ଭବାନୀପାଟଣା,୩/୧: ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଓ କାର୍ ମଧ୍ୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଂଚେର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ରେ ଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୨ ମହିଳା ଗୁରୁତର ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରେ ସୁରକ୍ଷିତ ଥିବା ଜଣାଯାଇଛି।‘ଦିଲଖୁସ୍’ ନାମକ ଘରୋଇ ବସ୍ ଗତକାଲି Continue Reading

ଭବାନୀପାଟଣା ,୨୮/୧୨: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର, ଇରିଗେସନ କଲୋନୀରେ ଥିବା ଘର, ମାରୱାଡିପଡାରେ ଥିବା ଭଡ଼ା ଘର ଓ ଭବାନୀପାଟଣାସ୍ଥିତ ଅଫିସରେ ଏକ ସଙ୍ଗେ ଚଢାଉ କରାଯାଇଛି। ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ Continue Reading

ଭବାନୀପାଟଣା,୨୧/୧୨: ଭିଜିଲାନ୍ସ ଜାଲରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, କେସିଙ୍ଗା ସହରର ଓମ୍ ନଗରରେ ଅବସ୍ଥିତ ଶ୍ରୀ ମାଝୀଙ୍କ ତିନି ମହଲା ଘର, କେସିଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀରେ ଥିବା ବାସଭବନ, କେଗାଁରେ Continue Reading
ଭବାନୀପାଟଣା,୪/୧୨: କଳାହାଣ୍ଡି ଜିଲ୍ଲା କର୍ଲାପଡା ରାସ୍ତାର ପାଷ୍ଟିପଡା ନିକଟରେ ଆଜି ସକାଳେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିଛି। ଟ୍ୟାଙ୍କରରୁ ପ୍ରଚୁର ଗ୍ୟାସ ନିର୍ଗତ ହେଉଥିବାରୁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଛି।ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥ ୧୬କୁ ଦୁଇ ପାର୍ଶ୍ୱରୁ ସିଲ୍ କରି ଦିଆଯାଇଛି। ଉଭୟ ପାର୍ଶ୍ୱରେ ଗାଡ଼ିଚଳାଚଳ ବନ୍ଦ ରହିଛି। ଏହି ଅଞ୍ଚଳରେ ଥିବା ବସ୍ତି ଓ ପଡ଼ା ଗୁଡ଼ିକରେ ଲାଇନ୍ କାଟି ଦିଆଯାଇଛି। ଗ୍ୟାସ ବା ଚୁଲିରେ ନିଆଁ ଲାଗାଇ Continue Reading

ଭବାନୀପାଟଣା, ୧୩/୯: ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଦକ୍ଷିଣ ବନଖଣ୍ଡ ଶଗଡ଼ା ରେଞ୍ଜର ଫରେଷ୍ଟର ଯୋଗେନ୍ଦ୍ର ମାଝି। ତାଙ୍କ ଗାଡ଼ିରୁ ୨ ଲକ୍ଷ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ଟିମ୍ ତାଙ୍କୁ ପଚରାଉଚରା କରୁଛି।ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ୨ ଲକ୍ଷ ଟଙ୍କା ନେଇ ବାଇକ୍ରେ ଘରକୁ ଫେରୁଥିଲେ। ଫରେଷ୍ଟର ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଟିମ୍ କୌଣସି ସୂତ୍ରରୁ ଖବର ପାଇଥିଲା। ଭବାନୀପାଟଣା ଇରିଗଗ୍ରେସନ କଲୋନୀ ଛକଠାରେ Continue Reading
ଭବାନୀପାଟଣା,୨୪/୭: କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।ଭବାନୀପାଟଣା ଇରିଗେସନ କଲୋନୀ ସ୍ଥିତ ନିଜ ବାସଭବନ ଥିବା ବେଳେ ସେ ଆଜି ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। Continue Reading