ଭୁବନେଶ୍ୱର, ୩୧/୭: ଧୋକା ଦେଲେ ସ୍ୱାମୀ । ବିବାହର ଏକ ବର୍ଷ ପରେ ଛୁଆ ଜନ୍ମ ହୋଇସାରିବା ପରେ ଉଭଙ୍କୁ ଛାଡି ଚାଲିଯାଇଛନ୍ତି ସ୍ୱାମୀ। ଏଭଳି ଅଭିଯୋଗ ଆଣିଛନ୍ତି OSDMA ରେ କାର୍ଯ୍ୟରତ DGMସାର୍ଥକ ସୌରଭ ମହାପାତ୍ରଙ୍କ ପତ୍ନୀ ।ପତ୍ନୀ ଅର୍ଚ୍ଚନା ଦାସ ମହିଳା ଥାନାର ଦ୍ୱାରସ୍ଥ ହୋଇ ସାର୍ଥକଙ୍କ ନାମରେ ସଂଘାତିକ ଅଭିଯୋଗ ଆଣିଛନ୍ତି । ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ନାଁରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ।ସେ ଆହୁରି ଅଭିଯୋଗରେ କରିଛନ୍ତି Continue Reading
ଭୁବନେଶ୍ୱର,୩୦/୭ : ଆରଆଇ,ଏଆରଆଇ, ଅମିନ, ଆଇସିଡିଏସ୍ ଓ ଏସ୍ଏଫଏସ ପ୍ରିଲିମ୍ ପରୀକ୍ଷା ବାତିଲ୍ କରିଛନ୍ତି OSSSC । ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।ପ୍ରିଲିମ ପରୀକ୍ଷାକୁ ବାତିଲ କରାଯିବା ସହିତ ଅଗଷ୍ଟ ୧ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ କରାଯାଇଛି।୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ। କିନ୍ତୁ ଆଶାୟୀଙ୍କୁ ଆଉ ସାନି ଆବେଦନ Continue Reading
ଭୁବନେଶ୍ୱର,୩୦/୭: ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍ଗୁଡ଼ିକରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି।ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।ଚିଠି ଅନୁସାରେ, ସରକାରୀ ବୈଠକ, ସଭା, ସମିତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ Continue Reading
ଭୁବନେଶ୍ୱର, ୩୦/୭ : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ ପୁଣି ଥରେ କରିପାରିବେ ଆବେଦନ। ସୁଭଦ୍ରା ଯୋଜନାକୁ ନେଇ ଆଜି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ଆସନ୍ତା ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ତୃତୀୟ କିସ୍ତି ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀ କରି ପାରିବେ ଆବେଦନ। ତାସହ ପୂର୍ବରୁ ବାଦ୍ ପଡ଼ିଥିବା ୨ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉ ଥରେ […]Continue Reading
ଭୁବନେଶ୍ୱର, ୩୦/୭ : ରାଜ୍ୟର ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବାଲେଶ୍ୱରର ୪ଟି ବ୍ଲକ୍ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ପ୍ରଭାବିତ ହୋଇଛି ।ବନ୍ୟାଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବନ୍ୟା ସ୍ଥିତି […]Continue Reading
ଭୁବନେଶ୍ୱର,୩୦/୭: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଛି। ଏକ ପ୍ରେସ୍ମିଟ୍ରେ କ୍ରାଇମବ୍ରାଞ୍ଚ ଡିଜି ସୂଚନା ଦେଇ କହିଛନ୍ତି ଯେ, ଏହି ଲିକ୍ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ଜରିଆରେ ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ଲକ୍ଷ ୪୦ ହଜାର ଟଙ୍କା ଆସିଥିବାର ପ୍ରମାଣ ମିଳିଛି।କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଛନ୍ତି ଯେ, ଏହି ପ୍ରଶ୍ନପତ୍ର ଲିକ୍ ବାଲେଶ୍ୱରରୁ Continue Reading
ଭୁବନେଶ୍ୱର,୨୯/୭: ରାଜକୀୟ ଓ ସଡ଼କ ନିର୍ମାଣ (R&B) ଡିଭିଜନ୍ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।ସୂଚନା ଅନୁଯାୟୀ, ରାଜକିଶୋର ଜେନାଙ୍କ ବିରୋଧରେ ଆୟାବହିର୍ଭୁତ ସମ୍ପତ୍ତି ଅର୍ଜନ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ସହିତ ଅନ୍ୟ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ତଲାସୀ କରୁଛି।Continue Reading
ଭୁବନେଶ୍ୱର, ୨୮/୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀମାନେ ଗେରୁଆ ରଙ୍ଗର ଆଇକାର୍ଡ ପକାଇ ସ୍କୁଲ ଆସିବେ ।ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଣକ Continue Reading
ଭୁବନେଶ୍ୱର,୨୮/୭ : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇଛି।ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର Continue Reading
ଭୁବନେଶ୍ୱର, ୨୮/୭ : ସ୍ୱଚ୍ଛ, ସୁଶାସନ ଏବଂ ପଞ୍ଚାୟତ ବ୍ୟବସ୍ଥା ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ସାହିତ କରିବାକୁ ସୁବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ‘ ରାଜ୍ୟ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୋଟ ୪ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି ।ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟ ସରକାର ପଞ୍ଚାୟତ Continue Reading




