ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତାର ଅଭାବ ସ୍ୱାସ୍ଥ୍ୟ ପାଇଁ ଏକ ବଡ ବିପଦ

By Dr. Sujata Kar
ଋତୁସ୍ରାବ ହେଉଛି ମହିଳାଙ୍କ ଜୀବନରେ ଏକ ପ୍ରମୁଖ ଶାରୀରିକ ପରିବର୍ତ୍ତନ । ଋତୁସ୍ରାବ ସମୟରେ ସଠିକ୍ ଭାବରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ସମସ୍ତ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ ନାହିଁ ବରଂ ସେମାନଙ୍କ ଜୀବନର ସାମାଜିକ ଓ ମାନସିକ ଦିଗ ଉପରେ ମଧ୍ୟ ସମାନ ଭାବରେ ପ୍ରଭାବ ପକାଇଥାଏ । ଋତୁସ୍ରାବ ସମୟରେ ସ୍ୱଚ୍ଛତା ପରିଚାଳନା ଦ୍ୱାରା ମହିଳାମାନେ ଦୈନନ୍ଦିନ କାର୍ଯ୍ୟକଳାପରେ ସଂମ୍ପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ସକ୍ଷମ ହୋଇଥାନ୍ତି । ଏହି ସମୟରେ ସାନିଟାରୀ ପ୍ୟାଡ୍ ବଦଳରେ କପଡା କିମ୍ବା ଟିସୁ ପରି ଅପରିଷ୍କାର ସାମଗ୍ରୀର ବ୍ୟବହାର ଓ ଅଧିକ ସମୟ ପର୍ଯ୍ୟନ୍ତ ସମାନ ପ୍ୟାଡ୍କୁ ପିନ୍ଧିବାଭଳି ଖରାପ୍ ଅଭ୍ୟାସ ମହିଳାଙ୍କ ଯୋନି ସଂକ୍ରମଣର ଆଶଙ୍କାକୁ ବଢାଇଥାଏ । ତେଣୁ ମହିଳାମାନଙ୍କୁ ଋତୁସ୍ରାବର ସ୍ୱଚ୍ଛତା ଅଭ୍ୟାସ ବିଷୟରେ ଶିକ୍ଷା ଦେବା ସେମାନଙ୍କର ସାମଗ୍ରୀକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱାସ୍ଥ୍ୟଗତ ଜଟିଳତାକୁ ରୋକିବା ପାଇଁ ନିତ୍ୟାନ୍ତ ଜରୁରୀ ଅଟେ ।
ଭୁବନେଶ୍ୱର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁଜାତା କର ଏହି ବିଷୟରେ କହିଛନ୍ତି “ଋତୁସ୍ରାବ ସମୟରେ ସ୍ୱଚ୍ଛତା ଉପରେ ଧ୍ୟନ ନଦେବା ଦ୍ୱାରା ସାମାନ୍ୟ ଅସୁବିଧା ଠାରୁ ଆରମ୍ଭ କରି ଗମ୍ଭୀର ସଂକ୍ରମଣ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଋତୁସ୍ରାବରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ କେବଳ କିଶୋରୀ ଓ ମହିଳାଙ୍କୁ ନୁହେଁ ବରଂ କିଶୋର ଏବଂ ପୁରୁଷ ମାନଙ୍କୁ ମଧ୍ୟ ଅବଗତ ରହିବା ଆବଶ୍ୟକ । ଯଦି ସଠିକ୍ ସମୟରେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଏ ନାହିଁ ତେବେ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ବ୍ୟାକ୍ଟେରିଆ ଅଭିବୃଦ୍ଧିରୁ ରକ୍ଷା ପାଇବା ପାଇଁ ପ୍ରତି ୪ ରୁ ୬ ଘଣ୍ଟାରେ ସାନିଟାରୀ ପ୍ୟାଡ୍, ଟାମ୍ପନ୍ସ୍ ଏବଂ ମେନ୍ସ୍ଷ୍ଟ୍ରୁଆଲ୍ କପ୍ ବଦଳାଇବା ଆବଶ୍ୟକ” । ଏଥି ସହିତ ଡକ୍ଟର କର ଋତୁସ୍ରାବ ଜନିତ ଅନ୍ୟାନ୍ୟ ଜଟିଳତାର କାରଣ ଏବଂ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ରହି କିପରି ସ୍ୱଚ୍ଛତା ରକ୍ଷା କରିବାକୁ ପଡିବ ଏ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।
