ଭୁବନେଶ୍ୱର,୨୩/୯: ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ( ପିଷ୍ଟା)କୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ମହାରଣା ସୂଚନା ଦେଇଛନ୍ତି।ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହିତ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ। ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ।ଆସନ୍ତା ୨୬ ତାରିଖରେ Continue Reading
ଭୁବନେଶ୍ୱର,୨୨/୯: ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ଲାଗିଛି ଅଦାଲତି ଝଟ୍କା। ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଛନ୍ତି କଟକର ପରିବାର ଅଦାଲତ ବା ଫ୍ୟାମିଲି କୋର୍ଟ।ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା Continue Reading
ଭୁବନେଶ୍ୱର,୨୨/୯ : ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି।ଆଇଏମଡି ଡିଜି ଆହୁରି କହିଛନ୍ତି, ବଙ୍ଗୋପସାଗରରେ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଲଘୁଚାପ ସୃଷ୍ଟି ହୋଇପାରୋ।ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କ୍ରମେ Continue Reading
ଭୁବନେଶ୍ୱର,୨୨/୯: ଓଡ଼ିଶାକୁ ପୁଣି ବାତ୍ୟା ଭୟ। ଆସିବ କି ଆଉ ଏକ ବାତ୍ୟା ? ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ଆକଳନ ପରେ ଏଭଳି କିଛି ଆଶଙ୍କା ବଢ଼ିଛି। ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା ରହିଛି।ସେପ୍ଟେମ୍ବର ୨୮ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଓ ପରେ ବାତ୍ୟାର ରୂପ ନେଇପାରୋ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । […]Continue Reading
ଭୁବନେଶ୍ୱର,୨୨/୯ : ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ଋଣକ୍ଷେତ୍ର। ରାଜ୍ୟରେ ଶାସନ ବ୍ୟବସ୍ଥାକୁ ନେଇ ବିଧାନସଭା ଘେରାଉ କରିଛି ମୋ ଦଳ। ‘ରାଜ୍ୟରେ 5t ସଚିବ ପାଣ୍ଡିଆନଙ୍କ ଶାସନ ଚାଲିଛି।ଏଥିପାଇଁ ନେତା ଓ ମନ୍ତ୍ରୀମାନେ ବିଧାନସଭା ନଯାଇ ଘରେ ଶୁଅନ୍ତୁ। ପାଣ୍ଡିଆନ ବିଧାନସଭା ଚଳାନ୍ତୁ।’ ଏପରି ନାରା ଦେଇ ବିକ୍ଷୋଭ କରିଛନ୍ତି ମୋ ଦଳର କର୍ମୀ।ମୋ ଦଳର ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ କର୍ମୀମାନେ ବିଧାନସଭା ଭିତରକୁ Continue Reading
ଭୁବନେଶ୍ବର,୨୨/୯: ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ। ନିର୍ଦ୍ବନ୍ଦ୍ବରେ ସେ ନିର୍ବାଚିତ ହୋଇଛନ୍ତି। ଏନେଇ ଗୃହରେ ଉପ ବାଚସ୍ପତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।ତାପରେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରମିଳା ମଲ୍ଲିକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ Continue Reading
ଭୁବନେଶ୍ବର,୨୧/୯: ପୁଣି ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟ।।ନୁଷ୍ଠାନ।ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି।ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Continue Reading
ଭୁବନେଶ୍ଵର,୨୦/୯: ଆଜି ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର କାଳିଆ ସହାୟତା ପାଇଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସହାୟତା ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ଦିଆଯାଇଛି।ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ୨୦୦୦ ଟଙ୍କା ଦିଆ ଯାଇଛି। ଏଥିରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଥିବା ବେଳେ ୬୮ ହଜାର […]Continue Reading
ଭୁବନେଶ୍ୱର,୨୦/୯: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି ଜ୍ଝ ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ ।୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯.୩୦ରେ ନିର୍ବାଚନ ହେବ। ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହିଦିନ ସକାଳ ୯ଟା ୩୦ରେ Continue Reading
ଭୁବନେଶ୍ୱର,୨୦/୯ : ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ଏଥିମଧ୍ୟରୁ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ କମଳା ଚେତାବନୀ ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୧୮ଟି ଜିଲ୍ଲାରେ ପ୍ରବଳ Continue Reading




