ଭୁବନେଶ୍ୱର, ୧/୭: ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବଜ୍ରପାତ ରୋକିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ୟ୍ୟାନୁଷ୍ଠାନ। ବନ ବିଭାଗର ଅନୁମତି ନ ନେଇ ଲୋକେ ତାଳଗଛ କାଟିପାରିବେନି ।ଗତ ଏପ୍ରିଲ ମାସରେ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର Continue Reading
Odisha News
ଭୁବନେଶ୍ୱର,୧/୭: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ଫଳରେ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କେତେକ ଦିବ୍ୟାଙ୍ଗ ମଧ୍ୟ ଗୁହାରି ଜଣାଇବା ପାଇଁ ମଧ୍ୟ ସେଠାରେ ବସିଛନ୍ତି।ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି।ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ।ଆଜିର ଜନ ଶୁଣାଣି ପାଇଁ ଏଯାଏଁ ୩୦୦ରୁ ଅଧିକ ଲୋକ ନାମ ପଞ୍ଜିକରଣ କରିସାରିଥିବା ସୂଚନା ରହିଛି ସକାଳ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର ସଲାଗୁଡ଼ା ଗ୍ରାମରେ ୧୯୭୫ ମସିହା ରେ ନିର୍ମାଣ ହୋଇଥିବା ବିଦ୍ୟାଳୟଟି ଏବେ ବହୁ ସମସ୍ୟା ମଧ୍ୟରେ ଗତି କରୁଛି ।ବିଦ୍ୟାଳୟ ନିର୍ମାଣର ୫୦ ବର୍ଷ ହୋଇଥିଲେ ମଧ୍ୟ ବିଦ୍ୟାଳୟ ନାଁରେ ନିର୍ମାଣ ହୋଇଥିବା ଅନ୍ତେବାସୀ କୋଠାର ଜମି ଅନ୍ୟମାନଙ୍କ ନାଁରେ ପଟ୍ଟା ଅଛି କ୍ଷଖାତା ନଂ ୮୦, ପ୍ଳଟ ନଂ ୨୬୮/୧୧୫୨/୮୭୫ ଟି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭: ରବିବାର ରାତି ୭.୩୦ ମିନିଟ ସମୟରେ ଡମ୍ବରୁଗଡ ନିକଟରୁ ବେଆଇନ୍ ବାଲି ଚାଲାଣ ଅଭିଯୋଗରେ ୧୩ ଗୋଟି ଟ୍ରାକ୍ଟରକୁ ବାଉଁଶୁଣୀ ପୋଲିସ ଅଟକ ରଖି ଥାନାକୁ ଆଣିଛି ।ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ବାଉଁଶୁଣୀ ରାଜସ୍ୱ ସର୍କଲର ଡମ୍ବରୁଗଡ ମହାନଦୀ ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ହେଉଥିବା ଖବର ପାଇ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ୍ ପ୍ରସାଦ ଅତର୍କିତ […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୩୦/୬: ସରଳ ନିଷ୍ପାପ ଶିଶୁଙ୍କ ହସର ମୂଲ୍ୟ କଳନାର ବାହାରେ । ଭାଗ୍ୟ ସେମାନଙ୍କ ପାଇଁ ହୁଏତ ବଇରୀ ହୋଇଛି ହେଲେ ସେମାନଙ୍କୁ ସ୍ନେହ ଆଦର ଦେଇ ତାଙ୍କ ମୁହଁରେ ହସ ଫୁଟାଇବା ଆମ କର୍ତ୍ତବ୍ୟ ।ସେମାନେ ଆମ ଭବିଷ୍ୟତ । ସେମାନଙ୍କ ଭବିଷ୍ୟତ ଗଢିବା ବି ଆମ କର୍ତ୍ତବ୍ୟ । ସେମାନଙ୍କ ସହିତ ସମୟ କାଟିବା ଖୁସି ମଜା କରିବା ମତେ ବେଶ ଆତ୍ମତୃପ୍ତି ଦିଏ ।ସୁକିନ୍ଦାର ଆମ ଘର ସେମାନଙ୍କ […]Continue Reading
ଭୁବନେଶ୍ବର, ୩୦/୬: ଖୁବ ଶୀଘ୍ର ଖୋଲିବ ରତ୍ନଭଣ୍ଡାର। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ।ଆଉ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥିବାର ପ୍ରମାଣ ମିଳେ, ତାହେଲେ ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ। କ୍ଷମତାକୁ ଆସିବେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା।ଭୁବନେଶ୍ୱରରେ ଆୟୋଜିତ Continue Reading
ଟିଟିଲାଗଡ଼,୩୦/୬: ବଲାଙ୍ଗୀର ଜିଲା ଚୋରମରାସ୍ଥିତ ଏକ ପେପର ମିଲ୍ ଗୋଦାମରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପେପର ମିଲ୍ର କେମିକାଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। କେଉଁ ପରିସ୍ଥିତିରେ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।Continue Reading
ଭୁବନେଶ୍ବର, ୩୦/୬: ଓଡ଼ିଶାର ନବନିଯୁକ୍ତ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଆଜି ଓଡ଼ିଶା ଫେରିଛନ୍ତି। ସେ ଆଜି ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଛନ୍ତି।କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୧୯୯୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରୁଥିଲେ।ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏହାପରେ କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ Continue Reading
ନୂଆଦିଲ୍ଲୀ, ୩୦/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ Continue Reading
ଭୁବନେଶ୍ୱର,୩୦/୬: ବିଶ୍ୱ ଚାମ୍ପିୟନ ହୋଇ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ୧୪୦ କୋଟି ଭାରତୀୟଙ୍କ ମନରେ ଖୁସି ଭରି ଦେଇଛି ବୋଲି ସେ ସୋସିଆଲ ମିଡିଆ ସାଇଟ ଏକ୍ସରେ ପୋଷ୍ଟ କରିଛନ୍ତି।Continue Reading




