Odisha News

ଗଜପତି: କେରାଣ୍ଡି ସରପଞ୍ଚ ଆସନ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା, ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଗୌରାଙ୍ଗ ପ୍ରଧାନଙ୍କ ସମର୍ଥନ ପଲ୍ଲା ଭାରି

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧୭/୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଗୋସାଣି ବ୍ଲକ କେରାଣ୍ଡି ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ଲାଗିରହିଛି ।

ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ବିଭିନ୍ନ ପ୍ରମୁଖ ଦଳ ବିଜେଡି , ବିଜେପି ଓ କଂଗ୍ରେସ ଦଳ ସମେତ ଅନ୍ୟାନ୍ୟ ଦଳର ସମର୍ଥିତ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ୯ ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ତେବେ ଏହି ୯ ଜଣ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ମୁଖ୍ୟତଃ ପ୍ରଚାର ଓ ଜନ ସମର୍ଥନ କ୍ଷେତ୍ରରେ ବିଜେଡି ସମର୍ଥିତ ପ୍ରାର୍ଥୀ ଶ୍ରୀ ଗୌରାଙ୍ଗ ପ୍ରଧାନ ଓ ତାଙ୍କର ସୂର‌୍ୟ୍ୟ ଚିହ୍ନ ଆଗରେ ରହି ପଲ୍ଲାଭାରୀ ଥିବା ପଞ୍ଚାୟତ ବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି ।

କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଯଥା: କେରାଣ୍ଡି , ନୂଆ କେରାଣ୍ଡି , ବି:ସୀତାପୁର , ଢାମୁଣୀ ଗାଁ , ଅମରା , ଦେବିତୀ , ଡାଲିମ୍ବପୁର ପ୍ରଭୃତି ଗ୍ରାମରେ ସମସ୍ତ ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର କାର‌୍ୟ୍ୟ ସମେତ ବ୍ୟାନର ପୋଷ୍ଟର ଜୋରସୋର ଲାଗିଥିବା ବେଳେ ପଞ୍ଚାୟତବାସୀ ପ୍ରାର୍ଥୀ ଶ୍ରୀ ଗୌରାଙ୍ଗ ପ୍ରଧାନଙ୍କୁ ହିଁ ପୂର୍ବରୁ  ସରପଞ୍ଚ ଆସନରେ ବିଜୟୀ କରାଇବା ପାଇଁ ନିଷ୍ପତ୍ତି ନେଇ ସାରିଥିବା ଚର୍ଚ୍ଚା ଜୋର ଧରିଛି ।

ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ଓ ପୁରୁଷ ମାନେ କହିଛନ୍ତି ଯେ , ଆମ କେରାଣ୍ଡି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀ ଗୌରାଙ୍ଗ ପ୍ରଧାନ ହିଁ ଉପଯୁକ୍ତ ପ୍ରାର୍ଥୀ ଏବଂ ଆମେ ତାଙ୍କୁ ହିଁ ଭୋଟ ଦେଇ ଜିତାଇବୁ । କାରଣ ସେ ଜଣେ  ଶିକ୍ଷିତ ଓ କର୍ତ୍ତବ୍ୟ ନିଷ୍ଠା ଲୋକ ।

କେବଳ  ଆମ ଗ୍ରାମ କାହିଁକି , ପଞ୍ଚାୟତର ବିଭିନ୍ନ ଗ୍ରାମରେ ଯେଉଁ ସବୁ ସମସ୍ୟା ରହିଛି  ଯାହାକି , ରାସ୍ତା , ପାନୀୟଜଳ ଓ ଅନ୍ୟାନ୍ୟ ସମସ୍ୟା ,ସେ ହିଁ ସେ ସବୁର ସମାଧାନ କରିପାରିବ । ଅନ୍ୟ ପ୍ରାର୍ଥୀ ମାନଙ୍କ ଉପରେ ଆମର ଭରସା ନାହିଁ , ତେଣୁ ଗୌରାଙ୍ଗ ପ୍ରଧାନଙ୍କୁ ହିଁ ଆମେ ଭୋଟ ଦେଇ  ସରପଞ୍ଚ ଭାବେ ଜିତାଇବୁ ବୋଲି ବିଭିନ୍ନ ଗ୍ରାମର ଲୋକେ କହିଛନ୍ତି ।

  ସରପଞ୍ଚ ପ୍ରାର୍ଥୀ ଶ୍ରୀ ଗୌରାଙ୍ଗ ପ୍ରଧାନ କହିଛନ୍ତି ଯେ , କେରାଣ୍ଡି ପଞ୍ଚାୟତରେ ଦୀର୍ଘବର୍ଷ ଧରି ବିଭିନ୍ନ ସମସ୍ୟା ଯାହାକି ରାସ୍ତା , ପାନୀୟଜଳ , ବିଦ୍ୟୁତ ଆଲୋକ ଓ ଅନ୍ୟାନ୍ୟ ବହୁ ସମସ୍ୟା ଭରି ରହିଛି , ଏଥିପାଇଁ ମୁଁ କୋଣସି ପଦ ପଦବୀରେ ନ ଥିଲେ ମଧ୍ୟ ଲୋକଙ୍କ ପାଇଁ ବିଭିନ୍ନ ସେବାମୂଳକ କାର‌୍ୟ୍ୟ ସବୁ କାର‌୍ୟ୍ୟ କରି ଆସୁଛି । ତେଣୁ ମୁଁ ସରପଞ୍ଚ ଆସନରେ ନିର୍ବାଚିତ ହୋଇ ଆସିଲେ ସମସ୍ତ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ବେଶ  ସହାୟକ ହୋଇପାରିବି ।

କେରାଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକଙ୍କ ମୋ ପ୍ରତି ଅଶେଷ ସ୍ନେହ ଓ  ଶ୍ରଦ୍ଧା ରହିଛି । ତାଙ୍କର ଆଶୀର୍ବାଦରେ ମୁଁ ନିଶ୍ଚିତ ଭାବେ ଏହି ନିର୍ବାଚନରେ ବିଜୟୀ ହେବି ବୋଲି ସରପଞ୍ଚ ପ୍ରାର୍ଥୀ ଶ୍ରୀ ଗୌରାଙ୍ଗ ପ୍ରଧାନ କହିଛନ୍ତି ।

Related Posts

Seo wordpress plugin by www.seowizard.org.