Home Archive by category Odisha News (Page 77)

Odisha News

Odisha News
କେନ୍ଦୁଝର, ୨୧/୫ : କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ନେଇଛି ୩ ଜଣଙ୍କ ଜୀବନ। ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁଁ ନରଣପୂର ଅଞ୍ଚଳରେ ଏକ ବିରାଟ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ନରଣପୂର ଅଞ୍ଚଳରେ ଏକ କାର‌୍ୟ୍ୟକ୍ରମ ପାଇଁ ବଡ଼ ଧରଣର ଟେଣ୍ଟ ବନ୍ଧାଯାଇଥିଲା। ଗୁରୁବାର ଅପରାହ୍ନରେ ହଠାତ୍ ପାଗ ବଦଳି ଯାଇଥିଲା। […]Continue Reading
Odisha News
ଭୁବନେଶ୍ବର,୨୦/୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା । ଏଥିରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି । କ୍ୟାବିନେଟରେ ଝଞ-ଝଉ ବିଭାଗରୁ ବଡ଼ ଘୋଷଣା କରାଯାଇଛି । ମୋଟ ୧୦୩୨ଟି ପୋଷ୍ଟ ସୃଷ୍ଟି ହୋଇଛି ।ଆଇନ ବିଭାଗର ୩ଟି, ଶକ୍ତି ବିଭାଗର ୨ଟି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧, […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୦/୫ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ନୟାଗଡ ଜିଲ୍ଲା ଶାଖା ଓ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ମାନନୀୟ ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ମହୋଦୟ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସୂଚନନୁଯାୟୀ ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମସିହା ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୦/୫ : ଅଲ୍ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ୨୦ ତାରିଖରେ ଦିଆଯାଇଥିବା ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ଡାକରାକୁ କନ୍ଧମାଳ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜଣାଇ ବାଲିଗୁଡା ରେ ଥିବା ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।ଔଷଧର ଅନଲାଇନ ବିକ୍ରୟ ବନ୍ଦ କରିବା, କର୍ପୋରେଟ ସଂସ୍ଥା ମାନଙ୍କ ଦ୍ୱାରା ଅତ୍ୟଧିକ ରିହାତି ପ୍ରଦାନକୁ ରୋକିବା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୫ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ପ୍ରଗତିର ସମୀକ୍ଷା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ସମୀକ୍ଷା ପାଇଁ ଗସ୍ତ କରିଥିଲେ।ସକାଳ ପ୍ରାୟ ୯.୩୦ ଘଟିକାରେ ଜିଲ୍ଲାପାଳ ତିରିଶ ମାଇଲ୍ ଗ୍ରାମକୁ ପହଞ୍ଚି ପ୍ରସ୍ତାବିତ ଚାରିଛକ ରେଳ ଷ୍ଟେସନ୍ ନିର୍ମାଣ ସ୍ଥଳ ପରିଦର୍ଶନ କରିଥିଲେ।ସେଠାରେ ରେଳ ଷ୍ଟେସନ୍ ନିକଟରେ ଥିବା Continue Reading
Odisha News
ଭୁବନେଶ୍ୱର, ୨୦/୫: ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଗକୁ ତାତି ବଢିବା ସହ ଅଗ୍ନି ବର୍ଷା ହେବାକୁ ଥିବା ବେଳେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ରାତ୍ରିର ସ୍ଥିତି ।ଆସନ୍ତା ୨୪ ଘଣ୍ଟାରେ ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ଖରା ଓ ଗରମକୁ ନେଇ ହିଟ୍ ୱେଭ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗିର […]Continue Reading
Odisha News
ଭୁବନେଶ୍ୱର, ୨୦/୫ : ଆଜି ପ୍ରକାଶ ପାଇଛି ଯୁକ୍ତ ୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏକା ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ହୋଇଛି । ଏହା ସହିତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି ।ସିଏଚଏସଇ ଅଫିସରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ଯୁକ୍ତ ୨ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି । ୩ ଲକ୍ଷ ୯୮ ହଜାର ୯୦ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୫ : ଆସିଷ୍ଟାଣ୍ଟ ରିକ୍ରୁଟିଂ ଅଫିସର୍, ଆର୍ମି ରିକ୍ରୁଟିଂ ଅଫିସ୍, ଗୋପାଳପୁର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ଯେ, ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା CEE ୦୧ ଜୁନ୍ ରୁ ୧୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ନିଯୁକ୍ତି ବର୍ଷ ୨୦୨୬/୨୭ ପାଇଁ ଅନଲାଇନ୍ ମାଧ୍ୟମ ରେ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନରେ ପରୀକ୍ଷା ସିକିମ୍, Continue Reading
Odisha News
ଭୁବନେଶ୍ୱର, ୨୦/୫ : ରାଜ୍ୟରେ ଅଣାୟତ ହେଲାଣି ତାତି। ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା। ସକାଳ ୭ଟା ବାଜିଲେ ହିଁ ସହର ଗୁଡ଼ିକରେ ତାତି ଅସହ୍ୟ ହୋଇପଡ଼ୁଛି। ଯାହାଫଳରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।୧୭ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଥିବା ବେଳେ ୪୩.୪ପ୍ସଉ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆଗକୁ ତାପମାତ୍ରା ଆହୁରି ବଢିବା ସମ୍ଭାବନା ଥିବା Continue Reading
Odisha News
ବାଲେଶ୍ୱର ,୨୦/୫ : ବାଲେଶ୍ୱର ଚକ୍ରଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ନିଆଁ ଲଗାଇଦେଲେ । ଏହି ନିଆଁରେ ପୋଡ଼ି ହୋଇ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚକ୍ରଡା ଗାଁର ବିଜୟ ବେହେରାଙ୍କ ପରିବାର ରାତିରେ ଖାଇ ସାରି ଶୋଇବାକୁ Continue Reading