ଋତୁସ୍ରାବରେ ଅସ୍ୱଚ୍ଛତା ସହିତ ଜଡିତ ସ୍ୱାସ୍ଥ୍ୟଗତ ସମସ୍ୟା:
ଋତୁସ୍ରାବ ସମୟରେ ସ୍ୱଚ୍ଛ ନରହିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟରେ ସାନିଟାରୀ ନାପ୍କିନ୍କୁ ଲମ୍ବା ସମୟ ଧରି ପିନ୍ଧିବା ଦ୍ୱାରା ଜୀବାଣୁ ବଢିବାକୁ ଲାଗିଥାଏ ଯାହା, ୟୁରିନାରୀ ଟ୍ରାକ୍ ଇନ୍ଫେକ୍ସନ୍ (ୟୁଟିଆଇଏସ୍) ହେବାର ଆଶଙ୍କା ବଢାଇବା ସହ, ବ୍ଲାଡର ଏବଂ କିଡନୀ ଉପରେ ପ୍ରଭାବ ପକାଇଥାଏ । ଟାମ୍ପନ୍ସ୍ କିମ୍ବା ମେନ୍ସ୍ଷ୍ଟ୍ରୁଆଲ୍ କପ୍ ନବଦଳାଇବା ଦ୍ୱାରା ଜୀବାଣୁକୁୁ ପ୍ରଜନନ ଅଙ୍ଗକୁ ବ୍ୟାପିଥାଏ ଯାହା ପେଲଭିକ୍ ଇନ୍ଫ୍ଲାମୋଟୋରୀ(ପିଆଇଡି) ରୋଗ ସୃଷ୍ଟି କରେ । ଏହା ଯନ୍ତ୍ରଣା, ଜ୍ୱର ଏବଂ ବନ୍ଧ୍ୟାତ୍ୱର କାରଣ ମଧ୍ୟ ହୋଇପାରେ ।
ନନ୍୍ ବ୍ରିଥେବୁଲ୍ ପ୍ୟାଡ୍ର ବ୍ୟବାହାର ଓ ଯୋନିରେ ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥକୁ ଛାଟିବା ଦ୍ୱାରା ଯୋନିରେ ଆର୍ଦ୍ରତା ରହିଥାଏ ଯାହା ଫଙ୍ଗଲ୍ର ବୃଦ୍ଧିକୁ ବଢାଇବା ସହ ଇଷ୍ଟ୍ ଇନ୍ଫେକ୍ସନ୍ କରାଇଥାଏ । ପ୍ୟାଡ୍ କିମ୍ବା ଟାମ୍ପନ୍ସ୍୍ ନ ବଦଳାଇବା ଦ୍ୱାରା ମଧ୍ୟ ଯୋନୀଗତ ଜୀବାଣୁ ସନ୍ତୁଳନରେ ବାଧା ଦେଇଥାଏ, ଯାହା ବ୍ୟାକ୍ଟେରିଆ ଭାଜିନୋସିସ୍ ହେବାସହ କୁଣ୍ଡେଇ ହେବା, ଦାଗ, ଲାଲ୍ ପଡିଯିବା ଏବଂ ଦୁର୍ଗନ୍ଧ ହୋଇଥାଏ ।
ଋତୁସ୍ରାବ ସ୍ୱଚ୍ଛତା ସଚେତନତାକୁ ପ୍ରାଥମିକତା ଦେବାର କାରଣ:
ଋତୁସ୍ରାବ ସମୟରେ କିଶୋରୀମାନଙ୍କୁ ସାଧାରଣ ଜୀବନଯାପନରେ ବାରଣ କରିବା ଉଚିତ୍ ନୁହେଁ । ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ସଚେତନତା ଏବଂ ଶିକ୍ଷା ଦ୍ୱାରା କିଶୋରୀମାନଙ୍କୁ ଋତୁସ୍ରାବକୁ ଆତ୍ମବିଶ୍ୱାସର ସହ ପରିଚାଳନା କରିବା ଏବଂ ସେମାନଙ୍କ ପାଠପଢା ଜାରି ରଖିବା ପାଇଁ ସଶକ୍ତ କରିଥାଏ । ୮ ବର୍ଷରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିବା ଦ୍ୱାରା, ସେମାନଙ୍କୁ ଶାରିରୀକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରିବା ସହ ମନରୁ ଭୟ ଦୂର କରେ । ସଠିକ୍ ସ୍ୱଚ୍ଛତା ଅଭ୍ୟାସ ୟୁଟିଆଇଏସ୍ ପରି ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିଥାଏ । ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ଆଲୋଚନା କରିବା ସମୟରେ ଋତୁସ୍ରାବ ସଚେତନତା ବିଷୟରେ ବିସ୍ତୃତ ଭାବରେ କୁହନ୍ତୁ ଏବଂ ଅଧିକ ଜାଣିବାକୁ ସାହାଯ୍ୟ କରନ୍ତୁ ।
