Home Posts tagged Bhubaneswar (Page 187)
Odisha News
ଭୁବନେଶ୍ୱର,୧୩/୯ : ଚଳିତ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ! କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ କାର୍ଯ୍ୟ ଦିବସ, ପରୀକ୍ଷା ଆରମ୍ଭ, ଶେଷ, ଫଳ ପ୍ରକାଶ, ପୂଜା ଛୁଟି ନେଇ ସବିଶେଷ ତଥ୍ୟ ରହିଛି। ମାତ୍ର କେବଳ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ Continue Reading
Odisha News
ଭୁବନେଶ୍ବର,୧୩/୯: ଗଣଶିକ୍ଷା ସଚିବ କିମ୍ବା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଶ୍ବାସନା କାମ ଦେଲାନି। ବାରମ୍ବାର ପ୍ରତିଶ୍ରୁତି ଦେଇ ଠକୁଥିବାରୁ ଶିକ୍ଷକ ସଂଘର ନେତାମାନେ ଆଉଏମାନଙ୍କୁ ବିଶ୍ବାସକୁ ନେଇ ନାହାନ୍ତି।ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଧା ସିଧା କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ପ୍ରତିଶ୍ରୁତି ଦିଅନ୍ତୁ। ନ ହେଲେ ବୁଧବାରଠାରୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ Continue Reading
Odisha News
ଭୁବନେଶ୍ୱର,୧୨/୯ : ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ନାଁରେ ଘରକୁ ଡାକି ଜଣେ ଡାକ୍ତରଙ୍କୁ ଅପହରଣ ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ୍। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ତମାଣ୍ଡୋ ଥାନା ଅନ୍ତର୍ଗତ ନରଗଡ଼ାର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟ ଗାଁର ମନୋରଞ୍ଜନ ପ୍ରଧାନ ଓରଫ ଗଣେଣ (୩୦) ଓ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)।ଏହି Continue Reading
Odisha News
ଭୁବନେଶ୍ୱର,୧୨/୯: ରାଜ୍ୟରେ ଏବେ ପ୍ରତିଦିନ ୨୦୦ ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଣିପାଗ ଅନୁକୂଳ ଅଛି। ବର୍ଷା ନ ଛାଡ଼ିବା ଯାଏଁ ରୋଗ କମିବ ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ Continue Reading
Odisha News
ଭୁବନେଶ୍ୱର,୧୨/୯: ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି।ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଛଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି।ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି Continue Reading
Top Stories
BY SASMITA SAI Bhubaneswar,SEPT 11 : Inaugurating the ‘one week, one lab’ programme Dr. Ramanuj Narayan Director, CSIR-IMMT, said, “The aim of this program is to create awareness about the available technologies, in the areas of Minerals, Materials and Environmental Sustainability, and services present at CSIR-IMMT among potential stakeholders. These technologies help in Continue Reading
Odisha News
ଭୁବନେଶ୍ୱର,୯/୯: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ ଅଣାଯାଇଛି।ଦୁଇଟି ହୁଲକ୍ ଗିବନ, ଦୁଇଟି ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ୍ ଓ ଗୋଟିଏ ହିମାଳୟାନ କଳାଭାଲୁ ଆଇଜୋଲ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ଆସିଛି। ଦୁଇଟି ବାଘ ବଦଳରେ ଏମାନଙ୍କୁ ଅଣାଯାଇଛି।ନନ୍ଦନକାନନରେ ଥିବା ପ୍ରଜାତିଙ୍କ ମଧ୍ୟରେ ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ୍ ନୂଆ ପ୍ରଜାତି ଅଟେ। ଏହି ପ୍ରଜାତି ଆସିବା Continue Reading
Odisha News
ଭୁବନେଶ୍ବର,୮/୯: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ।ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ Continue Reading
Odisha News
ଭୁବନେଶ୍ୱର,୮/୯: ଗଣମାଧ୍ୟମରେ ବୟାନ ସହ କାରଣ ଦର୍ଶାଅ ନୋଟିସର ଜବାବ ନ ଦେବା ଯୋଗୁଁ ଆଜି କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଆଜି ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ମନ୍ମଥଙ୍କୁ ନିଲମ୍ବନ କରିଛି ।ଶୃଙ୍ଖଳା କମିଟି ପକ୍ଷରୁ କୁହାଯାଇଛି ଯେ ମନ୍ମଥ ଦଳର ସଦସ୍ୟ ଥାଇ ବି ନଥିବା ଭଳି ମନ୍ତବ୍ୟ ଦେଇଥିଲେ, ତାଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ସତ୍ତ୍ୱେ ସେ ଏହାର […]Continue Reading