ବଲାଙ୍ଗୀର, ୨୪/୧୧ : ପୁଣି ତେଜିଛି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି। ଗୁରୁବାର ସକାଳୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି।ସେହିପରି ଏହି ବନ୍ଦ ଡାକରାକୁ ସମର୍ଥନ କରି ବଲାଙ୍ଗୀର ଜିଲ୍ଲାର ସଇଁତଳା ଓ ଆଖପାଖ ଅଞ୍ଚଳରେ ବି ବନ୍ଦ ପାଳନ କରାଯାଉଥିବାର ଖବର ମିଳିଛି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯିବ। ଏଥିଲାଗି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। Continue Reading

ବଲାଙ୍ଗିର,୧୮/୧୧: ଭିଜିଲାନ୍ସ ଜାଲରେ ପଡ଼ିଗଲେ ସେକ୍ସନ ଅଫିସର। ଜମି ମ୍ୟୁଟେସନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଲପଡା ତହସିଲ ଅଫିସର ସେକ୍ସନ ଅଫିସର ଯୁଗଳ ରାଉତଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।ଗ୍ଦ ଭଚ୍ଚଅର୍ଜୁନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଜମି ମ୍ୟୁଟେସନ କରିବାର ଥିଲା। ଏଥିପାଇଁ ସେ ଯୁଗଳଙ୍କ ପାଖକୁ ଯାଇଥିଲେ। ଜମି ମ୍ୟୁଟେସନ ପାଇଁ ଯୁଗଳ ଅର୍ଜୁନଙ୍କୁ ୧୫ ହଜାର ଟଙ୍କା Continue Reading
By Mahendra Darje ବଲାଙ୍ଗୀର, ୧୫/୧୧: ବଲାଙ୍ଗୀର ପୌର ପରିଷଦ ନୂତନ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲାପରେ ବଲାଙ୍ଗୀର ବାସୀ ଆଶା କରୁଥିଲେ ବଲାଙ୍ଗୀର ପରିସ୍ଥିତି ରେ କିଛିଟା ସୁଧାର ଆସିବ । କିନ୍ତୁ ଆଶା ଆଶା ରେ ହିଁ ରହିଗଲା । ପ୍ରତିଶୃତି ର ପାହାଡ ଦେଖାଇ ଦେଇ ସାଧାରଣ ଜନତା ଙ୍କୁ ଭକୁଆ ବନେଇ ଚାଲିଲେ ସେହି ଗତାନୁ ଗତିକ ଶାସନ ।ବଲାଙ୍ଗୀର ସହରରେ ଡ୍ରେନେଜ୍ ବ୍ୟବସ୍ଥା ସୁଧୁରିବା ବଦଳରେ ଆହୁରି ଅସଜଡା ହେଲାଣି […]Continue Reading

ବଲାଙ୍ଗିର,୧୩/୧୧: ନାଗକୁ ନିର୍ଯାତନା ଦେଇ ଗିରଫ ହେଲେ ସାପଧରାଳି । ଗିରଫ ସାପଧରାଳି ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର।ଶନିବାର ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସଦସ୍ୟ।ଏହା ପରେ ବିଭିନ୍ନ ସ୍ଥାନରେ Continue Reading
ବଲାଙ୍ଗୀର,୬/୧୧: ବଲାଙ୍ଗୀର ରେଳ ଷ୍ଟେସନ ନିକଟ ଖୁଜେନପାଲି ଫାଟକ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୃତଦେହ ଠାବ ହୋଇଛି। ତାଙ୍କର ମୁଣ୍ଡ କଟି ଯାଇଥିବାର ଦେଖିବାକୁ ମିଳିଛି।ଫାଟକ ରେଳ ଧାରଣା ନିକଟରେ ଏକ ସ୍ୱିଫ୍ଟ ଡିଜେଆର କାର୍ ରହିଛି। ସେହି କାରଟି ଉକ୍ତ ଯୁବତୀଙ୍କର ବୋଲି ସୂଚନା ମିଳିଛି। ଏହି ଘଟଣାଟି ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେଥିନେଇ ଚର୍ଚ୍ଚା ଚାଲିଛି।ମୃତ Continue Reading
ବଲାଙ୍ଗୀର, ୨୦/୧୦: ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ବଲାଙ୍ଗୀର ୧୨ ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗୀର ଏକ୍ସନ କମିଟି ଓ ଜିଲ୍ଳା ଓକିଲ ସଙ୍ଘର ବନ୍ଦ ଡାକରାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ତେବେ ପାଟଣା ରାଜ୍ୟ ଥିବା ସମୟରେ ବଲାଙ୍ଗୀର ଠାରେ ହାଇକୋର୍ଟର ଏକ ବେଞ୍ଚ କାମ କରୁଥିଲା ।ତେବେ ଇତିହାସରେ ଅଛି ବଲାଙ୍ଗୀରରେ ହାଇକୋର୍ଟ ଥିବା କଥା ତ ବଲାଙ୍ଗୀର […]Continue Reading
ଦେଓଗାଁ,୧୪/୧୦: ମଦ୍ୟପାନ କରି ବିଦ୍ୟାଳୟ ପରିସରରେ ଆସର ଜମାଇବା ଦୁଇ ଜଣ ପ୍ରଧାନଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ବଲାଙ୍ଗୀର ଜିଲ୍ଲା ମାଟୁପାଲି ସ୍କୁଲର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ଡୁମେରପିଟା ସ୍କୁଲର ପ୍ରଧାନଶିକ୍ଷକ ସଂଜିତ ଦୋରା ନିଲମ୍ବିତ ହୋଇଛନ୍ତି। ଉଭୟ ଶ୍ରୀ ବିଶି ଓ ଶ୍ରୀ ଦୋରାଙ୍କୁ ଦେଓଗାଁ ବିଇଓ ଗୋବର୍ଦ୍ଧନ ଭୋଇ ନିଲମ୍ବନ କରିଛନ୍ତି।ଦୁଇ ଜଣ ପ୍ରଧାନଶିକ୍ଷକ ମିଶି ବିଦ୍ୟାଳୟର କୋଠରି ଭିତରେ ନିଶା ସେବନ କରୁଥିଲେ। ଏହି ସମୟର ଦୃଶ୍ୟକୁ ଗାଁ Continue Reading
ସୋନପୁର, ୧୨/୭ : ସୋନପୁର ବଡ଼ବାହାଲି ଛକ ଦୁର୍ଘଟଣା ପାଇଁ ମାରୁତି ଏର୍ଟିଗା ଦାୟୀ । ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି ।ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ହେଉଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ତେବେ ଗାଡ଼ିରେ ସ୍ନିଗ୍ଧାରାଣୀ ଥିବା ବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ । ଦୁର୍ଘଟଣା ପରେ ଉଭୟେ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ଏସ୍ପି ଅମରେଶ ପଣ୍ଡା ।ସେପଟେ ସୋନପୁର-ବଲାଙ୍ଗିର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ Continue Reading
ବଲାଙ୍ଗିର,୫/୭: ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଭୂତିଆରବାହାଲ ଗାଁରେ।ଆହତ ଶ୍ରମିକମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆହତ ୩ ଜଣ ଶ୍ରମିକଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।ମଙ୍ଗଳବାର ସକାଳେ ଭୂତିଆରବାହାଲ ଗାଁରେ ଥିବା ଏକ କ୍ରସରରେ Continue Reading
ବଲାଙ୍ଗିର,୪/୫: ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପଚା ଅଣ୍ଡା ଓ ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା […]Continue Reading