ସୁନ୍ଦରଗଡ଼,୨୨/୪ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜକେଇକଳା ଗାଁ ମୁଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ ବୋଲି ଜଣାଯାଇଛି।ମୁରଲୀ ଏକ ବୋଲେରୋରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇଥିଲେ। ସେଠାରୁ ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ। […]Continue Reading
ଭଣ୍ଡାରିପୋଖରୀ, ୧୪/୪: ଭଦ୍ରକ ଜିଲ୍ଲା ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଆଖୁଆପଦା ଯଶୋଟିକିରି ନିକଟରେ ରାଜପଥ ଡିଭାଇଡର ଉପରେ ଚଢ଼ିଗଲା କାର।ଏଥିରେ ୫ବର୍ଷର ଶିଶୁ କନ୍ୟା ସହିତ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ। ଗାଡ଼ିରେ ଥିବା ଅନ୍ୟ ୩ଜଣ ଗୁରୁତରଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି।ମଧ୍ୟପ୍ରଦେଶ ଅଞ୍ଚଳର ବାସିନ୍ଦା ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ Continue Reading
ବ୍ରହ୍ମପୁର, ୬/୪: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ଆଜି ଭୋରରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଦଣ୍ଡୁଆଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତାକଡ଼କୁ ଓଲଟି ପଡ଼ିବାର ୨ଜଣ ଦଣ୍ଡୁଆଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଦଣ୍ଡୁଆଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ ଓଲଟି ଦୁଇଜଣଙ୍କର Continue Reading

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୩/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ହନୁମାନ ମନ୍ଦିର ନିକଟରେ ବାଇକ୍ ଉପରେ ଚଢିଗଲା ହାଇଓ୍ବା କ୍ଷ ଏହି ହାଇଓ୍ବା ସାମ୍ନାରେ ଯାଉଥିବା ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ଶେଷଦେବ ନାୟକ(୨୮ ବର୍ଷ) ବୋଲି ଜଣାପଡିଛି। ସେ ଫୁଲବାଣୀ ସରକାରୀ ଆଇଟିଆଇ ନିକଟରେ ଘରଭଡା ନେଇ ରହୁଥିଲେ ଏବଂ ନିର୍ମାଣାଧୀନ ମେଡିକାଲ କଲେଜ କାମରେ Continue Reading
ଝାରସୁଗୁଡ଼ା, ୧୧/୨ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ଏକ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ […]Continue Reading
ଦଶପଲ୍ଲା, ୨୭/୧: ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ ଜ୍ଝ ଆଉ ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲା ହରିଶଙ୍କରକୁ ଯାଉଥିଲେ। ତେବେ ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ବସ୍ଟି ପିଟି ହୋଇଥିଲା।ଫଳରେ ଘଟଣାସ୍ଥଳରେ ୨ଜଣ ଏବଂ Continue Reading
ମୟୂରଭଞ୍ଜ,୨୪/୧ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ପୁଣି ଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର।ଲାଇଟ୍ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ଆଜି ସକାଳେ ଏକ ଟ୍ରକ୍ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି Continue Reading
କେନ୍ଦୁଝର, ୨୩/୧ : ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଛି ଏହି ଘଟଣା।ମୃତକ ଦ୍ୱୟ ହେଉଛନ୍ତି- ଚରଣ ଲୋହାର ଓ ଅର୍ଜୁନ ଲୋହାର। ସେମାନେ ଯୋଡ଼ାର ତଲକ ହଟିଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି।ଏକ ଠିକା କମ୍ପାନୀ ଦ୍ୱାରା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ Continue Reading
ଭୁବନେଶ୍ୱର,୨୩/୧: ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ମଙ୍ଗଳବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଙଝଜଞଉ ବସ୍କୁ ପଛରୁ ଏକ ଘରୋଇ ବସ୍କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି।ବସଟି ଯାତ୍ରୀଙ୍କୁ ଉଠାଇବା ପାଇଁ ସାଇଟ୍ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍ର ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।Continue Reading
ନୟାଗଡ଼,୨୧/୧ : ପାହାଡ଼ ଉପରେ ନିର୍ମାଣ କରାଯାଇଛି ଭବ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ସେହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ଟ୍ରାକ୍ଟରରେ ଯାଇଥିଲେ ଶ୍ରଦ୍ଧାଳୁ। ହେଲେ ପାହାଡ଼ ଉପରକୁ ଯାଇଥିବା ରାସ୍ତାରେ ଟ୍ରାକ୍ଟର ଡାଲା ଓଲଟି ପଡ଼ିଥିଲା।ଫଳରେ ୧୫ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ଛୋଟ ପିଲା। ଆଜି ଅପରାହ୍ନରେ ଏପରି ଭୟଙ୍କର ଦୁର୍ଘଟଣା ନୟାଗଡ଼ ଜିଲ୍ଲା ଫତେଗତ ପାହାଡ଼ରେ ଘଟିଛି।ଫତେଗଡ଼ ପାହାଡ଼ Continue Reading