Top Stories

ଗୋପୀନାଥ ଜୀଉଙ୍କ ୧୦୦ କୋଟି ଟଙ୍କା ସମ୍ପତ୍ତି ସୁରକ୍ଷା ପାଇଁ ଅଭିଯୋଗ ଫର୍ଦ୍ଦ ଦାଖଲକଲେ, ପୁରୁଣାସହର ବାସୀ

Petition filed for protection of Rs 100 crore property of Gopinathjew Temple

By Biswa Bhusan Mohapatra

Nayagarh, Oct. 9: ଓ଼ଲ୍ଡଟାଉନ ଗୋପୀନାଥ ମହାପ୍ରଭୁଙ୍କ ୧୦୦ କୋଟି ଟଙ୍କା ମୂଲ୍ୟବାନ ଭୁସମ୍ପତ୍ତି ର ସୁରକ୍ଷା ପାଇଁ ପୁରୁଣାସହର ବାସୀଙ୍କ ପକ୍ଷରୁ ଆଜି ଏକ ଅଭିଯୋଗ ଫର୍ଦ୍ଦ ନୟାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତଙ୍କୁ ରାଜୁ ହିନ୍ଦୁ ଦେବୋତ୍ତର ଅଯୁକ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ଏହି ଅଭିଯୋଗ ଫର୍ଦ୍ଦରେ ଗୋପୀନାଥ ଜୀଉଙ୍କ ଏ୯. ୪୮ ଡ଼ିସିମିଲ ଜମି ଉପରୁ ଜବରଦଖଲ ଉଛେଦ କରାଯାଉ ନାହିଁ ଏବଂ ଏହା ପଛରେ କି ରହସ୍ୟ ରହିଛି ବୋଲି ପୁରୁଣାସହର ବାସୀ ପ୍ରଶ୍ନ ଉଠାଯାଇଛି l

Gopinathjew Temple at Nayagarh

ଗୋପୀନାଥ ଜୀଉଙ୍କ ଏହି ମୂଲ୍ୟବାନ ଜମି ଯାହାକି କଲେଜ ସଂଲଗ୍ନ କାଜୁପଡିଆ ସମେତ ଅନ୍ୟାନ୍ୟ ଜମିକୁ  ନୟାଗଡ କଲେଜ ଠାରୁ ଜବରଦଖଲ ଉଛେଦ କରିବା ପାଇଁ ତତ୍କାଳୀନ ଉପ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ଦେବତା ଏବଂ ଦିଲ୍ଲୀପ କୁମାର ସାହୁ ହିନ୍ଦୁ ଦେବୋତ୍ତର ଅଯୁକ୍ତଙ୍କ ଅଦାଲତରେ ଦୁଇଟି ପୃଥକପୃଥକ ମାମଲା ଦାଏର କରିଥିଲେ ମାତ୍ର ମୋକଦ୍ଦମା ଶୁଣାଣିରେ ବହୁ ବିଳମ୍ବ ସତ୍ୱେ ଏବେ ଏହାର ଶୁଣାଣି କରାଯାଇ ଓଏ କେଶ ନଂ ୧୫୪/୨୦୧୬ ମତ୍ତେ ନୟାଗଡ କଲେଜ ଠାରୁ ଏହି ମୂଲ୍ୟବାନ ଜମି ଉପରୁ ବେଆଇନ ଦଖଲ ଉଛେଦ କରାଯାଇ ଗୋପୀନାଥ ଜୀଉଙ୍କ ସମ୍ପତ୍ତି ଭାବେ ନୟାଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀଙ୍କୁ ହସ୍ତାନ୍ତର କରିବା ପାଇଁ ହିନ୍ଦୁ ଦେବୋତ୍ତର ଅଯୁକ୍ତ ସାଧାରଣ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଗତ ୧୨ ଅଗଷ୍ଟ ରେ ଏକ ବିଜ୍ଞପ୍ତି ମନ୍ଦିର ବେଢାରେ ଲଟକା କରି ଆଗାମୀ ୨୬ ଅକ୍ଟୋବର ମଧ୍ୟରେ ଆପତ୍ତି ଅଭିଯୋଗ ଦାଖଲ ସମୟ ନିର୍ଘଣ୍ଟ କରିଥିଲେ l

ଏହି ଅଭିଯୋଗ ଫର୍ଦ୍ଦ ଦlଖଲ ପ୍ରତିନିଧି ଦଳରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଆଇନଜୀବି ରଣଜିତ ଦାଶ,ସ୍ମୃତି ରଞ୍ଜନ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର, ସୁଭାଶିଷ ପଟ୍ଟନାୟକ ଏବଂ କାହ୍ନା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l

Related Posts

Seo wordpress plugin by www.seowizard.org.