ଭୁବନେଶ୍ୱର, ୨୧/୫ : ଆଜି ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ।ଚଳିତ ବର୍ଷ ପାସ ହାର ୮୨.୭୭ ପ୍ରତିଶତ ରହିଛି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଆଦି ପରୀକ୍ଷାର ଫଳ ଅପରାହ୍ନ ୪ଟା ରେ ପ୍ରକାଶ ପାଇଛି। ୧୪୨୫୧୨ ଛାତ୍ର ପାସ୍ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ଭୁବନେଶ୍ୱର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କର www.chseodisha.nic.in ଏବଂ Continue Reading
ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂରହେଲା, ୧୮୦ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ
ଭୁବନେଶ୍ୱର,୨୧/୫: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା।ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିର କରିଛନ୍ତି Continue Reading
ଭୁବନେଶ୍ୱର, ୨୧/୫: ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ଜୁନ୍ ମାସରୁ ୩,୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ପାଇବେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ। ହିତାଧିକାରୀଙ୍କୁ ଜୁନ୍ ସୁଦ୍ଧା ୮୦ବର୍ଷ ହୋଇଥିଲେ ବର୍ଦ୍ଧିତ ଟଙ୍କା ମିଳିବ ।ଏନେଇ ରାଜ୍ୟ ସରକାର ଡିଏସଏସଓଏସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ୪ ଲକ୍ଷ ୧୭ ହଜାର ୪୯୬ ଜଣ ଉପକୃତ ହେବେ ।ଏହା ସେମାନଙ୍କ ପାଇଁ ଏକ ଖୁସି […]Continue Reading
ଭୁବନେଶ୍ୱର,୨୦/୫: ଭାରତକୁ ପୁଣି ଫେରିଛି କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି। ଏହିସବୁ ଭିତରେ ରାଜ୍ୟବାସୀ କିପରି ସର୍ତକତା ଅବଲମ୍ବନ କରିବେ, ସେନେଇ ପରାମର୍ଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।ସେ କହିଛନ୍ତି, ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଲୋକେ ସାବଧାନ ରୁହନ୍ତୁ। କିଡ୍ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ । ଏବେ ବ୍ୟାପିଥିବା କୋଭିଡ୍ ଓମିକ୍ରନ୍ର ସବ୍ଭାରିଆଣ୍ଟ ଓଡ଼ିଶାରୁ ଚିହ୍ନଟ ହେଲେ Continue Reading
ଭୁବନେଶ୍ୱର,୨୦/୫: ଯୁକ୍ତ ୩ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ମେ’ ୨୦ ଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଛାତୀଛାତ୍ର। କାରଣ ଏବେ ପର୍ୟ୍ୟନ୍ତ +୨ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ପ୍ରକାଶ ପାଇ ନାହିଁ। ତେବେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି କି ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ କରାଯିବ। ଅନ୍ୟପଟେ ଯୁକ୍ତ ୩ରେ ନାମଲେଖା ଆବେଦନର ସମୟସୀମା ବୃଦ୍ଧି […]Continue Reading
ଭୁବନେଶ୍ୱର,୧୭/୫: ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏନେଇ ସଜାଗ ରହିଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ WHO ସହ ଆଲୋଚନା କରିଛି।ସେମାନେ କୌଣସି କେସ୍ ରିପୋର୍ଟ କରିନାହାନ୍ତି। ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। ଆମକୁ ଆଲର୍ଟ ରହିବାକୁ କୁହାଯାଇଛି। ରାଜ୍ୟର ସବୁ ଜିଲା ମୁଖ୍ୟାଳୟରେ ଟେଷ୍ଟିଂ ଚାଲିଥିବାବେଳେ ରାଜ୍ୟରେ Continue Reading
ଭୁବନେଶ୍ୱର, ୧୭/୫ : ପୁଣି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ବୁଲିଲା ଖଣ୍ଡା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କିପରି ନିର୍ଭୟରେ ଦୁର୍ବୃତ୍ତମାନେ ଖଣ୍ଡା ଧରି ବୁଲୁଛନ୍ତି ତାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଡଗଡ ଥାନା ପାଣ୍ଡରା ଛକ ନିକଟ ମାଆ ତାରିଣୀ ସାନିଟାରୀ ଓ ହାର୍ଡୱାର ଦୋକାନ ସମ୍ମୁଖରେ ଏକ ବାଇକ୍ରେ ୨ ଜଣ ଦୁର୍ବୃତ୍ତ ଖଣ୍ଡା ଓ ମାରଣାସ୍ତ୍ର ଧରି ବୁଲୁଥିଲେ […]Continue Reading
ଭୁବନେଶ୍ୱର, ୧୬/୫ : ଗୋଟିଏ ପଟେ ଭାରତ ସହିତ ନୀବିଡ଼ ସମ୍ପର୍କ, ଆଉ ଗୋଟେ ଭାରତର ଚୀର ଶତ୍ରୁ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ଯୋଗାଇ ପିଠିରେ ଛୁରୀ ଭୁଶି ଥିବା ତୁର୍କୀକୁ ଏବେ ସବୁଆଡ଼ୁ ବୟକଟ୍ କରାଯାଉଛି । ଭାରତୀୟ ବ୍ୟବସାୟୀମାନେ ସ୍ୱତଃପ୍ରତ ଭାବେ ତୁର୍କୀ ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରୁଛନ୍ତି । ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଛି । ଆଉ ତୁର୍କୀ ସେଓ ବିକିବେନି ବୋଲି ଫଳ ବ୍ୟବସାୟୀମାନେ କହିଛନ୍ତି ।ଭଦ୍ରକର ଜଣେ […]Continue Reading
ଭୁବନେଶ୍ୱର, ୧୫/୫ : ଉଚ୍ଚ ଶିକ୍ଷାରେ ନାମ ଲେଖା ପାଇଁ ସାମାଜିକ ଓ ଆର୍ଥିକ ଅନଗ୍ରସର (SEBC) ପାଇଁ ସଂରକ୍ଷଣ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଦୂର କରିଛନ୍ତି । ଜାତିଭିତ୍ତିକ ସଂରକ୍ଷଣ ୫୦ ପ୍ରତିଶତରୁ ଆଗକୁ ଟପିବନି ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି Continue Reading
ଭୁବନେଶ୍ୱର,୧୫/୫: ସିଡିଓ ଓ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର କଡ଼ା ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେକାଳ ପଖାଳ ଆଉ ନାହିଁ, ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି । ପୁରୁଣା ଅଭ୍ୟାସ ନ ଛାଡ଼ିଲେ କ୍ଷମା ଦିଆଯିବନି । ଜିଲାପାଳଙ୍କ ଜରିଆରେ ବିଡିଓଙ୍କ ରିପୋର୍ଟ କାର୍ଡ ମଗାଯିବ। ମୁଁ ମୋ’ ଛୋଟ ବ୍ରେନ୍ରେ ସବୁ ସେଭ୍ କରି ରଖିଛି। ଯଦି ପୁରୁଣା ଅଭ୍ୟାସ ରଖିବେ, କିଏ ଆପଣଙ୍କୁ କେହି କ୍ଷମା ଦେବେନି। ଆମ ଅନ୍ଲାଇନ୍ରେ ସେଟ୍ଅପ୍ Continue Reading




