Home Posts tagged baragarh (Page 2)
Odisha News
ବରଗଡ଼,୧/୧୦: ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ। ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଛନ୍ତି ।ଏଣେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମେ ବୁର୍ଲା ଭିମସାରର ଏକ ଟିମ୍ ଆସି […]Continue Reading
Odisha News
ବରଗଡ଼,୧୩/୯: ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସ୍କ୍ରବ ଟାଇଫ୍ସ ସଂକ୍ରମଣ । ଜୀବନ ନେଉଛି ସ୍କ୍ରବ ଟାଇଫ୍ସ । ବରଗଡ଼ରେ ସ୍କ୍ରବ ଟାଇଫସ୍ କୀଟ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।ଏ ନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବରଗଡ଼ର ଅତାବିରା, ଭେଡେନ, ବରପାଲିରୁ ଜଣେ ଲେଖାଏ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ସୋହେଲା ବ୍ଳକର ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଆହୁରି ୪ ଆକ୍ରାନ୍ତ […]Continue Reading
Odisha News
ବରଗଡ଼,୧୧/୯: ମାତ୍ର ୫ ଦିନରେ ସବୁକିଛି ଓଲଟପାଲଟ ହୋଇଗଲା। ଦେଖୁଦେଖୁ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର । ନିରବୀ ଗଲେ ପରିବାରର ସମସ୍ତ ସଦସ୍ୟ । ଜଣକ ପରେ ଜଣେ କରି ଏକ ପରିବାରର ୪ ସଦସ୍ୟ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ରୋଗଗ୍ରସ୍ତ ଘରର ମୁଖିଆଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ପରିବାରର ୩ ସଦସ୍ୟ ବିଷ ପିଇ ଦେଇଥିଲେ ।ଗତକାଲି ବିଷର ଜ୍ୱାଳା ସହି ନ ପାରି ପୁଅଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି […]Continue Reading
Odisha News
ବରଗଡ଼,୧୦/୯: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ।ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ ମୃତ୍ୟୁ ପରେ ମା’ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ମାଷ୍ଟର୍ପଡ଼ାରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ବଂଶୀଧର ସାହୁ ଓ ସୁବର୍ଣ୍ଣ ମହାଜନ।ସୂଚନା Continue Reading
Odisha News
ବରଗଡ଼,୨୬/୮ : ବରଗଡ଼ ପୁଲିସ୍ ୮,୩୮୦ ବୋତଲ କଫ ସିରଫ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ବରଗଡ଼ ଏସ୍ପି ପ୍ରହ୍ଲାଦ ସହାୟ ମୀନା ଏହି ସୂଚନା ଦେଇଛନ୍ତି।ଗିରଫ ୩ ଅଭିଯୁକ୍ତ ହେଉଛନ୍ତି, କଟକ ଜିଲ୍ଲା ଚୌଦ୍ୱାର ଥାନା ଚାରବାଟିଆର ସିଦ୍ଧାନ୍ତ କୁମାର ନାୟକ, କଟକ ସହରର ପୂର୍ଣ୍ଣଚନ୍ଦ୍ର ବେହେରା ଓ ବରଗଡ଼ର ଗଙ୍ଗାଧର ନଗରର ଲକ୍ଷ୍ମୀଧର ବେହେରା।ଏସ୍ପିଙ୍କ ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ […]Continue Reading
Odisha News
ବରଗଡ଼,୨୨/୫: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି । ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି ।ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ ଗାଇସିଲଟ ଥାନା, ଗାଇସିଲଟରେ ଥିବା ଘର, ସମ୍ବଲପୁରରେ ଥିବା ଘର ଓ ଅତାବିରା ଟାଙ୍ଗରପାଲିରେ ଥିବା ଘରେ ଚଢ଼ାଉ କରାଯାଇଛି । ସମ୍ବଲପୁର, ବରଗଡ଼ ଓ ସୋନପୁରର […]Continue Reading
Odisha News
ବରଗଡ,୬/୫ : ଶୌଚାଳୟରେ ଜନ୍ମ ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ମୁଖ୍ୟ ଚିକିତ୍ସାଳୟରେ। ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି।କକରାଝୁରୀ ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ମହିଳା ସନ୍ତୋସିନୀ ମିର୍ଧାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଗତକାଲି ବିଳମ୍ବିତ ରାତିରେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ସକାଳେ ସନ୍ତୋସିନୀଙ୍କୁ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଶୌଚ ସମୟରେ Continue Reading
Odisha News
ସୁରେଶ କୁମାର ଦାଶଙ୍କ ରିପୋର୍ଟବରଗଡ଼,୬/୫ : ରାଜ୍ୟରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାର ଠିକା ମହିଳା ସୁପରଭାଇଜର ମାନଙ୍କୁ ସ୍ଥାୟୀ କରିବା ନିମନ୍ତେ ଗତ ୩୦/୦୪/୨୦୨୩ ରବିବାର ଦିନ ଶ୍ରୀମତୀ ବାସନ୍ତୀ ଦାଶ, ବରଗଡ଼ ର ସୁପରଭାଇଜରଙ୍କ ସଭାପତିତ୍ବରେ ବୁଳନ ଭାଇ ସେବା ଭବନ, ଭୁବନେଶ୍ୱର ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସମସ୍ତ ଜିଲ୍ଲାର ଆବହାକମାନେ ଉପସ୍ଥିତ ରହି ଚାକିରୀ କିପରି ସ୍ଥାୟୀ ହେବ ତା ଉପରେ […]Continue Reading
Odisha News
ଝାରସୁଗୁଡ଼ା/ବରଗଡ଼,୩/୫: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍ବିତଣ୍ଡା Continue Reading
Odisha News
ବରଗଡ଼,୨୭/୪:ବରଗଡ଼ ଜିଲାରେ ଧରାପଡ଼ିଥିବା ନକଲି ଔଷଧ କାରବାରର ଚେର ଉତ୍ତରପ୍ରଦେଶକୁ ଲମ୍ବିଛି। ଏହା ଜଣାପଡ଼ିବା ପରେ ପୋଲିସ ଟିମ୍ ସେଠାକୁ ପହଞ୍ଚି ୫ ଅଭିଯୁକ୍ତଙ୍କୁ ବରଗଡ଼କୁ ଆଣିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବାରଣାସୀ ଜିଲା ଭେଲୁପୁର ଥାନା ବାଦିଗାଇବିର ଶୁଭମ୍ ଜୟସ୍ବାଲ, ସାରନାଥ ଜିଲା ଚକବିହିର ରିତେଶ କୁମାର ଜୟସ୍ବାଲ, ଜୈତପୁର ଥାନା ଦାରାନଗରର ଚନ୍ଦ୍ରଶେଖର ସିଂ, ଆଡମପୁର ଥାନା ପଟନଦରଓ୍ବାଜାର ଗୌରବ ଶର୍ମା ଏବଂ ଚୌକ ଥାନା ବଡ୍ଡିପ୍ୟାରୀ ନିବାସୀ Continue Reading
Seo wordpress plugin by www.seowizard.org.