ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୨/୬ : ଖଣି ଅଞ୍ଚଳର ଶ୍ରମିକ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସୁକିନ୍ଦା ରିଜିୟନ୍ କ୍ରୋମାଇଟ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ।କାଳିଆପାଣି ସ୍ଥିତ ୟୁନିଅନ୍ ଅଫିସରେ ଆୟୋଜିତ ଏହି ବୈଠକରେ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତାମାନେ ସଙ୍ଘର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ।ଏହି ଅବସରରେ ଇଂ ଘଡାଇ କହିଛନ୍ତି ମୁଁ ସବୁ ସମୟରେ ଆପଣଙ୍କ ସହିତ Continue Reading
Odisha News
ଭୁବନେଶ୍ୱର,୨୨/୬: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତି ଦିଆଯାଇଥିବା ଅଧ୍ୟକ୍ଷମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଠୋର ପଦକ୍ଷେପ ନେଇଛନ୍ତି।ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦେଇଛନ୍ତି।ସୂଚନାଯୋଗ୍ୟ, ଗତକାଲି ଅର୍ଥାତ୍ ଶୁକ୍ରବାର ମଧ୍ୟ ବିଭିନ୍ନ ବିଭାଗର ଉପଦେଷ୍ଟାଙ୍କୁ ସରକାର Continue Reading
ନୂଆଦିଲ୍ଲୀ, ୨୨/୬: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଯୋଗ ଦେଇଥିଲେ ।ଆଗାମୀ କେନ୍ଦ୍ର ବଜେଟ୍, ୨୦୨୪-୨୫ ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୨/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଓ ସୁଦର୍ଶନଙ୍କ ସ୍ନାନ ବିଧି ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଠାକୁର ମାନଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥି ପୂଜା ନୀତି ଆରମ୍ଭ କରିଥିଲେ। ଏହାପରେ ମନ୍ଦିର ପୂଜକ ମହେଶ୍ୱର ପଣ୍ଡାଙ୍କ ସମେତ ସମସ୍ତ Continue Reading
ସୁବର୍ଣ୍ଣପୁର, ୨୨/୬: ଡ୍ରେନ ଖୋଳୁଥିବା ସମୟରେ ମାଡ଼ିବସିଲା କାନ୍ଥ, ୨ ଶ୍ରମିକ ମୃତ। ଏଭଳି ଦୁର୍ଘଟଣା ଘଟିଛି ସୋନପୁର ସହର ଗ୍ରୀଡ଼ କଲୋନୀରେ।କ୍ଷ ମୃତ ଦୁଇ ଶ୍ରମିକ ପତିପତ୍ନୀ ହୋଇଥବାବେଳ ସେମାନେ ସୁବଳୟା ଥାନା ବଡଖମର ପଞ୍ଚାୟତ ଅନ୍ତର୍ଗତ ରାଧାପୁର ଗାଁର ମନୁ ମିର୍ଦ୍ଧା ଏବଂ ତାଙ୍କ ପତ୍ନୀ ଦୁଲ୍ଳଭ ମିର୍ଦ୍ଧା ବୋଲି ଜଣାପଡିଛି।ସୋନପୁର ଗ୍ରୀଡ଼ କଲୋନୀରେ ଯାଇଥିବା ଡ୍ରେନକୁ ସଫା କରିବାକୁ ଯାଇଥିବା ସମୟରେ ପାଖ କାନ୍ଥଟି ସେମାନଙ୍କ ଉପରେ ପଡିଯାଇଥିଲା। ଫଳରେ Continue Reading
ଭୁବନେଶ୍ୱର,୨୨/୬: ଓଡ଼ିଶାର ୨୪ ଜିଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି। ଏହାର ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ହୋଇଛି। ବାକି ୬ ଜିଲାରେ ମୌସୁମୀ ବାୟୁ ଛୁଇଁନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।ପାଣିପାଗ ସୂଚନା ଅନୁସାରେ, ଆସନ୍ତା ୨ ଦିନ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି Continue Reading
ବାଲେଶ୍ବର, ୨୨/୬: ବାଲେଶ୍ବର ସହରରେ ଆଜି ସକାଳୁ ଜନଜୀବନ ସ୍ବାଭାବିକ ହୋଇଛି। ସକାଳେ ଦୋକାନବଜାର ଖୋଲିଛି। ହାଟବଜାରରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ସକାଳ ୫ରୁ ଦିନ ୨ଟା ଯାଏ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଥିବା ହେତୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହାସହିତ ବ୍ରଡ୍ବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମୋବାଇଲ ଇଣ୍ଟରନେଟ୍ ଉପରେ ପୂର୍ବ ପରି କଟକଣା ଜାରି ରହିବ ବୋଲି ପ୍ରଶାସନ ସୂତ୍ରରୁ Continue Reading
ପୁରୀ, ୨୨/୬: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି।ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି। ପହଣ୍ଡି ପୂର୍ବରୁ ଗତକାଲି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପେକ୍ଷିରେ ଆଜି ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହରର ଐତିହାସିକ ମହାନଦୀ ଆଳତି ଘାଟ, ଟାଉନ୍ ହଲ୍, ବୌଦ୍ଧ ବ୍ଲକ୍, ମାଉସୀ ମା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଜିଲ୍ଲା ନ୍ୟାୟାଳୟ, ସ୍ୱତନ୍ତ୍ର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୧/୬ : ବୌଦ୍ଧଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଜିଲାପାଳ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ଯୋଗଦେଇ ଜିଲାକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ପ୍ରଶାସନ ତତ୍ପର ଭାବରେ ସମସ୍ତ Continue Reading




