ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଭୁବନେଶ୍ୱର, ୭/୧୨ : ସ୍ନାତକମାନେ ଉଦ୍ୟମିତା ଓ ନବ ସ୍ରୁଜନକୁ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଶନିବାର ଦିନ ସେଞ୍ଚୁରିଓନ ବିଶ୍ୱବିଦ୍ୟାଳୟର (CUTM)ର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇବା ସହ କେବଳ ଚାକିରି ନଖୋଜି ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଉତ୍ସାହିତ କରିଛନ୍ତି।ଉଦ୍ୟମିତା କେବଳ ବ୍ୟବସାୟ ଆରମ୍ଭ କରିବା ବିଷୟରେ Continue Reading
ଭୁବନେଶ୍ୱର,୫/୧୨: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ Continue Reading
ଭୁବନେଶ୍ୱର, ୫/୧୨ : ମାଟ୍ରିକ ପରୀକ୍ଷା ପାଇଁ ଆସିଲା କାର୍ଯ୍ୟସୂଚୀ । ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି । ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ ପରୀକ୍ଷା ହେବ ଓ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ଚାଲିବ ।ମିଳିଥିବା ସୂଚନା ମୁତାବକ ସବୁ ବିଷୟ ପାଇଁ ଅଢେଇ ଘଣ୍ଟା ସମୟ ମିଳିବାକୁ ଥିବାବେଳେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍ ସମୟ […]Continue Reading
ଭୁବନେଶ୍ୱର , ୪/୧୨ : ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଘଟଣାରେ ଆକ୍ସନ ମୋଡରେ ସଂସ୍କୃତି ବିଭାଗ।ଅଭିଯୁକ୍ତ ସମ୍ପୃକ୍ତ ଡ୍ରାମା ବିଭାଗର ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି। ଛାତ୍ରୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସଙ୍ଗୀତ ମହାବିଦ୍ୟାଳୟ ପ୍ରିନ୍ସିପାଲ।ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ପରେ ଜୋରଦାର ହଙ୍ଗାମା ହୋଇଥିଲା। କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜରାସ୍ତା ଘେରିଥିଲେ Continue Reading
ଭୁବନେଶ୍ୱର, ୪/୫: ରାଜ୍ୟରେ ଦିନକୁ ଦିନ ୨ରୁ ୩ ଡିଗ୍ରୀ ଖସୁଛି ପାରଦ। ଏଥିପାଇଁ ଅନେକ ସ୍ଥାନରେ ଅନୁଭୂତ ହେଉଛି ଶୀତ। ତେବେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆହୁରି ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିବ। ତେବେ ଆସନ୍ତା ଦୁଇଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଏଥିପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବ ଯାତାୟାତ […]Continue Reading
ଭୁବନେଶ୍ୱର,୩/୧୨: ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ବଲିଉଡ ଅଭିନେତ୍ରୀ ମାଧୁରୀ ମୋଟା ଅର୍ଥ ନେଇଛନ୍ତି। ରାଜ୍ୟ ରାଜକୋଷରୁ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି ମାଧୁରୀ। ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉତ୍ତର ରଖିଛନ୍ତି।ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ୟ୍ୟକ୍ଷମ ଅଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର Continue Reading
ଭୁବନେଶ୍ୱର, ୨୮/୧୧ : ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଧାନସଭା ଶୀତକାଳିନ ଅଧିବେଶନର ଦ୍ବିତୀୟ ଦିନରେ ଶୁକ୍ରବାର ଅପରାହ୍ନରେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଗୃହରେ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମୁଖ୍ୟମନ୍ତ୍ରୀ। ଚଳିତ ଆର୍ଥିକ ବର୍ଷରେ ୧୭,୪୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି।ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି। ସରକାରୀ ଯୋଜନା, Continue Reading
ଭୁବନେଶ୍ୱର,୨୮/୧୧ : ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି। ବିଧାୟକ ପ୍ରସନ୍ନ ଆଚାର୍ୟ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ଯେଉଁ ସରକାର ଥିଲା, ସେମାନେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ଅନେକ ବିଦ୍ୟାଳୟକୁ ବନ୍ଦ କରି ଦେଇଥିଲେ। ମାତ୍ର, ବର୍ତ୍ତମାନର ସରକାର Continue Reading
ଭୁବନେଶ୍ୱର, ୨୮/୧୧ : ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ଫୁଟିଲା ବୋମା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ସକାଳ ୮ ବେଳେ ଫୁଟିଲା ବୋମା। ଦୃର୍ବୃତ୍ତ ମାନେ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ।ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛନଭିନ୍। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୋଲିସ। କିଏ […]Continue Reading
ଭୁବନେଶ୍ୱର, ୨୭/୧୧ : ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର ଆଜିର ଏହି ଐତିହାସିକ ଦିନ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ Continue Reading




