Home Archive by category Odisha News (Page 484)

Odisha News

Odisha News
ବାଲେଶ୍ଵର, ୨୮/୬: ଚାନ୍ଦିପୁର ଥାନା ପଦ୍ମପୁରସ୍ଥିତ ବାଞ୍ଛାନିଧି ଇଂରାଜୀ ମିଡିୟମ ଘରୋଇ ସ୍କୁଲର ଜଣେ ଅନ୍ତେବାସୀ ଉପରେ ପକ୍କା ପାଣିଟାଙ୍କି ପଡ଼ିବା ଫଳରେ ତାର ମୃତ୍ୟୁ ହୋଇଯାଇଛି।ମୃତ ଅନ୍ତେବାସୀ ହେଲେ ନାରାୟଣ ଟୁଡୁ(୧୦)। ଖୋର୍ଦ୍ଧା ଜିଲ୍ଲା ଅଧୀନ ବାରଙ୍ଗ ଅଞ୍ଚଳର ବାଗରାଇ ଟୁଡୁଙ୍କ ପୁତ୍ର ନାରାୟଣ ଚତୁର୍ଥ ଶ୍ରେଣୀରେ ପଢୁଥିଲେ।ସକାଳେ ଜଳଖିଆ ଖାଇ ସେ ହାତ ଧୋଇବାକୁ ଅନ୍ୟ ଅନ୍ତେବାସୀଙ୍କ ସହ ଯାଇଥିଲେ। ହାତ ଧୋଇବା ସମୟରେ ହଠାତ୍ ସିମେଣ୍ଟ ତିଆରି Continue Reading
Odisha News
କଟକ, ୨୮/୬ : ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଗଲା ମୋ ବସ୍। କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ‘ମୋ ବସ୍’ରେ ନିଆଁ ଲାଗିଯାଇଛି। ବସ୍ରେ ଥିବା ଯାତ୍ରୀମାନେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ହେଲେ ନିଆଁ ଲାଗି ବସ୍ଟି ଜଳିଯାଇଛି।ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍ଟି […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କରିପୋର୍ଟବାଲିଗୁଡା,୨୭/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ କାର୍ଯ୍ୟ କରୁଥିବା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକର ମହିଳାଙ୍କୁ ନେଇ ଦୁଇଟି ସ୍ଥାନରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ବ୍ଲକର ସାରଙ୍ଗଗଡ଼ ପଞ୍ଚାୟତର ଦାସିଗୁଡା ଓ ସାଇନ୍ ପଡା ପଞ୍ଚାୟତର ପାଦେରିପଡା ଠାରେ ଜୀବିକା ସୁରକ୍ଷା ମଞ୍ଚ ଆୟୋଜନ କରିଥିଲା।ଏହି ଅବସରରେ ସଂଗଠନର କର୍ମକର୍ତ୍ତା ମହିଳା Continue Reading
Odisha News
ଭୁବନେଶ୍ୱର,୨୭/୬: କଟକ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି। କଟକ ସହରର ପ୍ରମୁଖ ୧୯ଟି ରୁଟକୁ କମିଶନରେଟ ପୋଲିସ ନୋ ପାର୍କିଂ ଜୋନ ଘୋଷଣା କରିଛି ।ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଗାଡିକୁ ଉଠାଇ ପୋଲିସ ନେଉଛି। ତେବେ ସବୁ ଜାଗା କରାଯାଇନାହିଁ, ସମସ୍ୟା ଦେଖାଯାଉଥିବା ସ୍ଥାନ ଗୁଡିକରେ ନୋ ପାର୍କିଂ ଜୋନ କରାଯାଇଥିବାବେଳେ ପାର୍କିଂ ବ୍ୟବସ୍ଥା […]Continue Reading
Odisha News
ନୂଆଦିଲ୍ଲୀ,୨୭/୬: ଗୁରୁବାର ଉଭୟ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ମୋଦି ସରକାରଙ୍କ ସଫଳତା ବିଷୟରେ ଗୃହର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।ରାଷ୍ଟ୍ରପତି ଗୁରୁବାର କହିଛନ୍ତି , ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧ ମଧ୍ୟ ମାଗଣା ଚିକିତ୍ସାର ସୁବିଧା ପାଇବେ। ଦେଶରେ ୨୫ ହଜାର Continue Reading
Odisha News
ଭୁବନେଶ୍ୱର,୨୭/୬ : ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା Continue Reading
Odisha News
ବାଲେଶ୍ୱର, ୨୭/୬: ପାରିବାରିକ କଳହର କରୁଣ ପରିଣତିର ସଦ୍ୟତମ ଉଦାହରଣ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ ଦେଖିବାକୁ ମିଳିଛି। ପାରିବାରିକ କଳହ ଯୋଗୁ ଜଣେ ଯୁବକ ବିଷ ପିଇବା ସହ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛନ୍ତି।ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ସୁଚନା ଅନୁଯାୟୀ Continue Reading
Odisha News
ଭୁବନେଶ୍ୱର, ୨୭/୬: ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବଦେଉଥିବା ବେଳେ, ପୂର୍ବ ସରକାର କଳା ପାହାଡ଼ ସାଜି ମଠ ମନ୍ଦିରକୁ ମାଟିରେ ମିଶେଇ ଦେଇଥିବା ବାବୁ ସିଂ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୬: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳଉତ୍ସ ରହିଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର ଚାଷୀମାନେ ଜଳସେଚନର ସୁବିଧା ପାଇପାରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ଜଳସେଚନ ପାଇଁ ଯାହାରହିଛି ତାହା ହିଁ ବର୍ତ୍ତମାନ ଚାଲିଛି । ସେଥିମଧ୍ୟରୁ ନୂଆଁପଡା ଡ୍ୟାମ(ଲଇଗାଁ ଜଳସେଚନ ପ୍ରକଳ୍ପ) ଅନ୍ୟତମ ।ଏହି ନୂଆପଡା ଡ୍ୟାମଟି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୭/୬: ଏଏନ୍ଏମ୍ ଙ୍କୁ ବିପିଏମଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏନ୍ଏମ୍ ।ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା କେସ୍ ନଂ ୮୬/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ୍ ।ଘଟଣା ପ୍ରକାରେ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ କାର୍ଯ୍ୟରତ ଏଏନ୍ଏମ୍ ପୁଷ୍ପାଞ୍ଜଳି ଦିଗାଳ ଗତ ୨୪ ତାରିଖରେ ବ୍ୟକ୍ତିଗତ Continue Reading