Home Posts tagged balasore district (Page 3)
Top Stories
ଯାଜପୁର /ବାଲେଶ୍ୱର / ଭୋଗରାଇ, ୨୭/୭: ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଶନିବାର ଜଳସ୍ତର ହୁ ହୁ ହୋଇ ବଢ଼ିଚାଲିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଟପିଛି। ଏଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ଶନିବାର ରାତି ସାଢ଼େ ୮ଟା ସୁଦ୍ଧା ଜଳସ୍ତର ୧୮.୮୬ ମିଟର ଛୁଇଁଛି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ୍‌ର ୧୦୦ ମିଟର ତଳକୁ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୨୭/୭ : ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ୍‌)ର ବାଲେଶ୍ୱରରେ ଥିବା ମିଟର ପରୀକ୍ଷଣ ଲ୍ୟାବକୁ ସମ୍ମାନଜନକ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଅଫ୍ ଟେଷ୍ଟିଂ ଆଣ୍ଡ୍ କାଲିବ୍ରେସନ୍ ଲାବୋରେଟୋରିଜ୍ (ଏନ୍‌ଏବିଏଲ୍‌) ମାନ୍ୟତା ପ୍ରଦାନ କରାଯାଇଛି।ଏନଏବିଏଲର ଏହି ମାନ୍ୟତା ହେଉଛି ଲ୍ୟାବର ବୈଷୟିକ ଦକ୍ଷତା, ଆନ୍ତର୍ଜାତିକ ମାନ ପୂରଣ କରିବା ଏବଂ ସଠିକ୍ ଓ ଭରସାଯୋଗ୍ୟ ପରୀକ୍ଷଣ ଫଳାଫଳ ପ୍ରଦାନ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୨୧/୭ : ପୂରଣ ହେଲା ସାଧାରଣ ଲୋକଙ୍କ ଦାବି। ଦୂର ହେଲା ଲୋ-ଭୋଲ୍ଟେଜ ସମସ୍ୟା। ଲୋକଙ୍କ ପାଇଁ ଲୋ-ଭୋଲ୍ଟେଜ ଏକ ଗୁରୁତର ସମସ୍ୟା ଦୀର୍ଘ ଦିନ ହେଲା ରହି ଆସିଥିବାବେଳେ ଏହାର ସ୍ଥାୟୀ ସମାଧାନ କରିଛି ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଯୌଥ ଉଦ୍ୟାଗଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)।ଟିପିଏନଓଡିଏଲ ପକ୍ଷରୁ ଲୋ-ଭୋଲ୍ଟେଜ ସମସ୍ୟା ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ Continue Reading
Odisha News
ବାଲେଶ୍ୱର, ୧୯/୭: ଭାରସାମ୍ୟ ହରାଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌। ତେବେ ଏହି ଦୁର୍ଘଟଣା ଫଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତ ଉଦ୍ଧାର କରାଯାଇ ବାଲେଶ୍ବର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍‌ଏଚ୍‌-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଏପରି ଦୁର୍ଘଟଣା ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ଏକ Continue Reading
Odisha News
ବାଲେଶ୍ବର , ୧୬/୭: ଫକୀର ମୋହନ କଲେଜ୍‌ର ପୀଡ଼ିତାଙ୍କ ମୃତ୍ୟୁ ପରେ ତ‌ାଙ୍କ ଦୁଆର ଆଗରେ ଜମିଛି ମାଳ ମାଳ ଲୋକଙ୍କ ଭିଡ଼। ସବୁ ତକ ସମବେଦନା ମୃତ ଲୋକ ପାଇଁ। ହେଲେ ଜୀବତ ଲୋକଟିକୁ ବି ଟିକେ ପଚାରନ୍ତୁ ସରକାର। ଆମେ କହୁଛୁ ବାଲେଶ୍ବର ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ନିଜ ଜୀବନକୁ ପାଣି ଛଡ଼ାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲା ଜ୍ୟୋତିଙ୍କ ବିଷୟରେ।ପୀଡ଼ିତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ଜ୍ୟୋତିପ୍ରକାଶ ବିଶ୍ବାଳ ଏବେ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୫/୭ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ପକ୍ଷରୁ ମୌସୁମୀ ବର୍ଷା ପ୍ରସ୍ତୁତି ଅଭିଯାନର ପଦକ୍ଷେପ ସ୍ୱରୂପ ବିଭିନ୍ନ ବୈଦ୍ୟୁତିକ ସୁରକ୍ଷା ପଦକ୍ଷେପ ପ୍ରତି ଗୁରୁତ୍ଵ ଦିଆଯାଇଛି।ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନ୍ଓଡିଏଲ୍ ଲକ୍ଷ୍ୟ ରଖିଥିବା ବେଳେ ଉପଭୋକ୍ତା, କର୍ମଚାରୀଙ୍କ Continue Reading
Odisha News
ବାଲେଶ୍ଵର, ୧୫/୭ : ଦୀର୍ଘ ୩ ଦିନ ଧରି ଲଢେଇ କରି ଶେଷରେ ଜୀବନ ହାରିଛନ୍ତି ଫକୀର ମୋହନ କଲେଜ୍ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିବା ସୌମ୍ୟାଶ୍ରୀ ବିଶି । ଗତକାଲି ବିଳମ୍ବିତ ରାତିରେ ସେ ଆଖି ବୁଜିଥିବା ବେଳେ ଆଜି ତାଙ୍କ ପୈତୃକ ଗାଁ ଭୋଗରାଇ ପଳାଶିଆ ଗାଁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ତେବେ ଏହି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଶୋକସନ୍ତପ୍ତ ପରିବାକୁ ସମବେଦନା ଜଣାଇବା ସହ […]Continue Reading
Odisha News
ବାଲେଶ୍ୱର, ୧୪/୭ : ଫକୀର ମୋହନ ମହାବିଦ୍ୟାଳୟର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଛନ୍ତି । ସହଦେବ ଖୁଣ୍ଟା ଥାନା ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରିଛି । ଏ ନେଇ ବାଲେଶ୍ୱର ପୋଲିସ ଅଧିକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧ୍ୟକଙ୍କୁ ନିଲମ୍ବିତ କରିଥିଲା । କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ମାମଲାରେ ପୂର୍ବରୁ ଏଜୁକେସନ ବିଭାଗର ମୁଖ୍ୟ ପ୍ରଫେସର ସମୀର ସାହୁ ଗିରଫ ହୋଇଛନ୍ତି ।କଲେଜରେ […]Continue Reading
Odisha News
ବାଲେଶ୍ଵର, ୧୨/୭ : ସାମ୍ନାକୁ ଆସିଲେ ଅଧ୍ୟାପକ। ଟାଣିଟାଣି ନେଲା ପୋଲିସ। ବାଲେଶ୍ବର ଏଫଏମ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ ରହିଛନ୍ତି। ଶିକ୍ଷା ବିଭାଗର ମୁଖ୍ୟ ସମୀର ସାହୁ ଥାନାରେ ଅଟକ ହୋଇଛନ୍ତି। ସହଦେବଖୁଣ୍ଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ Continue Reading
Odisha News
ବାଲେଶ୍ବର, ୧୨/୭ : ଫକୀର ମୋହନ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଧାରଣା ଦେଇ ଏପରି କାଣ୍ଡ ଭିଆଇଛନ୍ତି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।ଗୁରୁତର ଥିବା […]Continue Reading