ବାଲେଶ୍ୱର,୩/୬ : ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପିଛା ଛାଡ଼ୁନି ବିପଦ। ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କୁ ବାଲେଶ୍ୱରରୁ ନେଇ ଯାଉଥିବା ଗୋଟିଏ ବସ୍ ବେଙ୍ଗଲର ମେଦିନିପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ବସ୍ ଯୋଗେ ଆଜି ଟ୍ରେନ ଟ୍ରାଜେଡିରେ ଆହତ ଲୋକଙ୍କୁ ବେଙ୍ଗଲ ପଠା ଯାଇଥିଲା। ତେବେ ମେଦିନିପୁର ସ୍ଥିତ ଜାତୀୟ ରାଜପଥରେ ବସ୍ ସହ ଗୋଟିଏ ପିକ ଅପ୍ ଭ୍ୟାନ୍ର Continue Reading
ବାଲେଶ୍ୱର,୩/୬ : ବାଲେଶ୍ୱର ଟ୍ରେନ ଟ୍ରାଜେଡିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା ବେଳେ ୨୪ ଘଣ୍ଟା ନ ପୁରୁଣୁ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି। ମିଳିତ ତଦନ୍ତକାରୀ ଟିମ ତା’ର ପ୍ରାଥମିକ ରିପୋର୍ଟରେ ସିଗ୍ନାଲ ଫେଲ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା କହିଛି।ରିପୋର୍ଟରେ କୁହାଯାଇଛି ଯେ ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା। ତେବେ ହଠାତ୍ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ Continue Reading
ବାହାନଗା/ବାଲେଶ୍ବର,୩/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ Continue Reading
ବାଲେଶ୍ୱର, ୩/୬: ଗତକାଲି ରାତିରେ ବାଲେଶ୍ୱରର ବାହାନଗା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ। ଏଥିସହ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଦାବି କରିଛନ୍ତି।ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କ’ଣ Continue Reading
ବାଲେଶ୍ୱର,୩/୬ : ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଲାଣି। ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ । ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ ଏପରି କହିଛନ୍ତି।ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୪ ଘଣ୍ଟା Continue Reading
ନୀଳଗିରି,୨୯/୫: ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା ବାପା।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରିରେ। ଶ୍ବଶୁର ଘରେ ବାପା ପଶି ବିଷ ଇଞ୍ଜେକସନ ଦେଇଥିଲା। ଫଳରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ହୋଇଥିଲା।ପରିବାର ଲୋକ ନିକଟ ଡାକ୍ତରଖାନାରେ ଶିଶୁକନ୍ୟାକୁ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।Continue Reading
କରଞ୍ଜିଆ,୨୯/୫: ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି କଟକ ଭିଜିଲାନ୍ସ ଟିମ୍। ତାଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ Continue Reading
ବାଲେଶ୍ଵର,୨୫/୫: ଜନ୍ମକଲା ଝିଅକୁ ହତ୍ୟା ଅଭିଯୋଗରେ ମାଆ ସହ ଦ୍ଵିତୀୟ ସ୍ବାମୀକୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ। ଏହି ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜଜ୍ ବିଶ୍ୱଜିତ୍ ଦାସ। ଦୋଷୀ ସାବ୍ୟସ୍ତ ହୋଇଥିବା ବେବି ବିୱି ସହ ଏସ୍ କେ ଅବଦୁଲ ରହିମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।ବେବି ବିୱି ନିଜ ଦ୍ଵିତୀୟ ସ୍ବାମୀ ସହ ମିଶି ପ୍ରଥମ ସ୍ବାମୀର […]Continue Reading
ନୀଳଗିରି,୨୩/୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଂଚାୟତ ଚଲଣାପାଳ ଗାଁରେ ଘଟିଛି ଅଘଟଣ। ଗାଁ ନିକଟରେ ସ୍ୱର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ପରିତ୍ୟକ୍ତ ଖାଦାନରେ ଜମିଥିବା ପାଣିରେ ବୁଡ଼ି ଅଢେଇ ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ମୃତକ ହେଲେ ତପନ ସିଂଙ୍କର ଅଢେଇ ବର୍ଷର ପୁଅ ଅମିତ ସିଂ।ସୂଚନାଯୋଗ୍ୟ, ଗାଁ ରାସ୍ତାଟି ଖାଦାନକୁ ଲାଗିଥିବା ବେଳେ ଶିଶୁଟି ଖେଳୁଥିବା ବେଳେ ଅସାବଧାନତା କାରଣରୁ ଖାଦାନରେ ଖସି ପଡ଼ିଥିଲା। ଫଳରେ ତାଙ୍କୁ Continue Reading
ବାଲେଶ୍ବର,୩/୫: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କିତିରା ଛକରେ ଗୋରୁ ବୋଝେଇ ଏକ ପିକଅପ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ପିକଅପଟି ବେଆଇନ ଭାବେ ଗୋରୁ ବୋଝେଇ କରି ନେଇ ଯାଉଥିଲା। ପିକଅପରେ ୮ଟି ଗୋରୁ ଥିବା ବେଳେ ଗାଡ଼ିଟି ଓଲଟି ପଡିବାରୁ ୪ଟି ଗୋରୁଙ୍କର ମୃତ ହୋଇଯାଇଛି। ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।ବାଙ୍କିତିରା ଛକରେ ଗୋରୁ ବୋଝେଇ ପିକଅପ ଗାଡିଟି ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡ଼ିଥିଲା। Continue Reading