ଋତୁସ୍ରାବର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଟିପ୍ସ:
ଚା ବବଲ୍ ବାଥ୍, ଫେମିନାଇନ୍ ହାଇଜିନ୍ ପ୍ରଡକ୍ଟ, କିମ୍ବା ସୁଗନ୍ଧିତ ସାବୁନ୍୍୍ ଓ କ୍ରିମ୍ର ବ୍ୟବହାରକୁ କମ୍ କରନ୍ତୁ ।
ଚା ପ୍ରତ୍ୟେକ ଦିନ ଆପଣଙ୍କ ଯୋନିର ବହିର୍ଭାଗକୁ ପରିଷ୍କାର ପାଣିରେ ଧୁଅନ୍ତୁ କିନ୍ତୁ ଯୋନିରେ ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥକୁ ଛାଟିବା କାରଣ ଏହା ଆପଣଙ୍କ ଯୋନୀରେ ପ୍ରାକୃତିକ ଭାବରେ ଜୀବାଣୁର ସନ୍ତୁଳନକୁ ବାଧା ଦେଇଥାଏ ।
ଚା ଯୌନାଙ୍ଗକୁୁ ଅଧିକ ମାତ୍ରାରେ ଧୁଅନ୍ତୁ ନାହିଁ ।
ଚା ଶୌଚ କିମ୍ବା ପରିସ୍ରା କରିବା ପରେ ଆପଣଙ୍କ ଭଲ୍ଭା ଏରିଆକୁ ଉଭୟ ପାଶ୍ୱର୍ରୁ ପରିଷ୍କାର କରନ୍ତୁ ।
ଚା କୋମଳ ଅନ୍ସେଣ୍ଟେଡ୍ ଟଏଲେଟ୍ ପେପର୍ ବ୍ୟବହାର କରନ୍ତୁୁ ।
ଚା ଢିଲା ଅନ୍ତବସ୍ତ୍ର ଏବଂ ୧୦୦% କଟନ୍ ପ୍ୟାଡ୍ ବ୍ୟବହାର କରନ୍ତୁ ।
ଚା ପ୍ରତି ୪ ଘଣ୍ଟାରେ ଥରେ କିମ୍ବା ଅଧିକ ରକ୍ତସ୍ରାବ ହେଉଥିଲେ ଅଧିକ ଥର ପ୍ୟାଡ୍ କିମ୍ବା ଟାମ୍ପନ୍ସ୍ର ବ୍ୟବହାର କରନ୍ତୁ ।
ଚା ସୁରକ୍ଷିତ ଏବଂ ହାଇପୋଆର୍ଲଜେନିକ୍ ଋତୁସ୍ରାବ ସାମଗ୍ରୀର ବ୍ୟବହାର କରନ୍ତୁ ।
ଏହି ଟିପ୍ସଗୁଡିକ ଅନୁସରଣ କରି ଋତୁସ୍ରାବରେ ସ୍ୱଚ୍ଛତା ବଜାୟ ରଖିବା ସହ ନିଜର ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେଇପାରିବେ । ସଠିକ୍ ପରିଚାଳନା ସଂକ୍ରମଣକୁ ରୋକିବା, ପ୍ରଜନନ ସ୍ୱାସ୍ଥ୍ୟ ସମସ୍ୟାର ହ୍ରାସ କରିବା, ଆତ୍ମ ବିଶ୍ୱାସ ବଢାଇବା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିପାରେ । ଋତୁସ୍ରାବ ସମୟରେ ପୃଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେବା ମଧ୍ୟ ଜରୁରୀ । ସଠିକ୍ ଭାବରେ ଋତୁସ୍ରାବରେ ସ୍ୱଚ୍ଛତାକୁ ବଜାୟ ରଖିବା ଦ୍ୱାରା ମହିଳା ଓ କିଶୋରୀମାନେ ସେମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ସେମାନଙ୍କର ମାସିକ ଋତୁସ୍ରାବ ଚକ୍ରକୁ ଆତ୍ମବିଶ୍ୱାସ ସହ ପରିଚାଳନା କରିପାରିବ ।