Home Archive by category Odisha News (Page 491)

Odisha News

Odisha News
ପୁରୀ,୧୯/୬: ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ। ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ସ୍କାନିଂରୁ ପାର୍ଶ୍ବ କାନ୍ଥରେ କ୍ରାକ୍ ଥିବା ଜଣାଯାଇଛି। ଏହାଫଳରେ ରତ୍ନଭଣ୍ଡାର ଭିତରେ ପାଣି ପଶିଥିବ। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି Continue Reading
Odisha News
ବାରଙ୍ଗ, ୧୯/୬: କଟକ ଜିଲ୍ଲା ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି।ଏକ ଟ୍ରକ୍ ସହ କାର୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ବ୍ରିଜରୁ ତଳକୁ ଖସି ପଡ଼ିଥିଲା। ଫଳରେ ଦୁର୍ଘଟଣା ଘଟିଥିଲା ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ […]Continue Reading
Odisha News
ଭୁବନେଶ୍ବର, ୧୯/୬: ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଆବୁ ବକର ସାହର ମୃତ୍ୟୁ ଘଟଣା ଘଟିବା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।ଏଥିସହ ସେ ସମୀକ୍ଷା ମଧ୍ୟ କରିଛନ୍ତି। ସେ ବ୍ୟାରିକେଡ୍ କାହିଁକି ହୋଇନି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଣେ ଗତକାଲି ଭୁବନେଶ୍ବର ସାଂସଦ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୬: ମଙ୍ଗଳବାର ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସୀତାପୂର ସ୍ଥିତ ସେଞ୍ଚୁରିଅନ ୟୁନିଭରସିଟିର ଅଡିଟରିଅମ ହଲ ଠାରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପିଏମ କିଶାନ ଉତ୍ସବ ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ପିଏମ କିସାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି( ୨ ହଜାର ଟଙ୍କା) ଅର୍ଥ ରାଶି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ହସ୍ତାନ୍ତରର ଭର୍ଚୁଆଲ ମୋଡରେ ସିଧା ପ୍ରସାରଣ Continue Reading
Odisha News
ଗୁହାଟୀ, ୧୮/୬ : ଦୀର୍ଘ ଦିନ ଧରି କ୍ୟାନସରେ ପୀଡ଼ିତ ଥିବା ପତ୍ନୀ ହସ୍ପିଟାଲ ବେଡରେ ଆଖି ବୁଜିଲେ। ଏହାକୁ କିନ୍ତୁ ସହ୍ୟ କରି ପାରିଲେ ନାହିଁ ସ୍ୱାମୀ।ପତ୍ନୀଙ୍କ ମୃତ୍ୟୁ ଖବର ଶୁଣି ହସ୍ପିଟାଲ ଭିତରେ ହିଁ ନିଜକୁ ଗୁଳି କରି ଜୀବନ ହାରିଛନ୍ତି ଆସାମ ସରକାରରେ ଗୃହ ସଚିବ ଭାବେ କାମ କରୁଥିବା ବରିଷ୍ଠ ଆଇପିଏସ ଅଧିକାରୀ। ଗୁହାଟୀରେ ଥିବା ଗୋଟିଏ ହସ୍ପିଟାଲରେ ଆସାମର ଗୃହ ସଚିବ ସିଲାଦିତ୍ୟ ଛେତିଆ ଆତ୍ମହତ୍ୟା କରିଛନ୍ତି।୨୦୦୯ ବ୍ୟାଚ୍ର ଆଇପିଏସ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧୮/୬ : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ବ୍ଲକ ଅନ୍ତର୍ଗତ କଦମ ପାଳ ପଞ୍ଚାୟତ ଅନ୍ତର୍ଗତ କଦମ ପାଳ ଗ୍ରାମ କେଲୁଅ ନଦୀ ଶଯ୍ୟା ସନିକଟ ଗୁରୁ ଚରଣ ସ୍ମାରକୀ ଓ କବିକଳ୍ପ ଚନ୍ଦନ ପ୍ରଧାନ ସ୍ମାରକୀ ଉପଲକ୍ଷେ ରାଇଜିଙ୍ଗ ଷ୍ଟାର ଯୁବକ ସଂଘ ପକ୍ଷ ରୁ ଆୟୋଜିତ ୧୩ତମ ରଜ ମହୋତ୍ସବ ରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ ।ମାନ୍ୟବର ନବ ନିର୍ବାଚିତ ସାଂସଦ ଡ଼କ୍ତର ରବି ନାରାୟଣ […]Continue Reading
Odisha News
ଭୁବନେଶ୍ୱର, ୧୮/୬: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ଯାଇଥିବା ପିଲାର ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି।ମୃତ ଘୋଷଣା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ମୃତ ପିଲାର ନାଁ ଏସ୍କେ ରାଜେଶ୍। ତାଙ୍କ ଘର ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀରେ।ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା। Continue Reading
Odisha News
ଭୁବନେଶ୍ବର, ୧୮/୬: ବିଧାନସଭାରେ ନବ ନିର୍ବାଚିତ ବିଧାୟକ ନେଇଛନ୍ତି ଶପଥ। ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି।ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ କରାଯିବ। Continue Reading
Odisha News
ବରଗଡ଼, ୧୮/୬: ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା ସୂଚନା ମିଳିଛି।ତିନି ମୃତକ ହେଲେ ମାଆ ପାନ ବରିହା(୨୮) ଏବଂ ତାଙ୍କର ଦୁଇ ଝିଅ ସୁନନ୍ଦା ବରିହା (୧୧) ଓ ପୁଅ ଆଦିତ୍ୟ ବରିହା(୩)। ଏମାନେ ଘରେ ଶୋଇଥିବା ବେଳେ ହାତୀ କାନ୍ଥ […]Continue Reading
Odisha News
ଭୁବନେଶ୍ୱର,୧୮/୬:ରାଜ୍ୟରେ କେବେ ମୌସୁମୀ ବର୍ଷା ହେବ, ତାତି ଓ ଗୁଳୁଗୁଳିରୁ ମୁକ୍ତି ମିଳିବ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ହେବା ନେଇ ଦିଆଯାଉଥିବା ପୂର୍ବାନୁମାନ ସୂଚନା ଠିକ୍ ହେଉନାହିଁ। ତାରିଖ ପରେ ତାରିଖ ବଦଳୁଥିଲେ ମଧ୍ୟ ଏଯାଏ ରାଜ୍ୟରେ ମୌସୁମୀ ବର୍ଷାର ଦେଖାନାହିଁ।ଫଳରେ ରାଜ୍ୟବାସୀ ତାତି ଓ ଗୁଳୁଗୁଳିରେ ଛଟପଟ ହେବା ସହ ପାଣିପାଗ ବିଭାଗର ସୂଚନାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା Continue Reading