Home Posts tagged Bhubaneswar (Page 193)
Odisha News
ଭୁବନେଶ୍ୱର,୨/୮: ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ଖଣ୍ଡଗିରି ଥାନା ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ। ଆବେଦନକାରୀ ଶ୍ରଦ୍ଧାଞ୍ଜଳିଙ୍କ ସହ ଯୋଗାଯୋଗ କରିବା ମନା।ସର୍ତ୍ତ ମୁତାବକ ଅର୍ଚ୍ଚନାଙ୍କ ନାଁରେ ଦାୟର ମୋଟ ୩ଟି ମାମଲାରୁ ଏହାକୁ ମିଶାଇ ୨ଟିରେ ଜାମିନ ମିଳିଛି। ଗୋଟିଏ ମାମଲା ବିଚାରଧୀନ ଥିବାରୁ ଏବେବି ଜେଲ୍ରୁ ମୁକୁଳି ପାରିବେନି ଅର୍ଚ୍ଚନା।ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ Continue Reading
Odisha News
ଭୁବନେଶ୍ୱର,୨/୮: ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।ମୁଖ୍ୟତଃ କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, Continue Reading
Odisha News
ଭୁବନେଶ୍ୱର,୧/୮: ଗତକାଲି ହୋଇଥିବା ଲଗାଣ ବର୍ଷାରେ ଭୁବନେଶ୍ୱର ଓ କଟକ ଅବସ୍ଥା ବେହାଲ ହୋଇଥିବା ବେଳେ ଆଜି ବି ଟୁଇନ ସିଟିବାସୀଙ୍କୁ କଲବଲ କରିବ ପ୍ରବଳ ବର୍ଷା ।ଅପରାହ୍ନ ୨ଟା ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା ଫଳରେ ପାଣି ଜମିବା ଓ ଟ୍ରାଫିକ ସମସ୍ୟା ସୃଷ୍ଟି ନେଇ ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।ଗତକାଲି ଭୁବନେଶ୍ୱରରେ Continue Reading
Odisha News
ଭୁବନେଶ୍ୱର,୩୧/୭: ଆଜି ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ। ତେବେ ମଙ୍ଗଳବାର ଓ ବୁଧବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସରାଏ ବର୍ଷାରେ ଆଜି ଭାସିଛି ସ୍ମାର୍ଟ ସିଟି ଭୁବନେଶ୍ୱର। ଯେଉଁଠି ଦେଖିବେ, ସେଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।ଭୁବନେଶ୍ୱର Continue Reading
Odisha News
ଭୁବନେଶ୍ୱର,୩୧/୭: ଓଡ଼ିଶା ଲୋକସେବା ଆୟୋଗ (ଙଚଝଉ) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୪୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଅଛନ୍ତି।ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା […]Continue Reading
Odisha News
ଭୁବନେଶ୍ବର,୩୧/୭: ବେକାବୁ ଡେଙ୍ଗୁକୁ କାବୁ କରିବାକୁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଥିବା କହୁଛି। ସପ୍ତାହରେ ଦୁଇ ଦିନ ଡ୍ରାଏ ଡେ’ ଚାଲିଥିବା ବେଳେ କମିସନରଙ୍କ ମାନସପୁତ୍ର କୁହାଯାଉଥିବା ‘ଘର ଘର ଅଭିଯାନ’କୁ ଗୁରୁତ୍ବର ସହ ମନିଟର କରାଯାଉଥିବା କୁହାଯାଉଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ‘ଆଗ୍ରେସିଭ୍ ଆୱାରନେସ୍’। ଅର୍ଥାତ୍ ପ୍ରତ୍ୟେକ ଲୋକ ପାଖରେ ଯେଭଳି ସେଚତନତାର ବାର୍ତ୍ତା ପହଞ୍ଚିବ, ସେନେଇ ଏହି କାର୍ଯ୍ୟକ୍ରମକୁ Continue Reading
Odisha News
ଭୁବନେଶ୍ୱର,୩୦/୭: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ରବିବାର) ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଛି।ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ଏକ Continue Reading
Odisha News
ଭୁବନେଶ୍ୱର ,୩୦/୭: ରାଜଧାନୀର ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରେ ଅଭାବନୀୟ ଘଟଣା। ଚୋରୀ ସନ୍ଦେହରେ ଘରୋଇ ସହାୟିକାଙ୍କୁ ଶ୍ରୀବିହାର ଅଞ୍ଚଳରେ ଜଣେ ଘର ମାଲିକ ଅଟକ ରଖିଥିଲେ। ବନ୍ଦ ଘରୁ ଘରୋଇ ସହାୟିକାଙ୍କୁ ଉଦ୍ଧାର କରିଛି ପୁଲିସ।ଉଦ୍ଧାର ବେଳେ ଜଣେ ମହିଳା ଏଏସ୍ଆଇ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଘର ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ପୁଲିସକୁ ଚକମା ଦେଇ ଘର ମାଲିକ ଚମ୍ପଟ ମାରିଛି। ପୁଲିସ ଘଟଣାର ଅଧିକ ତଦନ୍ତ […]Continue Reading
Odisha News
ଭୁବନେଶ୍ବର,୨୯/୭ : ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ ହେବା ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି ।ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର-ଓଡ଼ିଶା ଓ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି […]Continue Reading
Odisha News
ଭୁବନେଶ୍ୱର,୨୯/୭ : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା।ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଶ୍ରମିକ ସ୍ୱରେଜ୍ ଚାମ୍ୱର ଭିତରକୁ ପଶିଥିଲେ। ଭିତରେ ଅମ୍ଳଜାନ ଅଭାବରୁ ସେମାନେ ଅଣନିଶ୍ୱାସୀ ହୋଇଯାଇଥିଲେ।ବହୁ ଚେଷ୍ଟା ସତ୍ତ୍ୱେ ସେମାନେ ବାହାରକୁ ଆସିପାରି ନ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ଚେଷ୍ଟା କରି ସେମାନଙ୍କୁ ବାହାରକୁ ଆଣି ପାରି ନଥିଲେ।ଖବର ପାଇ Continue Reading