବ ସମସ୍ତ ରାଜସ୍ବ ସେବା। ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଆପ୍ ଦ୍ଵାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ ବୋଲି ଜଣାଯାଇଛି। ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ […]Continue Reading
Odisha News
ଭୁବନେଶ୍ୱର, ୨୫/୬ : ଆଜିଠୁ ରାଜ୍ୟର ବଢିବ ବର୍ଷାର ପରିମାଣ। ଏପରିକି ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି। ତେବେ ଆଜିଠାରୁ ୨୮ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଯାଏ ଉତ୍ତର ଓଡ଼ିଶା ଦେଇ ଏକ ଟ୍ରଫ ଲାଇନ ରହିଛି।ସେହିପରି ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ […]Continue Reading
Odisha News
ଭୁବନେଶ୍ୱର,୨୪/୬: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ୯ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ଏମବିବିଏସ (ଗଈଈଝ) କଲେଜ ପ୍ରତିଷ୍ଠା ହେବ। ସେହିପରି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪ଟି ଡେଣ୍ଟାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା Continue Reading
Odisha News
ଭୁବନେଶ୍ୱର, ୨୪/୬ : ମଧ୍ୟ ପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ପରିସ୍ଥିତି ଉପୁଜିଥିବାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଆନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଛି। ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ ଆବୁଧାବିକୁ ବିମାନ ଉଡାଣ ବାତିଲ କରିଛି ଇଣ୍ଡିଗୋ। ଭୁବନେଶ୍ବରରୁ ଆବୁଧାବି ଯାଉଥିବା ୬ଇ ୧୪୪୨ଓ ଆବୁଧାବିରୁ ଭୁବନେଶ୍ୱର ୬ଇ ୧୪୪୧ବିମାନ ଉଡାଣ ବାତିଲ ହୋଇଛି। ଯୁଦ୍ଧ ଯୋଗୁ ଏୟାର ସ୍ପେସ କଟକଣା ଦେଖାଦେଇଛି।ଯୁଦ୍ଧ ପରିସ୍ଥିତି ପାଇଁ ଭୁବନେଶ୍ୱରରୁ Continue Reading